ମମତାଙ୍କ ପାଇଁ ୬୦୦ କିଲୋ ଆମ୍ବ ପଠାଇଲେ ଶେଖ ହସିନା
କୋଲକାତା: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଉପହାର ସ୍ୱରୂପ ୬୦୦ କିଲୋଗ୍ରାମ ଆମ୍ବ ପଠାଇଛନ୍ତି। ବାଂଲାଦେଶ ରାଷ୍ଟ୍ରଦୂତଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଶେଖ ହସିନା “ହିମସାଗର” ଏବଂ “ଲଙ୍ଗଡା” କିସମ ଆମ୍ବ ମମତା ବାନାର୍ଜୀଙ୍କୁ ପଠାଇଛନ୍ତି। ଗତ ବର୍ଷ ମଧ୍ୟ ଆମେ ଆମ୍ବ ପଠାଇଥିଲୁ ବୋଲି ରାଷ୍ଟ୍ରଦୂତ କହିଛନ୍ତି। ଉଲ୍ଲେଖ ଥାଉ କି ଗତ ବର୍ଷ ହସିନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ପଶ୍ଚିମବଙ୍ଗ, ତ୍ରିପୁରା ଓ ଆସାମର ମୁଖ୍ୟମନ୍ତ୍ରୀଙ୍କୁ […]
କୋଲକାତା: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଉପହାର ସ୍ୱରୂପ ୬୦୦ କିଲୋଗ୍ରାମ ଆମ୍ବ ପଠାଇଛନ୍ତି। ବାଂଲାଦେଶ ରାଷ୍ଟ୍ରଦୂତଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଶେଖ ହସିନା “ହିମସାଗର” ଏବଂ “ଲଙ୍ଗଡା” କିସମ ଆମ୍ବ ମମତା ବାନାର୍ଜୀଙ୍କୁ ପଠାଇଛନ୍ତି। ଗତ ବର୍ଷ ମଧ୍ୟ ଆମେ ଆମ୍ବ ପଠାଇଥିଲୁ ବୋଲି ରାଷ୍ଟ୍ରଦୂତ କହିଛନ୍ତି। ଉଲ୍ଲେଖ ଥାଉ କି ଗତ ବର୍ଷ ହସିନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ପଶ୍ଚିମବଙ୍ଗ, ତ୍ରିପୁରା ଓ ଆସାମର ମୁଖ୍ୟମନ୍ତ୍ରୀଙ୍କୁ ଉପହାର ସ୍ୱରୂପ ଆମ୍ବ ପଠାଇଥିଲେ। କିଛିଦିନ ତଳେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଖକୁ ହିମସାଗର, ଫଜିଲ୍, ଲଙ୍ଗ୍ଡା ଏବଂ ଲକ୍ଷ୍ମଣଭୋଗ ଭଳି କିସମର ଆମ୍ବ ପଠାଇଥିଲେ। କେନ୍ଦ୍ର ସରକାରଙ୍କ ସହିତ ବିଭିନ୍ନ କଥାରେ ମତାନ୍ତର ରହିଥିଲେ ବି କିଛି ବର୍ଷ ହେବ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀଙ୍କ ପାଇଁ ପଶ୍ଚିମବଙ୍ଗର ଆମ୍ବ ପଠାଇ ଆସୁଛନ୍ତି। ଏହାଛଡ଼ା, ସୁପ୍ରିମ୍କୋର୍ଟର ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ଙ୍କ ପାଖକୁ ମଧ୍ୟ ମୁଖ୍ୟମନ୍ତ୍ରୀ ବାନାର୍ଜୀ ଆମ୍ବ ପଠାଇଥିଲେ। ଗତବର୍ଷ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଓ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମଧ୍ୟ ପଶ୍ଚିମବଙ୍ଗର ଆମ୍ବ ପଠାଇଥିଲେ। ୨୦୧୧ରେ ପ୍ରଥମେ ମୁଖ୍ୟମନ୍ତ୍ରୀ ହେବା ପରେ ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ଏହି ପରମ୍ପରା ବଜାୟ ରଖିଛନ୍ତି।




