ମନ କୀ ବାତ୍ ମୋ ପାଇଁ ଏକ ଆଧ୍ୟାତ୍ମିକ ଯାତ୍ରା : ମୋଦୀ

ନୂ୍ଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ‘ମନ କୀ ବାତ୍’ର ୧୦୦ ତମ ସଂସ୍କରଣରେ ଉଦ୍ବୋଧନ ରଖିଛନ୍ତି। ମୋଦୀଙ୍କ ମନ୍ କୀ ବାତ୍ ଆଜି ଆମେରିକା ମୁଖ୍ୟାଳୟରେ ଲାଇଭ ପ୍ରସାରିତ ହୋଇଛି। ମନ କୀ ବାତ୍ ଆରମ୍ଭ କରି ମୋଦୀ କହିଛନ୍ତି, ମନ୍ କୀ ବାତ୍ କାର୍ଯ୍ୟକ୍ରମ ହେଉଛି କୋଟି କୋଟି ଭାରତୀୟଙ୍କ ମନ୍ କୀ ବାତ୍ । ମୋଦୀ କହିଛନ୍ତି ରେଡିଓ କାର୍ଯ୍ୟକ୍ରମର ୧୦୦ଟି ସଂସ୍କରଣର ଯାତ୍ରା ଅତି ସ୍ବତନ୍ତ୍ର। ସାଧାରଣ ଲୋକଙ୍କ ସହ […]

Samaya Live Picture
Published On

ନୂ୍ଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ‘ମନ କୀ ବାତ୍’ର ୧୦୦ ତମ ସଂସ୍କରଣରେ ଉଦ୍ବୋଧନ ରଖିଛନ୍ତି। ମୋଦୀଙ୍କ ମନ୍ କୀ ବାତ୍ ଆଜି ଆମେରିକା ମୁଖ୍ୟାଳୟରେ ଲାଇଭ ପ୍ରସାରିତ ହୋଇଛି। ମନ କୀ ବାତ୍ ଆରମ୍ଭ କରି ମୋଦୀ କହିଛନ୍ତି, ମନ୍ କୀ ବାତ୍ କାର୍ଯ୍ୟକ୍ରମ ହେଉଛି କୋଟି କୋଟି ଭାରତୀୟଙ୍କ ମନ୍ କୀ ବାତ୍ । ମୋଦୀ କହିଛନ୍ତି ରେଡିଓ କାର୍ଯ୍ୟକ୍ରମର ୧୦୦ଟି ସଂସ୍କରଣର ଯାତ୍ରା ଅତି ସ୍ବତନ୍ତ୍ର। ସାଧାରଣ ଲୋକଙ୍କ ସହ କଥାବାର୍ତ୍ତା କରିବାପାଇଁ ମନ୍ କୀ ବାତ୍ ତାଙ୍କୁ ଏକ ମଞ୍ଚ ପ୍ରଦାନ କରିଛି । ମୋଦୀ କହିଛନ୍ତି ମନ୍ କୀ ବାତ୍ ଏକ କାର୍ଯ୍ୟକ୍ରମ ନୁହେଁ। ମୋ ପାଇଁ ଏହା ହେଉଛି ବିଶ୍ବାସ, ଉପାସନା ଏବଂ ଉପବାସ। ମୋ ପାଇଁ ମନ୍ କୀ ବାତ୍ ହେଉଛି ଏକ ଆଧ୍ୟାତ୍ମିକ ଯାତ୍ରା। ଜନତା ଜନାର୍ଦନଙ୍କ ନିକଟରେ ଏହା ହେଉଛି ଗୋଟିଏ ପ୍ଲେଟ୍ ପ୍ରସାଦ ସଦୃଶ।

Tags: