ମମତାଙ୍କୁ ମୁଁ ବିଶ୍ବାସ କରିପାରିବିନି : ଅଧୀର ରଂଜନ

ନୂଆଦିଲ୍ଲୀ: ବିରୋଧୀ ଇଣ୍ଡି ମେଣ୍ଟ ଲୋକସଭା ନିର୍ବାଚନ ଜିତିଲେ ସରକାର ଗଠନ ପାଇଁ ଟିଏମ୍ସି ବାହ୍ୟ ସମର୍ଥନ ପ୍ରଦାନ କରିବ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗତକାଲି କହିଥିଲେ। ତେବେ ମମତାଙ୍କର ଏହି ଟିପ୍ପଣୀ ଉପରେ ପ୍ରତିକ୍ରିୟା ରଖି କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ ଆଜି କହିଛନ୍ତି, ସେ ମମତାଙ୍କୁ ବିଶ୍ବାସ କରନ୍ତିନି। ମମତା ଦରକାର ପଡ଼ିଲେ ବିଜେପିକୁ ସମର୍ଥନ କରିପାରନ୍ତି। ମମତା ହିଁ ଇଣ୍ଡି ମେଣ୍ଟକୁ ଭାଙ୍ଗିବାରେ ଲାଗିଛନ୍ତି ବୋଲି ଚୌଧୁରୀ ଅଭିଯୋଗ […]

Samaya Live Picture
Published On

ନୂଆଦିଲ୍ଲୀ: ବିରୋଧୀ ଇଣ୍ଡି ମେଣ୍ଟ ଲୋକସଭା ନିର୍ବାଚନ ଜିତିଲେ ସରକାର ଗଠନ ପାଇଁ ଟିଏମ୍ସି ବାହ୍ୟ ସମର୍ଥନ ପ୍ରଦାନ କରିବ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗତକାଲି କହିଥିଲେ। ତେବେ ମମତାଙ୍କର ଏହି ଟିପ୍ପଣୀ ଉପରେ ପ୍ରତିକ୍ରିୟା ରଖି କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ ଆଜି କହିଛନ୍ତି, ସେ ମମତାଙ୍କୁ ବିଶ୍ବାସ କରନ୍ତିନି। ମମତା ଦରକାର ପଡ଼ିଲେ ବିଜେପିକୁ ସମର୍ଥନ କରିପାରନ୍ତି। ମମତା ହିଁ ଇଣ୍ଡି ମେଣ୍ଟକୁ ଭାଙ୍ଗିବାରେ ଲାଗିଛନ୍ତି ବୋଲି ଚୌଧୁରୀ ଅଭିଯୋଗ କରିଛନ୍ତି। ଅଧୀର କହିଛନ୍ତି, ମମତାଙ୍କୁ ମୁଁ ବିଶ୍ବାସ କରୁନି। ସେ ମେଣ୍ଟ ଭାଙ୍ଗି ପଳାଇବା ପରଠାରୁ ଲଗାତାର ଏହାକୁ ଦୁର୍ବଳ କରିଚାଲିଛନ୍ତି। ନିର୍ବାଚନ ଫଳ ବିଜେପି ସମର୍ଥନରେ ଗଲେ ସେ ବିଜେପିକୁ ବି ସମର୍ଥନ କରିବାକୁ ପଛାଇବେ ନାହିଁ। ଉଲ୍ଲେଖଯୋଗ୍ୟ ଯେ ମମତା ବାନାର୍ଜୀ ଗତକାଲି କହିଥିଲେ ଇଣ୍ଡି ମେଣ୍ଟ କେନ୍ଦ୍ରରେ ସରକାର ଗଢ଼ିଲେ ଆମେ ବାହ୍ୟ ସମର୍ଥନ ପ୍ରଦାନ କରିବୁ। ମମତା କହିଥିଲେ, ପଶ୍ଚିମବଙ୍ଗରେ ଆମ ମା’ ଏବଂ ଭଉଣୀମାନଙ୍କ ସମସ୍ୟା ସମାଧାନ ପାଇଁ ଆମେ ଇଣ୍ଡି ମେଣ୍ଟକୁ ବାହାରୁ ସମର୍ଥନ ଦେବୁ।

Tags: