ମଶାଧୂପ ନେଲା ଗୋଟିଏ ପରିବାରର ୬ ଜୀବନ
ନୂଆଦିଲ୍ଲୀ, ୩୧/୩ : ମଶାଧୂପ ଧୁଆଁ ଏବଂ ନିଆଁରେ ଗୋଟିଏ ପରିବାରର ୬ ଜଣଙ୍କ ଜୀବନ ଚାଲିଯାଇଛି। ଶ୍ବାସରୁଦ୍ଧ ହୋଇ ସେମାନଙ୍କ ମୃତ୍ୟୁ ହୋଇଛି। ଅନ୍ୟ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ସେମାନେ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅଛନ୍ତି। ଉତ୍ତର ପୂର୍ବ ଦିଲ୍ଲୀର ଶାସ୍ତ୍ରୀ ପାର୍କ ଅଞ୍ଚଳରେ ଏହି ଘଟଣା ଘଟିଛି। ଉତ୍ତର ଦିଲ୍ଲୀ ଡିସିପି ଜୟ ତିର୍କୀ କହିଛନ୍ତି, ଶୁକ୍ରବାର ସକାଳେ ସେମାନେ ମଜର ୱାଲା ରୋଡ୍ ନିକଟସ୍ଥ ଏକ ଘରେ ନିଆଁ ଲାଗି […]
ନୂଆଦିଲ୍ଲୀ, ୩୧/୩ : ମଶାଧୂପ ଧୁଆଁ ଏବଂ ନିଆଁରେ ଗୋଟିଏ ପରିବାରର ୬ ଜଣଙ୍କ ଜୀବନ ଚାଲିଯାଇଛି। ଶ୍ବାସରୁଦ୍ଧ ହୋଇ ସେମାନଙ୍କ ମୃତ୍ୟୁ ହୋଇଛି। ଅନ୍ୟ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ସେମାନେ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅଛନ୍ତି। ଉତ୍ତର ପୂର୍ବ ଦିଲ୍ଲୀର ଶାସ୍ତ୍ରୀ ପାର୍କ ଅଞ୍ଚଳରେ ଏହି ଘଟଣା ଘଟିଛି। ଉତ୍ତର ଦିଲ୍ଲୀ ଡିସିପି ଜୟ ତିର୍କୀ କହିଛନ୍ତି, ଶୁକ୍ରବାର ସକାଳେ ସେମାନେ ମଜର ୱାଲା ରୋଡ୍ ନିକଟସ୍ଥ ଏକ ଘରେ ନିଆଁ ଲାଗି ଯାଇଥିବା ଖବର ପାଇଥିଲେ। ସଙ୍ଗେସଙ୍ଗେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ ଅନୁଯାୟୀ ପରିବାରର ସମସ୍ତ ସଦସ୍ୟ ଶୋଇଥିବା ବେଳେ ସେମାନେ ଲଗାଇଥିବା ମଶାଧୂପ ଶେଜ ଉପରେ ପଡ଼ି ଯାଇଥିଲା। ଏହାଦ୍ବାରା ଘର ସାରା ଧୂଆଁ ବ୍ୟାପିଯାଇଥିଲା ଏବଂ ନିଆଁ ମଧ୍ୟ ଲାଗି ଯାଇଥିଲା। ଶ୍ବାସରୁଦ୍ଧ ହୋଇ ସମସ୍ତ ୬ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୪ ଜଣ ପୁରୁଷ, ଜଣେ ମହିଳା ଏବଂ ଜଣେ ଶିଶୁ ଅଛନ୍ତି।




