ମନି ଲଣ୍ଡରିଂ ଚାର୍ଜସିଟରେ ପ୍ରିୟଙ୍କା ଗାନ୍ଧିଙ୍କ ନାଁ
ନୂଆଦିଲ୍ଲୀ : ଏକ ମନି ଲଣ୍ଡରିଂ ମାମଲାରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)ର ଏକ ଚାର୍ଜସିଟ୍ରେ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧିଙ୍କ ନାଁ ରହିଛି । ହରିୟାଣାର ଫରିଦାବାଦରେ ଏକ ଚାଷ ଜମି କ୍ରୟରେ ତାଙ୍କର ଭୂମିକା ସଂକ୍ରାନ୍ତରେ ଏହି ଚାର୍ଜସିଟ୍ରେ ଦର୍ଶାଯାଇଛି। ଇଡି ଅନୁଯାୟୀ ପ୍ରିୟଙ୍କାଙ୍କର ଦିଲ୍ଲୀର ଏକ ରିଅଲ ଇଷ୍ଟେଟ୍ ଏଜେଣ୍ଟ୍ ଏଚଏଲ୍ ପହୱାଠାରୁ ୨୦୦୬ରେ ଏକ ଜମି କ୍ରୟରେ ସମ୍ପୃକ୍ତି ଥିଲା ଏବଂ ଏହି ସମାନ ଜମିକୁ ସେ ୨୦୧୦ ଫେବ୍ରୁଆରିରେ ତାଙ୍କୁ […]
ନୂଆଦିଲ୍ଲୀ : ଏକ ମନି ଲଣ୍ଡରିଂ ମାମଲାରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)ର ଏକ ଚାର୍ଜସିଟ୍ରେ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧିଙ୍କ ନାଁ ରହିଛି । ହରିୟାଣାର ଫରିଦାବାଦରେ ଏକ ଚାଷ ଜମି କ୍ରୟରେ ତାଙ୍କର ଭୂମିକା ସଂକ୍ରାନ୍ତରେ ଏହି ଚାର୍ଜସିଟ୍ରେ ଦର୍ଶାଯାଇଛି। ଇଡି ଅନୁଯାୟୀ ପ୍ରିୟଙ୍କାଙ୍କର ଦିଲ୍ଲୀର ଏକ ରିଅଲ ଇଷ୍ଟେଟ୍ ଏଜେଣ୍ଟ୍ ଏଚଏଲ୍ ପହୱାଠାରୁ ୨୦୦୬ରେ ଏକ ଜମି କ୍ରୟରେ ସମ୍ପୃକ୍ତି ଥିଲା ଏବଂ ଏହି ସମାନ ଜମିକୁ ସେ ୨୦୧୦ ଫେବ୍ରୁଆରିରେ ତାଙ୍କୁ ବିକ୍ରି କରିଥିଲେ। ତେବେ ପ୍ରିୟଙ୍କାଙ୍କୁ ଏହି ମାମଲାରେ ଅଭିଯୁକ୍ତ ଦର୍ଶାଯାଇନଥିଲା। ଇଡି ଅନୁଯାୟୀ ପ୍ରିୟଙ୍କା ପହୱାଠାରୁ ଜମି କ୍ରୟରେ ସମ୍ପୃକ୍ତ ଥିଲେ। ତେବେ ଏହି ସମାନ ଏଜେଣ୍ଟ୍ଠାରୁ ପ୍ରିୟଙ୍କାଙ୍କ ସ୍ବାମୀ ରବର୍ଟ ଭଦ୍ରା ୩ ଖଣ୍ଡ ଜମି କିଣିଥିଲେ। ଏହି ଜମିର ପରିମାଣ ୪୦.୦୮ ଏକର ଏବଂ ୨୦୦୫-୦୬ରେ ଏହା କିଣାଯାଇଥିଲା। ୨୦୧୦ ଡିସେମ୍ବରରେ ଏହି ଜମିକୁ ଭଦ୍ରା ପୁଣିଥରେ ଏହି ସମାନ ଏଜେଣ୍ଟକୁ ବିକ୍ରି କରିଦେଇଥିଲେ। ମଙ୍ଗଳବାର ଦିନ ଇଡି ରବର୍ଟ ଭଦ୍ରାଙ୍କ ନାଁ ଚାର୍ଜସିଟ୍ରେ ଦର୍ଶାଇଥିଲେ।




