ମମତା ବାନାର୍ଜୀଙ୍କୁ ଲିଗାଲ ନୋଟିସ ପଠାଇଲେ ବିବେକ ଅଗ୍ନିହୋତ୍ରୀ
ନୂଆଦିଲ୍ଲୀ : ଫିଲ୍ମନିର୍ମାତା ବିବେକ ଅଗ୍ନିହୋତ୍ରୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଲିଗାଲ ନୋଟିସ ପଠାଇଛନ୍ତି। ଏକଥା ନିଜେ ବିବେକ ଅଗ୍ନିହୋତ୍ରୀ ଘୋଷଣା କରିଛନ୍ତି। ଲିଗାଲ ନୋଟିସର ସ୍କ୍ରିନସଟ୍ ଆଜି ବିବେକ ଅଗ୍ନିହୋତ୍ରୀ ସେୟାର କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ମମତା ବାନାର୍ଜୀ ନିକଟରେ କହିଥିଲେ, ଦି କାଶ୍ମୀର ଫାଇଲ୍ସ ଏବଂ ନିକଟରେ ରିଲିଜ ହୋଇଥିବା ଦି କେରଳ ଷ୍ଟୋରି ସମାଜର କିଛି ନିଦ୍ଦିର୍ଷ୍ଟ ବର୍ଗଙ୍କୁ ଅପମାନିତ କରିଛି। ମମତାଙ୍କ ଏହି ଟିପ୍ପଣୀ ପାଇଁ ଅଗ୍ନିହୋତ୍ରୀ ତାଙ୍କୁ ଲିଗାଲ […]
ନୂଆଦିଲ୍ଲୀ : ଫିଲ୍ମନିର୍ମାତା ବିବେକ ଅଗ୍ନିହୋତ୍ରୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଲିଗାଲ ନୋଟିସ ପଠାଇଛନ୍ତି। ଏକଥା ନିଜେ ବିବେକ ଅଗ୍ନିହୋତ୍ରୀ ଘୋଷଣା କରିଛନ୍ତି। ଲିଗାଲ ନୋଟିସର ସ୍କ୍ରିନସଟ୍ ଆଜି ବିବେକ ଅଗ୍ନିହୋତ୍ରୀ ସେୟାର କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ମମତା ବାନାର୍ଜୀ ନିକଟରେ କହିଥିଲେ, ଦି କାଶ୍ମୀର ଫାଇଲ୍ସ ଏବଂ ନିକଟରେ ରିଲିଜ ହୋଇଥିବା ଦି କେରଳ ଷ୍ଟୋରି ସମାଜର କିଛି ନିଦ୍ଦିର୍ଷ୍ଟ ବର୍ଗଙ୍କୁ ଅପମାନିତ କରିଛି। ମମତାଙ୍କ ଏହି ଟିପ୍ପଣୀ ପାଇଁ ଅଗ୍ନିହୋତ୍ରୀ ତାଙ୍କୁ ଲିଗାଲ ନୋଟିସ ପଠାଇଛନ୍ତି। ଅଗ୍ନିହୋତ୍ରୀ କହିଛନ୍ତି, ମମତାଙ୍କ ମିଥ୍ୟା ଏବଂ ଅପମାନଜନକ ଟିପ୍ପଣୀ ପାଇଁ ତାଙ୍କୁ ଲିଗାଲ୍ ନୋଟିସ ପଠାଇଛି।




