ମହାଦେବ ବେଟିଂ ଆପ୍‌ ମାମଲାରେ ଭୂପେଶଙ୍କ ବିରୋଧରେ ଏତଲା ରୁଜୁ

ରାୟପୁର: ମହାଦେବ ବେଟିଂ ଆପ୍‌ ମାମଲାରେ ସିବିଆଇ ଆଜି ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଭୂପେଶ ବଘେଲଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ କରିଛି। ୬ ହଜାର କୋଟି ଟଙ୍କାର ବେଟିଂ ମାମଲାରେ ସିବିଆଇ, ବଘେଲଙ୍କ ‌ଛତିଶଗଡ଼ ସ୍ଥିତ ବାସଭବନ, ଭୋପାଳ, କୋଲକାତା, ଦିଲ୍ଲୀ, ଆସାମ ସମେତ ଦେଶର ୬୦ଟି ସ୍ଥାନରେ ଚଢ଼ଉ କରିଥିଲା। ଚଢ଼ଉରେ ଅନେକ ଗୁରୁତ୍ବପୂର୍ଣ୍ଣ ନଥି, କମ୍ପ୍ୟୁଟର ହାର୍ଡଡିସ୍କ୍‌ ଆଦି ଜବତ କରାଯାଇଥିଲା। ସୂଚନାଯୋଗ୍ୟ, ମହାଦେବ ବେଟିଂ ଆପ୍‌ ପ୍ରମୋଟର […]

ମହାଦେବ ବେଟିଂ ଆପ୍‌ ମାମଲାରେ ଭୂପେଶଙ୍କ ବିରୋଧରେ ଏତଲା ରୁଜୁ
Samaya Live Picture
Published On

ରାୟପୁର: ମହାଦେବ ବେଟିଂ ଆପ୍‌ ମାମଲାରେ ସିବିଆଇ ଆଜି ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଭୂପେଶ ବଘେଲଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ କରିଛି। ୬ ହଜାର କୋଟି ଟଙ୍କାର ବେଟିଂ ମାମଲାରେ ସିବିଆଇ, ବଘେଲଙ୍କ ‌ଛତିଶଗଡ଼ ସ୍ଥିତ ବାସଭବନ, ଭୋପାଳ, କୋଲକାତା, ଦିଲ୍ଲୀ, ଆସାମ ସମେତ ଦେଶର ୬୦ଟି ସ୍ଥାନରେ ଚଢ଼ଉ କରିଥିଲା। ଚଢ଼ଉରେ ଅନେକ ଗୁରୁତ୍ବପୂର୍ଣ୍ଣ ନଥି, କମ୍ପ୍ୟୁଟର ହାର୍ଡଡିସ୍କ୍‌ ଆଦି ଜବତ କରାଯାଇଥିଲା। ସୂଚନାଯୋଗ୍ୟ, ମହାଦେବ ବେଟିଂ ଆପ୍‌ ପ୍ରମୋଟର ରବି ଉପ୍ପଲ ଓ ସୌରଭ ଚନ୍ଦ୍ରାକରଙ୍କ ଦ୍ବାରା ଆରମ୍ଭ କରାଯାଇଥିଲା। ସିବିଆଇ ଏଫ୍‌ଆଇଆର୍‌ରେ ରବି ଓ ଉପ୍ପଲଙ୍କ ସମେତ ୨୧ ଜଣଙ୍କ ନାମ ରହିଛି। ବର୍ତ୍ତମାନ ଉଭୟ ଦେଶ ଛାଡ଼ି ଦୁବାଇରେ ରହିଛନ୍ତି। ସେମାନେ ନିଜର ବେଆଇନ କାରବାରକୁ ସୁରୁଖୁରୁରେ ଚଳାଇବାକୁ ଅନେକ ପ୍ରଭାବଶାଳୀ ନେତା, ପ୍ରଶାସନିକ ଓ ପୁଲିସ ଅଧିକାରୀଙ୍କୁ କୋଟିକୋଟି ଟଙ୍କା ଲାଞ୍ଚ ଦେଇଥିଲେ। ଛତିଶଗଡ଼ ସରକାରଙ୍କ ଦ୍ବାରା ଏହି ମାମଲାର ତଦନ୍ତ ଭାର ପ୍ରଥମେ ଛତିଶଗଡ଼ର ଆର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ)କୁ ଦିଆଯାଇଥିଲା। ଇଓଡବ୍ଲୁର ଏଫ୍‌ଆଇଆର୍‌ରେ ମଧ୍ୟ ଭୂପେଶ ବଘେଲଙ୍କ ନାମ ରହିଥିଲା।

 

 

Tags: