ମନି ଲଣ୍ଡରିଂ ମାମଲାରେ ଆଶ୍ବସ୍ତି ପାଇଁ ଜ୍ୟାକଲିନଙ୍କ ଆବେଦନ
ନୂ୍ଆଦିଲ୍ଲୀ: ଠକ ସୁକେଶ ଚନ୍ଦ୍ରଶେଖରର ୨୧୫ କୋଟି ଟଙ୍କାର ମନି ଲଣ୍ଡରିଂ ମାମଲାରେ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ସୁପ୍ରିମକୋର୍ଟରୁ ଆଶ୍ବସ୍ତି ଚାହୁଁଛନ୍ତି। ଏନେଇ ସେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଏହି ମାମଲାକୁ ରଦ୍ଦ ନକରିବାପାଇଁ ଦିଲ୍ଲୀ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସେ ସୁପ୍ରିମକୋର୍ଟରେ ଏକ ଆବେଦନ କରିଛନ୍ତି। ବିଚାରପତି ଦୀପଙ୍କର ଦତ୍ତା ଏବଂ ଅଗଷ୍ଟିନ ଜର୍ଜ ମସିହଙ୍କ ଖଣ୍ଡପୀଠ ସୋମବାର (୨୨ ସେପ୍ଟେମ୍ବର) ଏହାର ଶୁଣାଣି କରିବେ। ୨୧୫ କୋଟି ଟଙ୍କାର ମନି ଲଣ୍ଡରିଂ […]
ନୂ୍ଆଦିଲ୍ଲୀ: ଠକ ସୁକେଶ ଚନ୍ଦ୍ରଶେଖରର ୨୧୫ କୋଟି ଟଙ୍କାର ମନି ଲଣ୍ଡରିଂ ମାମଲାରେ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ସୁପ୍ରିମକୋର୍ଟରୁ ଆଶ୍ବସ୍ତି ଚାହୁଁଛନ୍ତି। ଏନେଇ ସେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଏହି ମାମଲାକୁ ରଦ୍ଦ ନକରିବାପାଇଁ ଦିଲ୍ଲୀ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସେ ସୁପ୍ରିମକୋର୍ଟରେ ଏକ ଆବେଦନ କରିଛନ୍ତି। ବିଚାରପତି ଦୀପଙ୍କର ଦତ୍ତା ଏବଂ ଅଗଷ୍ଟିନ ଜର୍ଜ ମସିହଙ୍କ ଖଣ୍ଡପୀଠ ସୋମବାର (୨୨ ସେପ୍ଟେମ୍ବର) ଏହାର ଶୁଣାଣି କରିବେ। ୨୧୫ କୋଟି ଟଙ୍କାର ମନି ଲଣ୍ଡରିଂ ମାମଲାରେ ଚନ୍ଦ୍ରଶେଖରଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଦାୟର କରାଯାଇଥିବା ଏତଲାକୁ ରଦ୍ଦ କରିବାପାଇଁ ଜ୍ୟାକଲିନଙ୍କ ଆବେଦନକୁ ୩ ଜୁଲାଇରେ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଥିଲେ। ହାଇକୋର୍ଟ କହିଥିଲେ ଯେ, ଅଭିଯୁକ୍ତ ପ୍ରକୃତରେ ଅପରାଧ କରିଛନ୍ତି କି ନାହିଁ ତାହା କେବଳ ଟ୍ରାଏଲ୍ କୋର୍ଟ ଦ୍ୱାରା ନିର୍ଣ୍ଣୟ କରାଯାଇପାରିବ। ମନି ଲଣ୍ଡରିଂ ମାମଲାରେ ଇଡି ଚନ୍ଦ୍ରଶେଖର ସହିତ ଜ୍ୟାକଲିନଙ୍କୁ ସହ ଅଭିଯୁକ୍ତ ଦର୍ଶାଇଥିଲେ।




