ମନ୍ତ୍ରୀ ପଦ ପାଇଁ ସିଦ୍ଦରମେୟାଙ୍କ ବାସଭବନ ବାହାରେ କଂଗ୍ରେସ କର୍ମୀଙ୍କ ଆନ୍ଦୋଳନ

ନୂଆଦିଲ୍ଲୀ : କଂଗ୍ରେସ ବିଧାୟକ ଡି ସୁଧାକରଙ୍କ ପାଇଁ ମନ୍ତ୍ରୀପଦ ଦାବି କରି ସୁଧାକରଙ୍କ ସମର୍ଥକମାନେ ଆଜି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟାଙ୍କ ବାସଭବନ ବାହାରେ ଆନ୍ଦୋଳନ କରିଛନ୍ତି। କଂଗ୍ରେସ କର୍ମୀମାନେ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା, ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଏବଂ ଡି ସୁଧାକରଙ୍କ ପୋଷ୍ଟର କଟ୍‌ଆଉଟ୍‌ ଧରି ଆନ୍ଦୋଳନରେ ବସିଛନ୍ତି। ପୁଲିସ ସେମାନଙ୍କୁ ଅଟକାଇଥିଲେ ବି ସେମାନେ ଡି ସୁଧାକରଙ୍କୁ ମନ୍ତ୍ରୀ କରିବା ଦାବିରେ ସ୍ଲୋଗାନ ଦେଇ ଆନ୍ଦୋଳନ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ ମେ’ ୨୦ ତାରିଖରେ ସିଦ୍ଦରମେୟା […]

Samaya Live Picture
Published On

ନୂଆଦିଲ୍ଲୀ : କଂଗ୍ରେସ ବିଧାୟକ ଡି ସୁଧାକରଙ୍କ ପାଇଁ ମନ୍ତ୍ରୀପଦ ଦାବି କରି ସୁଧାକରଙ୍କ ସମର୍ଥକମାନେ ଆଜି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟାଙ୍କ ବାସଭବନ ବାହାରେ ଆନ୍ଦୋଳନ କରିଛନ୍ତି। କଂଗ୍ରେସ କର୍ମୀମାନେ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା, ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଏବଂ ଡି ସୁଧାକରଙ୍କ ପୋଷ୍ଟର କଟ୍‌ଆଉଟ୍‌ ଧରି ଆନ୍ଦୋଳନରେ ବସିଛନ୍ତି। ପୁଲିସ ସେମାନଙ୍କୁ ଅଟକାଇଥିଲେ ବି ସେମାନେ ଡି ସୁଧାକରଙ୍କୁ ମନ୍ତ୍ରୀ କରିବା ଦାବିରେ ସ୍ଲୋଗାନ ଦେଇ ଆନ୍ଦୋଳନ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ ମେ’ ୨୦ ତାରିଖରେ ସିଦ୍ଦରମେୟା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏବଂ ଡିକେ ଶିବକୁମାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ। ସେମାନଙ୍କ ସହ ୮ ଜଣ ମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି। ଦଳ ଆହୁରି ୨୪ ଜଣଙ୍କୁ ଖୁବ୍‌ଶୀଘ୍ର ମନ୍ତ୍ରୀ କରିବ। ତେଣୁ ଏହା ପୂର୍ବରୁ ମନ୍ତ୍ରୀ ପଦ ପାଇଁ ଦାବି ଜୋର୍‌ ଧରିଛି।

Tags: