ମରକ୍କୋରେ ଭୟଙ୍କର ଭୂକମ୍ପ, ୨୯୬ ମୃତ
ନୂଆଦିଲ୍ଲୀ : କେନ୍ଦ୍ରୀୟ ମରକ୍କୋରେ ଶୁକ୍ରବାର ବିଳମ୍ବିତ ରାତିରେ ଭୟଙ୍କର ଭୂକମ୍ପ ହୋଇଛି। ଭୂକମ୍ପରେ ୨୯୬ ଜଣଙ୍କ ମୃତ୍ୟୁୃ ହୋଇଯାଇଛି। ଆହୁରି ୧୫୩ ଲୋକ ଆହତ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଭୂକମ୍ପର ତୀବ୍ରତା ୬.୮ ରହିଛି। ଭୂକମ୍ପ ପ୍ରଭାବରେ ବଡ଼ ବଡ଼ କୋଠା ଗୁଡ଼ିକ ତାସ୍ ଘର ଭଳି ଭାଙ୍ଗି ଯାଇଛି। ମରକ୍କୋ ଭୂକମ୍ପରେ ଏତେ ସଂଖ୍ୟକ ଲୋକଙ୍କର ମୃତ୍ୟୁ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୋଦୀ କହିଛନ୍ତି, […]
ନୂଆଦିଲ୍ଲୀ : କେନ୍ଦ୍ରୀୟ ମରକ୍କୋରେ ଶୁକ୍ରବାର ବିଳମ୍ବିତ ରାତିରେ ଭୟଙ୍କର ଭୂକମ୍ପ ହୋଇଛି। ଭୂକମ୍ପରେ ୨୯୬ ଜଣଙ୍କ ମୃତ୍ୟୁୃ ହୋଇଯାଇଛି। ଆହୁରି ୧୫୩ ଲୋକ ଆହତ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଭୂକମ୍ପର ତୀବ୍ରତା ୬.୮ ରହିଛି। ଭୂକମ୍ପ ପ୍ରଭାବରେ ବଡ଼ ବଡ଼ କୋଠା ଗୁଡ଼ିକ ତାସ୍ ଘର ଭଳି ଭାଙ୍ଗି ଯାଇଛି। ମରକ୍କୋ ଭୂକମ୍ପରେ ଏତେ ସଂଖ୍ୟକ ଲୋକଙ୍କର ମୃତ୍ୟୁ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୋଦୀ କହିଛନ୍ତି, ଏଭଳି ଦୁଃଖଦ ସମୟରେ ମରକ୍କୋ ଲୋକଙ୍କ ସହ ମୋ ଭାବନା ରହିଛି। ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କୁ ଗଭୀର ସମବେଦନା। ମୋଦୀ ସମସ୍ତ ଆହତଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ଏଭଳି ଜଟିଳ ସମୟରେ ଭାରତ ମରକ୍କୋକୁ ସବୁ ପ୍ରକାର ସହଯୋଗ କରିବାପାଇଁ ପ୍ରସ୍ତୁତ ବୋଲି ସେ କହିଛନ୍ତି। ମରକେଚର ଦକ୍ଷିଣରୁ ୭୦ କିମି ଦୂର ଆଟଲାସ ପାର୍ବତ୍ୟାଞ୍ଚଳରେ ଭୂକମ୍ପର ପ୍ରଭାବ ସବୁଠାରୁ ଅଧିକ ରହିଛି।




