ମସୋରିରେ ଖାଇକୁ ଖସିଗଲା କାର୍, ଏକାସାଙ୍ଗେ ମରିଗଲେ ୫ ସାଙ୍ଗ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ମସୋରିରେ ଆଜି ମସୋରି-ଡେରାଡୁନ ରୋଡରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ କଲେଜ ଛାତ୍ରଙ୍କ ମୃତ୍ୟୁ ହୋଇଯାଇଛି। ସେମାନେ ଯାତ୍ରା କରୁଥିବା ଏକ କାର୍ ନିୟନ୍ତ୍ରଣ ହରାଇ ଗଭୀର ଖାଇକୁ ଖସି ପଡ଼ିବା ଫଳରେ ୫ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଜଣେ ଆହତ ହୋଇଛନ୍ତି। ମୃତ ୫ ଜଣଙ୍କ ମଧ୍ୟରେ ୪ ଜଣ ପୁଅ ଏବଂ ଜଣେ ଝିଅ ଅଛନ୍ତି। ସେମାନେ ସମସ୍ତେ ସାଙ୍ଗ। ସେମାନେ ଡେରାଡୁନର ଆଇଏମଏସ କଲେଜରେ ପଢ଼ୁଥିଲେ। ସେମାନେ […]

Samaya Live Picture
Published On

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ମସୋରିରେ ଆଜି ମସୋରି-ଡେରାଡୁନ ରୋଡରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ କଲେଜ ଛାତ୍ରଙ୍କ ମୃତ୍ୟୁ ହୋଇଯାଇଛି। ସେମାନେ ଯାତ୍ରା କରୁଥିବା ଏକ କାର୍ ନିୟନ୍ତ୍ରଣ ହରାଇ ଗଭୀର ଖାଇକୁ ଖସି ପଡ଼ିବା ଫଳରେ ୫ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଜଣେ ଆହତ ହୋଇଛନ୍ତି। ମୃତ ୫ ଜଣଙ୍କ ମଧ୍ୟରେ ୪ ଜଣ ପୁଅ ଏବଂ ଜଣେ ଝିଅ ଅଛନ୍ତି। ସେମାନେ ସମସ୍ତେ ସାଙ୍ଗ। ସେମାନେ ଡେରାଡୁନର ଆଇଏମଏସ କଲେଜରେ ପଢ଼ୁଥିଲେ। ସେମାନେ ମୋଟ୍ ୬ ଜଣ ମସୋରିକୁ ବୁଲିବାକୁ ଯାଇଥିଲେ। ଫେରିବା ସମୟରେ ସେମାନଙ୍କ କାର୍ ଆଜି ବଡ଼ି ଭୋର ସମୟରେ ଏକ ପାହାଡ଼ିଆ ରାସ୍ତାରେ ନିୟନ୍ତ୍ରଣ ହରାଇ ଗଭୀର ଖାଇକୁ ଖସି ପଡ଼ିଥିଲା। ଉକ୍ତ ଘଟଣାରେ ଜଣେ ଛାତ୍ରୀ ମଧ୍ୟ ଆହତ ହୋଇଛନ୍ତି। ତାଙ୍କୁ ଅତ୍ୟନ୍ତ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମସୋରି ଡେରାଡୁନ ମାର୍ଗ ଝଡ଼ିପାଣି ରୋଡରେ ଆଜି ଏହି ଦୁର୍ଘଟଣା ହୋଇଛି। ଦୁର୍ଘଟଣାରେ ଆହତ ଛାତ୍ରୀଙ୍କ ନାଁ ନାନ୍ସି। ତାଙ୍କ ଅବସ୍ଥା ଗୁରୁତର ଅଛି। ସେ ଏବେ ଚିକିତ୍ସାଧୀନ ଅଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଗତ ମାସରେ ମଧ୍ୟ ମସୋରିରେ ଏକ କାର ଖାଇକୁ ଖସି ପଡ଼ିବା ଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଯାଇଛି।
.

Tags: