ମମଦାନିଙ୍କୁ ଦେଶାନ୍ତର କରିବାକୁ ଦାବି ଜୋର୍‌ ଧରିଲା

ନ୍ୟୁୟର୍କ : ନ୍ୟୁୟର୍କ ସହରର ଡେମୋକ୍ରାଟିକ ମେୟର ପ୍ରାଥମିକ ନିର୍ବାଚନରେ ଭାରତୀୟ ବଂଶୋଦ୍ଭବ ବାମପନ୍ଥୀ ସମାଜବାଦୀ ଜୋହରାନ ମମଦାନିଙ୍କ ବିଜୟ ହୋଇଛି। ତେବେ ମମଦାନିଙ୍କ ନାଗରିକତାକୁ ନେଇ ଏବେ ଖୋଳତାଡ଼ ଆରମ୍ଭ ହୋଇଛି। ଆମେରିକାରେ ରିପବ୍ଲିକାନ ନେତାମାନେ ଜୋହରାନଙ୍କ ନାଗରିକତା ଷ୍ଟାଟସ୍‌ର ସଂଘୀୟ ତଦନ୍ତ ଦାବି କରିଛନ୍ତି। କିଛି ଗୋଷ୍ଠୀ ମଧ୍ୟ ମମଦାନିଙ୍କୁ ତୁରନ୍ତ ଦେଶାନ୍ତର କରିବାପାଇଁ ଦାବି କରିଛନ୍ତି। ମମଦାନି ହେଉଛନ୍ତି ଭାରତୀୟ ବଂଶୋଦ୍ଭବ ଆମେରିକୀୟ ଫିଲ୍ମ ନିର୍ମାତା ମୀରା ନେୟାରଙ୍କ ପୁଅ। ନଭେମ୍ବରରେ ନ୍ୟୁୟର୍କ […]

ମମଦାନିଙ୍କୁ ଦେଶାନ୍ତର କରିବାକୁ ଦାବି ଜୋର୍‌ ଧରିଲା
Samaya Live Picture
Published On

ନ୍ୟୁୟର୍କ : ନ୍ୟୁୟର୍କ ସହରର ଡେମୋକ୍ରାଟିକ ମେୟର ପ୍ରାଥମିକ ନିର୍ବାଚନରେ ଭାରତୀୟ ବଂଶୋଦ୍ଭବ ବାମପନ୍ଥୀ ସମାଜବାଦୀ ଜୋହରାନ ମମଦାନିଙ୍କ ବିଜୟ ହୋଇଛି। ତେବେ ମମଦାନିଙ୍କ ନାଗରିକତାକୁ ନେଇ ଏବେ ଖୋଳତାଡ଼ ଆରମ୍ଭ ହୋଇଛି। ଆମେରିକାରେ ରିପବ୍ଲିକାନ ନେତାମାନେ ଜୋହରାନଙ୍କ ନାଗରିକତା ଷ୍ଟାଟସ୍‌ର ସଂଘୀୟ ତଦନ୍ତ ଦାବି କରିଛନ୍ତି। କିଛି ଗୋଷ୍ଠୀ ମଧ୍ୟ ମମଦାନିଙ୍କୁ ତୁରନ୍ତ ଦେଶାନ୍ତର କରିବାପାଇଁ ଦାବି କରିଛନ୍ତି। ମମଦାନି ହେଉଛନ୍ତି ଭାରତୀୟ ବଂଶୋଦ୍ଭବ ଆମେରିକୀୟ ଫିଲ୍ମ ନିର୍ମାତା ମୀରା ନେୟାରଙ୍କ ପୁଅ। ନଭେମ୍ବରରେ ନ୍ୟୁୟର୍କ ସିଟି ମେୟର ନିର୍ବାଚନ ପୂର୍ବରୁ ପ୍ରାଥମିକ ନିର୍ବାଚନ ଜିତି ସେ ଚର୍ଚ୍ଚାରେ ଅଛନ୍ତି। ୨୦୨୧ରୁ ବିଧାନସଭା ସଦସ୍ୟ ଥିବା ମମଦାନି ୨୦୧୮ରେ ଆମେରିକାର ନାଗରିକ ହେଲେ। କଜେଲରୁ ଗ୍ରାଜୁଏଟ ହେବାପରେ ସେ ଆମେରିକାର ନାଗରିକତା ହାସଲ କରିଥିଲେ। ଆମେରିକାର ବିଦେଶ ନୀତି ଉପରେ ତାଙ୍କର ରାଜନୈତିକ ଟିପ୍ପଣୀ ପାଇଁ ମଧ୍ୟ ସେ କଡ଼ା ସମାଲୋଚନାର ଶିକାର ହୋଇଛନ୍ତି। ଯଦି ମମଦାନି ଚୂଡ଼ାନ୍ତ ଲଢ଼େଇରେ ବିଜୟୀ ହୁଅନ୍ତି, ତେବେ ସେ ନ୍ୟୁୟର୍କର ପ୍ରଥମ ମୁସଲମାନ ମେୟର ହେବେ। ଭାରତୀୟ ବଂଶୋଦ୍ଭବ ପ୍ରବାସୀଙ୍କ ପୁତ୍ରଙ୍କୁ ଡେମୋକ୍ରାଟିକ୍ ସୋସାଲିଷ୍ଟସ ଅଫ୍ ଆମେରିକା ପାର୍ଟି ସମର୍ଥନ କରୁଛି।

Tags: