ମର‌କ୍କୋ ଭୂକମ୍ପ ମୃତ୍ୟୁସଂଖ୍ୟା ୨୮୦୦ ଟପିଲା

ନୂଆଦିଲ୍ଳୀ: ମରକ୍କୋରେ ହୋଇଥିବା ଭୟଙ୍କର ଭୂକମ୍ପ ଜନିତ ମୃତ୍ୟୁସଂଖ୍ୟା ୨୮୦୦ ଟପିଯାଇଛି। ଇତି ମଧ୍ୟରେ ୪ ଦିନ ବିତିଯାଇଥିଲେ ବି ଉଦ୍ଧାର କାର୍ଯ୍ୟ ଶେଷ ହୋଇନି। ମୃତ୍ୟୁସଂଖ୍ୟା ୨,୮୬୨ ପହଞ୍ଚିଲାଣି। ୨୫୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଭୂକମ୍ପରେ ସବୁକିଛି ଛାରଖାର ହୋଇଯାଇଛି। ବଡ଼ ବଡ଼ ଅଟ୍ଟାଳିକା ମାଟିରେ ମିଶିଯାଇଛି। ଅନେକ ଲୋକ ଏବେ ବି ଭଗ୍ନାବଶେଷ ତଳେ ଫସି ରହିଛନ୍ତି। ଦୀର୍ଘ ୬ ଦଶନ୍ଧି ମଧ୍ୟରେ ମରକ୍କୋରେ […]

Samaya Live Picture
Published On

ନୂଆଦିଲ୍ଳୀ: ମରକ୍କୋରେ ହୋଇଥିବା ଭୟଙ୍କର ଭୂକମ୍ପ ଜନିତ ମୃତ୍ୟୁସଂଖ୍ୟା ୨୮୦୦ ଟପିଯାଇଛି। ଇତି ମଧ୍ୟରେ ୪ ଦିନ ବିତିଯାଇଥିଲେ ବି ଉଦ୍ଧାର କାର୍ଯ୍ୟ ଶେଷ ହୋଇନି। ମୃତ୍ୟୁସଂଖ୍ୟା ୨,୮୬୨ ପହଞ୍ଚିଲାଣି। ୨୫୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଭୂକମ୍ପରେ ସବୁକିଛି ଛାରଖାର ହୋଇଯାଇଛି। ବଡ଼ ବଡ଼ ଅଟ୍ଟାଳିକା ମାଟିରେ ମିଶିଯାଇଛି। ଅନେକ ଲୋକ ଏବେ ବି ଭଗ୍ନାବଶେଷ ତଳେ ଫସି ରହିଛନ୍ତି। ଦୀର୍ଘ ୬ ଦଶନ୍ଧି ମଧ୍ୟରେ ମରକ୍କୋରେ ଏହା ସବୁଠାରୁ ଭୟଙ୍କର ଭୂକମ୍ପ। ପର୍ବତର ପାଦଦେଶରେ ଥିବା ଅନେକ ଗାଁରେ ପହଞ୍ଚିବା କଷ୍ଟଦାୟକ ହୋଇଥିବାରୁ ସେଠାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇପାରିନି। ତେଣୁ ଆଗକୁ ମୃତ୍ୟୁସଂଖ୍ୟା ବହୁତ ବଢ଼ିବ।

Tags: