ମହାଦେବ ବେଟିଂ ଆପ୍‌ ମାମଲା, ଆସନ୍ତାକାଲି ଇଡିରେ ହାଜର ହେବେ ରଣବୀର କପୁର

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବଲିଉଡ ଅଭିନେତା ରଣବୀର କପୁରଙ୍କୁ ସମନ କରିଛି। ମହାଦେବ ବେଟିଂ ଆପ୍‌ ମାମଲାରେ ରଣବୀରଙ୍କୁ ଇଡି ଆସନ୍ତାକାଲି ତଥା ଅକ୍ଟୋବର ୬ ତାରିଖରେ ହାଜର ହେବାପାଇଁ ନୋଟିସ୍‌ ପଠାଇଛି। ଉକ୍ତ ଆପ୍‌ ପାଇଁ ରଣବୀର ପ୍ରଚାର ପ୍ରସାର କରୁଥିବା ଅଭିଯୋଗ ହୋଇଛି। ତେବେ ଅଭିନେତା ରଶବୀର କପୁର ଉକ୍ତ ଆପ୍ ପାଇଁ କେବେଠାରୁ ପ୍ରଚାର ପ୍ରସାର ଆରମ୍ଭ କରିଛନ୍ତି ଏବଂ ଏଥିପାଇଁ ସେ କେତେ ପେମେଣ୍ଟ୍‌ ନେଉଥିଲେ ଏବଂ ପେମେଣ୍ଟ୍‌ର ମାଧ୍ୟମ […]

Samaya Live Picture
Published On

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବଲିଉଡ ଅଭିନେତା ରଣବୀର କପୁରଙ୍କୁ ସମନ କରିଛି। ମହାଦେବ ବେଟିଂ ଆପ୍‌ ମାମଲାରେ ରଣବୀରଙ୍କୁ ଇଡି ଆସନ୍ତାକାଲି ତଥା ଅକ୍ଟୋବର ୬ ତାରିଖରେ ହାଜର ହେବାପାଇଁ ନୋଟିସ୍‌ ପଠାଇଛି। ଉକ୍ତ ଆପ୍‌ ପାଇଁ ରଣବୀର ପ୍ରଚାର ପ୍ରସାର କରୁଥିବା ଅଭିଯୋଗ ହୋଇଛି। ତେବେ ଅଭିନେତା ରଶବୀର କପୁର ଉକ୍ତ ଆପ୍ ପାଇଁ କେବେଠାରୁ ପ୍ରଚାର ପ୍ରସାର ଆରମ୍ଭ କରିଛନ୍ତି ଏବଂ ଏଥିପାଇଁ ସେ କେତେ ପେମେଣ୍ଟ୍‌ ନେଉଥିଲେ ଏବଂ ପେମେଣ୍ଟ୍‌ର ମାଧ୍ୟମ କ’ଣ ରହିଥିଲା ତାହା ଇଡି ଅଧିକାରୀମାନେ ଜାଣିବାକୁ ଚାହିଛନ୍ତି। ମିଳିଥିବା ସୂଚନାନୁଯାୟୀ ଅଭିନେତା ରଣବୀର ଉକ୍ତ ଆପ୍‌ର ପ୍ରଚାର ପ୍ରସାର ପାଇଁ ନଗଦ ଟଙ୍କା ନେଇଛନ୍ତି। ମହାଦେବ ବୁକ୍‌ ଆପ୍‌ ହେଉଛି ଏକ ଅନଲାଇନ ବେଟିଂ ପ୍ଲାଟଫର୍ମ। ଇଡି ଏବଂ ବିଭିନ୍ନ ରାଜ୍ୟର ପୁଲିସ ବିଭାଗ ଦ୍ବାରା ଏହି ଅନଲାଇନ ବେଟିଂ ପ୍ଲାଟଫର୍ମର ତଦନ୍ତ କରାଯାଉଛି। ଉକ୍ତ ଆପ୍‌ର ପ୍ରଚାର କାର୍ଯ୍ୟରେ ସମ୍ପୃକ୍ତ ଥିବା ଅନେକ ଆଗଧାଡ଼ିର ସେଲିବ୍ରିଟି ଏବଂ କିଛି କ୍ରୀଡ଼ା ବ୍ୟକ୍ତିତ୍ବଙ୍କୁ ବି ଆଗକୁ ଏହି ମାମଲାରେ ସମନ୍‌ କରାଯାଇପାରେ।

Tags: