ମସଜିଦ ସର୍ଭେକୁ ନେଇ ହିଂସା ତେଜିଲା, ୪ ମୃତ
ଲକ୍ଷ୍ନୌ :ଉତ୍ତରପ୍ରଦେଶର ସମ୍ଭଲ ଅଶାନ୍ତ ହୋଇପଡ଼ିଛି। ଏଠାରେ ଥିବା ଜାମା ମସଜିଦର ସର୍ଭେକୁ ନେଇ ଲୋକଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖିବାକୁ ମିଳିଛି। ସର୍ଭେକୁ ବିରୋଧ କରି ରବିବାର ସକାଳେ ଆରମ୍ଭ ହୋଇଥିବା ହିଂସା ଆଜି ମଧ୍ୟ ଜାରି ରହିଛି। ହିଂସାରେ ୪ ଜଣ ପ୍ରାଣ ହରାଇ ସାରିଲେଣି। ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ହିଂସା ପାଇଁ ସମ୍ଭଲ ଏବଂ ଏହାର ଆଖପାଖ ଅଞ୍ଚଳରେ ଇଣ୍ଟରନେଟ୍ ସେବା ବନ୍ଦ ରଖାଯାଇଛି। ସେହିପରି ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ […]
ଲକ୍ଷ୍ନୌ :ଉତ୍ତରପ୍ରଦେଶର ସମ୍ଭଲ ଅଶାନ୍ତ ହୋଇପଡ଼ିଛି। ଏଠାରେ ଥିବା ଜାମା ମସଜିଦର ସର୍ଭେକୁ ନେଇ ଲୋକଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖିବାକୁ ମିଳିଛି। ସର୍ଭେକୁ ବିରୋଧ କରି ରବିବାର ସକାଳେ ଆରମ୍ଭ ହୋଇଥିବା ହିଂସା ଆଜି ମଧ୍ୟ ଜାରି ରହିଛି। ହିଂସାରେ ୪ ଜଣ ପ୍ରାଣ ହରାଇ ସାରିଲେଣି। ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ହିଂସା ପାଇଁ ସମ୍ଭଲ ଏବଂ ଏହାର ଆଖପାଖ ଅଞ୍ଚଳରେ ଇଣ୍ଟରନେଟ୍ ସେବା ବନ୍ଦ ରଖାଯାଇଛି। ସେହିପରି ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲଗୁଡ଼ିକୁ ଆଜି ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଡିସେମ୍ବର ୧ ପର୍ଯ୍ୟନ୍ତ ସମ୍ଭଲରେ ବାହାର ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି। ଏହି ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲାରେ ବାହାର ଲୋକ, ସାମାଜିକ ସଙ୍ଗଠନ ଏବଂ ଜନ ପ୍ରତିନିଧୀଙ୍କ ପ୍ରବେଶ ବ୍ୟାନ୍ କରାଯାଇଛି। ଅତ୍ୟଧିକ ସମ୍ବେଦନଶୀଳ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ଏହି ପଦକ୍ଷେପ ନେଇଛି।




