ମରକ୍କୋ ଭୂକମ୍ପ ମୃତ୍ୟୁସଂଖ୍ୟା ୨୦୦୦ ଟପିଲାଣି

ନୂଆଦିଲ୍ଲୀ : କେନ୍ଦ୍ରୀୟ ମରକ୍କୋରେ ଶୁକ୍ରବାର ରାତିରେ ହୋଇଥିବା ଭୟଙ୍କର ଭୂକମ୍ପ ଜନିତ ମୃତ୍ୟୁସଂଖ୍ୟା ୨ ହଜାର ଟପିଯାଇଛି। ଆହୁରି ଶତାଧିକ ଲୋକ ଆହତ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଭୂକମ୍ପ ପ୍ରଭାବରେ ବଡ଼ ବଡ଼ କୋଠା ଗୁଡ଼ିକ ତାସ୍‌ ଘର ଭଳି ଭାଙ୍ଗି ଯାଇଛି। ଶୁକ୍ରବାର ରାତିରେ ଅନୁଭୂତ ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୮ ଥିବା ଜଣାପଡ଼ିଛି, ଯାହା ମରକ୍କୋରେ ଏ ଯାବତ୍ ହୋଇଥିବା ଭୂକମ୍ପଗୁଡ଼ିକ ମଧ୍ୟରେ ସବୁଠାରୁ ଶକ୍ତିଶାଳୀ। ଦୀର୍ଘ […]

Samaya Live Picture
Published On

ନୂଆଦିଲ୍ଲୀ : କେନ୍ଦ୍ରୀୟ ମରକ୍କୋରେ ଶୁକ୍ରବାର ରାତିରେ ହୋଇଥିବା ଭୟଙ୍କର ଭୂକମ୍ପ ଜନିତ ମୃତ୍ୟୁସଂଖ୍ୟା ୨ ହଜାର ଟପିଯାଇଛି। ଆହୁରି ଶତାଧିକ ଲୋକ ଆହତ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଭୂକମ୍ପ ପ୍ରଭାବରେ ବଡ଼ ବଡ଼ କୋଠା ଗୁଡ଼ିକ ତାସ୍‌ ଘର ଭଳି ଭାଙ୍ଗି ଯାଇଛି। ଶୁକ୍ରବାର ରାତିରେ ଅନୁଭୂତ ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୮ ଥିବା ଜଣାପଡ଼ିଛି, ଯାହା ମରକ୍କୋରେ ଏ ଯାବତ୍ ହୋଇଥିବା ଭୂକମ୍ପଗୁଡ଼ିକ ମଧ୍ୟରେ ସବୁଠାରୁ ଶକ୍ତିଶାଳୀ। ଦୀର୍ଘ ୬ ଦଶନ୍ଧି ମଧ୍ୟରେ ଏହା ମରକ୍କୋରେ ସବୁଠାରୁ ଭୟଙ୍କର ଭୂକମ୍ପ। ମରକ୍କୋର ଦକ୍ଷିଣ-ପଶ୍ଚିମ ଦିଗରେ ୭୧ କିଲୋମିଟର ଦୂରରେ ୧୮.୫ କିଲୋମିଟର ଗଭୀରତାରେ ସ୍ଥାନୀୟ ସମୟ ରାତି ୧୧ଟା ୧୧ରେ ଏହି କମ୍ପନ ଅନୁଭୂତ ହୋଇଛି। ଉପକୂଳବର୍ତ୍ତୀ ସହର ରବାତ, କାସାବ୍ଲାଙ୍କା ଏବଂ ଏସାଉଇରାରେ ମଧ୍ୟ କମ୍ପନ ଅନୁଭୂତ ହୋଇଥିଲା।
ରୟାଲ ମରକ୍କୋ ସଶସ୍ତ୍ର ବାହିନୀ କହିଛି ଯେ ଆଫ୍ଟର୍‌ସକ୍ (ପରବର୍ତ୍ତୀ କମ୍ପନ)ର ଆଶଙ୍କା ଥିବାରୁ ଲୋକମାନେ ତଥାପି ଅସୁରକ୍ଷିତ ଅଛନ୍ତି। ଭୂକମ୍ପ ଯୋଗୁଁ ଶତାଧିକ ଘର ଧ୍ବସ୍ତ ହୋଇଯାଥିବା ବେଳେ ପ୍ରାୟ ୧୦ ହଜାର ଘର କ୍ଷତିଗ୍ରସ୍ତ ହୋଇଛି। ଏଥିପାଇଁ ସତର୍କତା ଅବଲମ୍ବନ କରିବା ଏବଂ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ଆବଶ୍ୟକ ବୋଲି ସେନା କହିଛି। ବିଶ୍ବର ବିଭିନ୍ନ ସ୍ଥାନରୁ ମରକ୍କୋକୁ ସମବେଦନାର ବାର୍ତ୍ତା ମିଳିଛି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୂକମ୍ପ ପୀଡ଼ିତଙ୍କ ପ୍ରତି ଗଭୀର ସମବେଦନା ପ୍ରକଟ କରିବା ସହ ଯଥାସମ୍ଭବ ସହାୟତା ପ୍ରଦାନ କରାଯିବ ବୋଲି ଜି-୨୦ ବୈଠକରେ ଘୋଷଣା କରିଛନ୍ତି। ଜର୍ମାନ ଚାନସେଲର ଓଲାଫ ସ୍କଲ୍‌ଜ ଏକ୍ସରେ ସମବେଦନା ଜଣାଇଛନ୍ତି। ଜାତିସଂଘର ଜନୈକ ମୁଖପାତ୍ର କହିଛନ୍ତି ଯେ ପୀଡ଼ିତ ଲୋକଙ୍କୁ ସହାୟତା ପ୍ରଦାନ ନିମନ୍ତେ ମରକ୍କୋ ସରକାରଙ୍କୁ ସହଯୋଗ କରିବାକୁ ମିଳିତ ଜାତିସଂଘ ପ୍ରସ୍ତୁତ ଅଛି।

Tags: