ମମତା ହେଉଛନ୍ତି ଦୁର୍ନୀତିର ରାଣୀ ମହୁମାଛି : ସୁଭେନ୍ଦୁ
ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପଶ୍ଚିମବଙ୍ଗରେ ବିରୋଧୀ ଦଳ ନେତା ସୁଭେନ୍ଦୁ ଅଧିକାରୀ ଦୁର୍ନୀତିର ରାଣୀ ମହୁମାଛି କହିଛନ୍ତି। ମମତା ଦୁର୍ନୀତି ମାମଲା ସାମ୍ନା କରୁଥିବା ଦୋଷୀମାନଙ୍କୁ ସମର୍ଥନ କରୁଛନ୍ତି ବୋଲି ସୁଭେନ୍ଦୁ ଅଧିକାରୀ ଅଭିଯୋଗ କରିଛନ୍ତି। ସୁଭେନ୍ଦୁ ଅଧିକାରୀ କହିଛନ୍ତି, ସେ ମମତାଙ୍କ ମୁଖା ଖୋଲିଦେବେ ଏବଂ ତାଙ୍କୁ ସଠିକ ଜବାବ ଦେବେ। ଉଲ୍କେଖଯୋଗ୍ୟ ଯେ ଟିଏମ୍ସିର ଜାତୀୟ ଦଳ ମାନ୍ୟତା ରଦ୍ଦ ହେବାପରେ ମମତା କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଫୋନ୍ […]
ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପଶ୍ଚିମବଙ୍ଗରେ ବିରୋଧୀ ଦଳ ନେତା ସୁଭେନ୍ଦୁ ଅଧିକାରୀ ଦୁର୍ନୀତିର ରାଣୀ ମହୁମାଛି କହିଛନ୍ତି। ମମତା ଦୁର୍ନୀତି ମାମଲା ସାମ୍ନା କରୁଥିବା ଦୋଷୀମାନଙ୍କୁ ସମର୍ଥନ କରୁଛନ୍ତି ବୋଲି ସୁଭେନ୍ଦୁ ଅଧିକାରୀ ଅଭିଯୋଗ କରିଛନ୍ତି। ସୁଭେନ୍ଦୁ ଅଧିକାରୀ କହିଛନ୍ତି, ସେ ମମତାଙ୍କ ମୁଖା ଖୋଲିଦେବେ ଏବଂ ତାଙ୍କୁ ସଠିକ ଜବାବ ଦେବେ। ଉଲ୍କେଖଯୋଗ୍ୟ ଯେ ଟିଏମ୍ସିର ଜାତୀୟ ଦଳ ମାନ୍ୟତା ରଦ୍ଦ ହେବାପରେ ମମତା କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଫୋନ୍ କରିଥିଲେ ବୋଲି ସୁଭେନ୍ଦୁ ଅଧିକାରୀ ଅଭିଯୋଗ କରିଥିଲେ। କିନ୍ତୁ ମମତା ସୁଭେନ୍ଦୁ ଅଧିକାରୀଙ୍କ ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ। ମମତା କହିଥିଲେ ଯଦି ସେ ଶାହଙ୍କୁ ଫୋନ୍ କରିଥିବା କଥା ସତ ପ୍ରମାଣିତ ହୁଏ ତେବେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଦେବେ। ଏହି କଥାର ଜବାବ ଦେଇ ସୁଭେନ୍ଦୁ ଅଧିକାରୀ କହିଛନ୍ତି, ମମତା ହେଉଛନ୍ତି ଦୁର୍ନୀତିର ରାଣୀ ମହୁମାଛି।




