ମର୍ମନ୍ତୁଦ ସଡକ ଦୁର୍ଘଟଣା,ଚାଲିଗଲା ୯ ଜୀବନ
ମହାରାଷ୍ଟ୍ର : ମୁମ୍ବାଇ-ଗୋଆ ରାଜପଥରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା Iଏକ କାର କୁ ଟ୍ରକ ଧକ୍କା ହେବା ଫଳରେ ନଅ ଜଣଙ୍କ ଅକାଳ ମୃତ୍ୟୁ ଘଟିଛି I ଆଜି ଭୋର ୫ଟାରେ ରେପୋଲି ଗାଁରେ ଏହି ଦୁର୍ଘଟଣା ଘଟିଛି। ମୃତକ ମାନଙ୍କ ମଧ୍ୟରେ ଜଣେ ଶିଶୁ ଏବଂ ତିନିଜଣ ମହିଳା ରହିଛନ୍ତି । ପୋଲିସ କହିବା ଅନୁସାରେ, ରାସ୍ତାର ବିପରୀତ ପାର୍ଶ୍ବରୁ ଆସୁଥିବା ଗୋଟାଏ ଟ୍ରକ୍ ବିପରୀତ ଦିଗରେ ଆସୁଥିବା କାରକୁ ଧକ୍କା ଦେଇଥିଲା। ଦୁର୍ଘଟଣା […]
ମହାରାଷ୍ଟ୍ର : ମୁମ୍ବାଇ-ଗୋଆ ରାଜପଥରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା Iଏକ କାର କୁ ଟ୍ରକ ଧକ୍କା ହେବା ଫଳରେ ନଅ ଜଣଙ୍କ ଅକାଳ ମୃତ୍ୟୁ ଘଟିଛି I ଆଜି ଭୋର ୫ଟାରେ ରେପୋଲି ଗାଁରେ ଏହି ଦୁର୍ଘଟଣା ଘଟିଛି। ମୃତକ ମାନଙ୍କ ମଧ୍ୟରେ ଜଣେ ଶିଶୁ ଏବଂ ତିନିଜଣ ମହିଳା ରହିଛନ୍ତି ।
ପୋଲିସ କହିବା ଅନୁସାରେ, ରାସ୍ତାର ବିପରୀତ ପାର୍ଶ୍ବରୁ ଆସୁଥିବା ଗୋଟାଏ ଟ୍ରକ୍ ବିପରୀତ ଦିଗରେ ଆସୁଥିବା କାରକୁ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, କାର୍ ପୁରା ଚୁର୍ମାର୍ ହୋଇଯାଇଛି।
ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ୫ ଜଣ ପୁରୁଷ ଏବଂ ୪ ଜଣ ମହିଳା ରହିଛନ୍ତି । ଏଥିରେ ଆହତ ହୋଇଥିବା ଆଉ ଜଣେ ୪ ବର୍ଷିୟ ପିଲାକୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରି ଗୋରେଗାଓଁ ପୋଲିସ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଇଛି।
ଟ୍ରକଟି ମୁମ୍ବାଇ ଅଭିମୁଖେ ଯାଉଥିବା ବେଳେ କାରଟି ରତ୍ନଗିରି ଜିଲ୍ଲାରେ ଥିବା ଗୁହାଗରକୁ ଯାଉଥିଲା। ଦୁର୍ଘଟଣା ପରେ ମୁମ୍ବାଇ-ଗୋଆ ରାଜପଥର ଯାତାୟାତ କିଛି ସମୟରେ ପାଇଁ ବନ୍ଦ ରହିଥିଲା । ଘଟଣା ଘଟିବା ପରେ ଘଟଣାସ୍ଥଳରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର ସହ ଘଟଣାର ତଦନ୍ତ ଚଳାଇଛି।




