ମମତା ଜି-୨୦ ଡିନର କାର୍ଯ୍ୟକ୍ରମରେ ଯୋଗ ଦେଇନଥିଲେ ଆକାଶ ଛିଡ଼ିପଡ଼ିନଥାନ୍ତା : ଅଧୀର
ନୂଆଦିଲ୍ଲୀ : ବିରୋଧୀ ଇଣ୍ଡିଆ ମେଣ୍ଟରେ ନୂଆ ବିବାଦ ଦେଖାଦେଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ବାରା ଆୟୋଜିତ ଜି-୨୦ ନୈଶ ଭୋଜି କାର୍ଯ୍ୟକ୍ରମରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗ ଦେବାକୁ କଂଗ୍ରେସ ବିରୋଧ କରିଛି। କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ ମମତା ଜି-୨୦ ନୈଶଭୋଜିରେ ଯୋଗ ଦେବାକୁ ବିରୋଧ କରିଛନ୍ତି। ପଶ୍ଚିମବଙ୍ଗ କଂଗ୍ରେସ ମୁଖ୍ୟ ଅଧୀର କହିଛନ୍ତି, ଯଦି ମମତା ଜି-୨୦ ନୈଶ ଭୋଜି କାର୍ଯ୍ୟକ୍ରମରେ ଯୋଗ ଦେଇନଥାନ୍ତେ ତେବେ ଆକାଶ ଛିଡ଼ି ପଡ଼ିନଥାନ୍ତା […]
ନୂଆଦିଲ୍ଲୀ : ବିରୋଧୀ ଇଣ୍ଡିଆ ମେଣ୍ଟରେ ନୂଆ ବିବାଦ ଦେଖାଦେଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ବାରା ଆୟୋଜିତ ଜି-୨୦ ନୈଶ ଭୋଜି କାର୍ଯ୍ୟକ୍ରମରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗ ଦେବାକୁ କଂଗ୍ରେସ ବିରୋଧ କରିଛି। କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ ମମତା ଜି-୨୦ ନୈଶଭୋଜିରେ ଯୋଗ ଦେବାକୁ ବିରୋଧ କରିଛନ୍ତି। ପଶ୍ଚିମବଙ୍ଗ କଂଗ୍ରେସ ମୁଖ୍ୟ ଅଧୀର କହିଛନ୍ତି, ଯଦି ମମତା ଜି-୨୦ ନୈଶ ଭୋଜି କାର୍ଯ୍ୟକ୍ରମରେ ଯୋଗ ଦେଇନଥାନ୍ତେ ତେବେ ଆକାଶ ଛିଡ଼ି ପଡ଼ିନଥାନ୍ତା କି ବେଦ ଅଶୁଦ୍ଧ ହୋଇଯାଇନଥାନ୍ତା। ଅଧୀର କହିଛନ୍ତି, ମମତା ଜି-୨୦ ଡିନର କାର୍ଯ୍ୟକ୍ରମରେ ଯୋଗ ଦେବାର ଅନ୍ୟ କିଛି କାରଣ ଅଛି କି। ଅଧୀର କହିଛନ୍ତି, ଅନେକ ଅଣ ବିଜେପି ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମରେ ଯୋଗ ଦେଇନାହାନ୍ତି। କିନ୍ତୁ ମମତା ଅତ୍ୟନ୍ତ ତରବରିଆ ଭାବେ ଦିଲ୍ଲୀ ପହଞ୍ଚିଗଲେ। ଏହା ପଛର କାରଣ କ’ଣ ବୋଲି ସେ ପ୍ରଶ୍ନ କରିଛନ୍ତି। ତେବେ ଅଧୀରଙ୍କ ପ୍ରଶ୍ନର କଡ଼ା ଜବାବ ଦେଇଛି ଟିଏମ୍ସି। ରାଜ୍ୟସଭା ସାଂସଦ ସାନ୍ତନୁ ସେନ୍ କହିଛନ୍ତି, ଚୌଧୁରୀ ମମତାଙ୍କୁ ଭାଷଣ ଦେବା କିଛି ଦରକାର ନାହିଁ। ପ୍ରଶାସନିକ ଦୃଷ୍ଟିକୋଣରୁ କିଛି ପ୍ରୋଟକଲ୍ ଅନୁକରଣ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।




