ମହାକାଶ କେନ୍ଦ୍ର ଯିବାପାଇଁ ଶୁଭ୍ରାଂଶୁ ଶୁକ୍ଳା ‘ମୁଖ୍ୟ ମହକାଶଚାରୀ’; ବ୍ୟାକଅପ୍ରେ ରହିବେ ବାଲକ୍ରିଷ୍ଣନ୍ ନାୟାର
ନୂଆଦିଲ୍ଲୀ: ଭାରତ-ଆମେରିକା ମିସନରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍ଏସ୍)କୁ ଯାତ୍ରା କରିବା ପାଇଁ ଭାରତ ନିଜର ସର୍ବକନିଷ୍ଠ ମହାକାଶଚାରୀଙ୍କୁ ମୁଖ୍ୟ ମହାକାଶଚାରୀ ଭାବେ ବାଛିଛି। ମୁଖ୍ୟ ମହାକାଶଚାରୀ ହେବେ ଗ୍ରୁପ୍ କ୍ୟାପ୍ଟେନ୍ ଶୁଭ୍ରାଂଶୁ ଶୁକ୍ଳା ଯିଏ କି ନିକଟରେ ପଦୋନ୍ନତି ପାଇଛନ୍ତି। ଜଣେ ‘ମୁଖ୍ୟ ମହାକାଶଚାରୀ’ଙ୍କୁ ଉଡ଼ାଣ ପାଇଁ ଚୟନ କରାଯାଏ, କିନ୍ତୁ ଜଣେ ବ୍ୟାକ୍ଅପ୍ ମହାକାଶଚାରୀଙ୍କୁ ସର୍ବଦା ରଖାଯାଇଥାଏ। କାରଣ କୌଣସି ଅଘଟଣ କାରଣରୁ ଶେଷ ମୁହୂର୍ତ୍ତରେ ଅଦଳବଦଳ କରିବାକୁ ପଡ଼ିପାରେ। ବ୍ୟାକ୍ ଅପ୍ ମହାକାଶଚାରୀ […]
ନୂଆଦିଲ୍ଲୀ: ଭାରତ-ଆମେରିକା ମିସନରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍ଏସ୍)କୁ ଯାତ୍ରା କରିବା ପାଇଁ ଭାରତ ନିଜର ସର୍ବକନିଷ୍ଠ ମହାକାଶଚାରୀଙ୍କୁ ମୁଖ୍ୟ ମହାକାଶଚାରୀ ଭାବେ ବାଛିଛି। ମୁଖ୍ୟ ମହାକାଶଚାରୀ ହେବେ ଗ୍ରୁପ୍ କ୍ୟାପ୍ଟେନ୍ ଶୁଭ୍ରାଂଶୁ ଶୁକ୍ଳା ଯିଏ କି ନିକଟରେ ପଦୋନ୍ନତି ପାଇଛନ୍ତି। ଜଣେ ‘ମୁଖ୍ୟ ମହାକାଶଚାରୀ’ଙ୍କୁ ଉଡ଼ାଣ ପାଇଁ ଚୟନ କରାଯାଏ, କିନ୍ତୁ ଜଣେ ବ୍ୟାକ୍ଅପ୍ ମହାକାଶଚାରୀଙ୍କୁ ସର୍ବଦା ରଖାଯାଇଥାଏ। କାରଣ କୌଣସି ଅଘଟଣ କାରଣରୁ ଶେଷ ମୁହୂର୍ତ୍ତରେ ଅଦଳବଦଳ କରିବାକୁ ପଡ଼ିପାରେ। ବ୍ୟାକ୍ ଅପ୍ ମହାକାଶଚାରୀ ହେଉଛନ୍ତି ଗ୍ରୁପ୍ କ୍ୟାପ୍ଟେନ୍ ପ୍ରଶାନ୍ତ ବାଲକ୍ରିଷ୍ଣନ ନାୟାର, ଯିଏ କି ମନୋନୀତ ମହାକାଶଚାରୀଙ୍କ ମଧ୍ୟରେ ସବୁଠାରୁ ବୟସ୍କ।
ବର୍ତ୍ତମାନ ସୁଦ୍ଧା ଭାରତର କେବଳ ଜଣେ ମହାକାଶଚାରୀ ଅଛନ୍ତି- ସେ ହେଉଛନ୍ତି ୱିଙ୍ଗକମାଣ୍ଡର ରାକେଶ ଶର୍ମା, ଯିଏ କି ୧୯୮୪ରେ ଭାରତ-ସୋଭିଏତ ମିସନରେ ଯାତ୍ରା କରିଥିଲେ। ଏହି ଅଭିଯାନ ସମୟରେ ମିଳିଥିବା ଅଭିଜ୍ଞତା ଭାରତୀୟ ମାନବ ମହାକାଶ କାର୍ଯ୍ୟକ୍ରମ ପାଇଁ ଲାଭଦାୟକ ହେବ। ଏହା ଇସ୍ରୋ ଓ ନାସା ମଧ୍ୟରେ ମାନବ ମହାକାଶ ଉଡ଼ାଣ ସହଯୋଗକୁ ସୁଦୃଢ଼ କରିବ। ଜୁନ୍ ୨୦୨୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ ସମୟରେ ଉଭୟ ଦେଶ ମିଳିତ ବିବୃତିରେ ସ୍ୱାକ୍ଷର କରିବା ପରେ ଭାରତ-ଆମେରିକା ବିମାନ ଉଡ଼ାଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।




