ମନି ଲଣ୍ଡରିଂ ମାମଲାରେ ଝାଡ଼ଖଣ୍ଡ ମନ୍ତ୍ରୀ ଆଲମଗିର ଆଲମ ଗିରଫ

ନୂଆଦିଲ୍ଲୀ: ଝାଡ଼ଖଣ୍ଡ ଗ୍ରାମୀଣ ବିକାଶ ମନ୍ତ୍ରୀ ଆଲମଗିର ଆଲମଙ୍କୁ ଆଜି ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଏକ ମନି ଲଣ୍ଡରିଂ ମାମଲାରେ ଗିରଫ କରିଛି। ମନ୍ତ୍ରୀ ଆଲମଙ୍କ ବ୍ୟକ୍ତିଗତ ସଚିବଙ୍କର ଜଣେ ଘରୋଇ ସହାୟକଙ୍କ ଫ୍ଲାଟ୍ରୁ ୩୫ କୋଟିରୁ ଅଧିକ ଟଙ୍କା ଜବତ ହେବା ମାମଲାରେ ଇଡି ତାଙ୍କୁ ଗିରଫ କରିଛି। ଆଲମଙ୍କୁ ମଙ୍ଗଳବାର ରାଞ୍ଚି ସ୍ଥିତ ଇଡି ଅଫିସରେ ୧୦ ଘଣ୍ଟା ଧରି ଜେରା କରାଯାଇଥିଲା ଏବଂ ତାଙ୍କୁ ଆଜି ପୁଣିଥରେ ଜେରା ପାଇଁ ଡକାଯାଇଥିଲା। ଆଜି […]

Samaya Live Picture
Published On

ନୂଆଦିଲ୍ଲୀ: ଝାଡ଼ଖଣ୍ଡ ଗ୍ରାମୀଣ ବିକାଶ ମନ୍ତ୍ରୀ ଆଲମଗିର ଆଲମଙ୍କୁ ଆଜି ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଏକ ମନି ଲଣ୍ଡରିଂ ମାମଲାରେ ଗିରଫ କରିଛି। ମନ୍ତ୍ରୀ ଆଲମଙ୍କ ବ୍ୟକ୍ତିଗତ ସଚିବଙ୍କର ଜଣେ ଘରୋଇ ସହାୟକଙ୍କ ଫ୍ଲାଟ୍ରୁ ୩୫ କୋଟିରୁ ଅଧିକ ଟଙ୍କା ଜବତ ହେବା ମାମଲାରେ ଇଡି ତାଙ୍କୁ ଗିରଫ କରିଛି। ଆଲମଙ୍କୁ ମଙ୍ଗଳବାର ରାଞ୍ଚି ସ୍ଥିତ ଇଡି ଅଫିସରେ ୧୦ ଘଣ୍ଟା ଧରି ଜେରା କରାଯାଇଥିଲା ଏବଂ ତାଙ୍କୁ ଆଜି ପୁଣିଥରେ ଜେରା ପାଇଁ ଡକାଯାଇଥିଲା। ଆଜି ସନ୍ଧ୍ୟାରେ ତାଙ୍କୁ ଗିରଫ କରାଯାଇଥିବା ଇଡି କହିଛି। ସେ ତଦନ୍ତରେ ସହଯୋଗ କରୁନଥିବା ଅଭିଯୋଗ ହୋଇଛି। ଉଲ୍ଲେଖଯୋଗ୍ୟ ଯେ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ସଂଜୀବ ଲାଲଙ୍କ ଘରୋଇ ସହାୟକ ଜାହଙ୍ଗୀର ଆଲମଙ୍କର ରାଞ୍ଚିରେ ଥିବା ଫ୍ଲାଟ୍ରୁ ଗତ ସପ୍ତାହରେ ୩୫.୨୩ କୋଟି ଜବତ ହୋଇଥିଲା ଏବଂ ତାଙ୍କର ଅନ୍ୟ ଏକ ଠିକଣାରୁ ୧.୫ କୋଟି ଜବତ ହୋଇଥିଲା। ତାଙ୍କ ବାସଭବନରୁ ଇଡି ମୋଟ୍ ୩୭ କୋଟି ଜବତ କରିଥିଲା। ଏହାର ଠିକ୍ ଦିନକ ପରେ ଲାଲ୍ ଏବଂ ଜାହଙ୍ଗୀର ଆଲମ ପିଏମ୍ଏଲଏ ଅଧୀନରେ ଗିରଫ ହୋଇଥିଲେ । ସେମାନେ ଏବେ ଇଡି ହାଜତରେ ରହିଛନ୍ତି।

Tags: