ମନୋଜିତ ମିଶ୍ର ବିରୋଧରେ ପୁଣି ଜଣେ ଛାତ୍ରୀଙ୍କ ଅଭିଯୋଗ

କୋଲକାତା: ସାଉଥ୍ କାଲକାଟା ଆଇନ ମହାବିଦ୍ୟାଳୟରେ ଜଣେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା ଏବେ ସାରା ରାଜ୍ୟରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଥିବାବେଳେ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ମନୋଜିତ ମିଶ୍ର ବିରୋଧରେ ପୁଣି ଆଉ ଏକ ଅଭିଯୋଗ ଆସିଛି। କଲେଜରେ ପଢ଼ିଥିବା ଅନ୍ୟ ଜଣେ ଛାତ୍ରୀ ଅଭିଯୋଗ କରିଛନ୍ତି ଯେ ମନୋଜିତ ତାଙ୍କୁ ୨୦୨୩ ଅକ୍ଟୋବରରେ ଯୌନ ନିର୍ଯାତନା ଦେଇଥିଲା। ପୀଡ଼ିତା ଜଣଙ୍କ କହିଛନ୍ତି, କଲେଜରେ ଏକ ନାଚଗୀତ କାର୍ଯ୍ୟକ୍ରମ ଚାଲିଥିଲା। ବାପାଙ୍କ ଫୋନ୍‌ ଆସିବାରୁ ସେ […]

ମନୋଜିତ ମିଶ୍ର ବିରୋଧରେ ପୁଣି ଜଣେ ଛାତ୍ରୀଙ୍କ ଅଭିଯୋଗ
Samaya Live Picture
Published On

କୋଲକାତା: ସାଉଥ୍ କାଲକାଟା ଆଇନ ମହାବିଦ୍ୟାଳୟରେ ଜଣେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା ଏବେ ସାରା ରାଜ୍ୟରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଥିବାବେଳେ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ମନୋଜିତ ମିଶ୍ର ବିରୋଧରେ ପୁଣି ଆଉ ଏକ ଅଭିଯୋଗ ଆସିଛି। କଲେଜରେ ପଢ଼ିଥିବା ଅନ୍ୟ ଜଣେ ଛାତ୍ରୀ ଅଭିଯୋଗ କରିଛନ୍ତି ଯେ ମନୋଜିତ ତାଙ୍କୁ ୨୦୨୩ ଅକ୍ଟୋବରରେ ଯୌନ ନିର୍ଯାତନା ଦେଇଥିଲା। ପୀଡ଼ିତା ଜଣଙ୍କ କହିଛନ୍ତି, କଲେଜରେ ଏକ ନାଚଗୀତ କାର୍ଯ୍ୟକ୍ରମ ଚାଲିଥିଲା। ବାପାଙ୍କ ଫୋନ୍‌ ଆସିବାରୁ ସେ କଥା ହେବାପାଇଁ ଏକ ରୁମ୍‌କୁ ପଶିଥିଲେ। କିନ୍ତୁ ସଙ୍ଗେସଙ୍ଗେ ମନୋଜିତ ସେହି ରୁମ୍‌ରେ ପଶି କବାଟ ଦେଇଥିଲା । ଛାତ୍ରୀ ଜଣଙ୍କ ଅଭିଯୋଗ କରିଛନ୍ତି ଯେ ମନୋଜିତ ନିଜ‌ ପକେଟରେ ରଖିଥିବା ରିମୋଟ୍‌ ଦ୍ବାରା ମ୍ୟୁଜିକ ସାଉଣ୍ଡ ବଢ଼ାଇଥିଲା ଏବଂ ତାଙ୍କ ଚୁଟି ଘୋଷାଡ଼ି ତାଙ୍କୁ ବାଲକୋନି ଆଡ଼କୁ ନେଇଥିଲା। ଛାତ୍ରୀ ଜଣଙ୍କ ତାଙ୍କୁ ଛାଡ଼ିଦେବା ପାଇଁ ଅନୁରୋଧ କରିଥିଲେ ସୁଦ୍ଧା ଅଭିଯୁକ୍ତ ମନୋଜିତ ତାଙ୍କ ଡ୍ରେସ୍‌ ଉତାରି ତାଙ୍କୁ ଆହୁରି ଜୋର୍‌ ଚିତ୍କାର କରିବାକୁ କହିଥିଲା। କିନ୍ତୁ ସୌଭାଗ୍ୟବଶତଃ ଅନ୍ୟ ଜଣେ ଛାତ୍ରୀ ଆସି କବାଟ ବାଡ଼େଇବାରୁ ମନୋଜିତ ପଳାଇଥି‌ଲା। ଉଲ୍ଲେଖଯୋଗ୍ୟ, ଗତକାଲି ମନୋଜିତ ବିରୋଧରେ ଅନ୍ୟ ଜଣେ ଛାତ୍ରୀ ମଧ୍ୟ ଏଭଳି ଏକ ସମାନ ଅଭିଯୋଗ ଆଣିଥିଲେ।

Tags: