ମଧ୍ୟପ୍ରାଚ୍ୟରେ ମୃତ୍ୟୁଦଣ୍ଡ ଅପେକ୍ଷାରେ ୫୧ ଭାରତୀୟ

ଥିରୁବନନ୍ତପୁରମ୍‌: କୁଏତ୍‌, ୟୁଏଇ ଆଦି ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକରେ ୫୧ଜଣ ଭାରତୀୟ ପ୍ରବାସୀ ମୃତ୍ୟୁଦଣ୍ଡ ଅପେକ୍ଷାରେ ରହିଛନ୍ତି। ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତି ବର୍ଦ୍ଧନ ସିଂହଙ୍କ ଦ୍ବାରା ଉପସ୍ଥାପିତ ତଥ୍ୟ ଅନୁଯାୟୀ ୟୁଏଇରେ ସର୍ବାଧିକ ୨୯, ସାଉଦୀ ଆରବରେ ୧୨, କୁଏତରେ ୩ ଓ କତରରେ ଜଣେ ଭାରତୀୟ ଦୋଷୀ ସାବ୍ୟସ୍ତ ହେବା ସହ ମୃତ୍ୟୁଦଣ୍ଡ ଅପେକ୍ଷାରେ ଅଛନ୍ତି।। ଏମାନଙ୍କ ମଧ୍ୟରୁ ଉତ୍ତରପ୍ରଦେଶ ବାନାର ଶବିର ଖାନ୍‌ଙ୍କ ସମେତ କେରଳର ଦୁଇଜଣ ବ୍ୟକ୍ତିଙ୍କ ମୃତ୍ୟୁଦଣ୍ଡ କାର୍ଯ୍ୟକାରୀ ହୋଇସାରିଛି। ଯଦି […]

Samaya Live Picture
Published On

ଥିରୁବନନ୍ତପୁରମ୍‌: କୁଏତ୍‌, ୟୁଏଇ ଆଦି ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକରେ ୫୧ଜଣ ଭାରତୀୟ ପ୍ରବାସୀ ମୃତ୍ୟୁଦଣ୍ଡ ଅପେକ୍ଷାରେ ରହିଛନ୍ତି। ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତି ବର୍ଦ୍ଧନ ସିଂହଙ୍କ ଦ୍ବାରା ଉପସ୍ଥାପିତ ତଥ୍ୟ ଅନୁଯାୟୀ ୟୁଏଇରେ ସର୍ବାଧିକ ୨୯, ସାଉଦୀ ଆରବରେ ୧୨, କୁଏତରେ ୩ ଓ କତରରେ ଜଣେ ଭାରତୀୟ ଦୋଷୀ ସାବ୍ୟସ୍ତ ହେବା ସହ ମୃତ୍ୟୁଦଣ୍ଡ ଅପେକ୍ଷାରେ ଅଛନ୍ତି।। ଏମାନଙ୍କ ମଧ୍ୟରୁ ଉତ୍ତରପ୍ରଦେଶ ବାନାର ଶବିର ଖାନ୍‌ଙ୍କ ସମେତ କେରଳର ଦୁଇଜଣ ବ୍ୟକ୍ତିଙ୍କ ମୃତ୍ୟୁଦଣ୍ଡ କାର୍ଯ୍ୟକାରୀ ହୋଇସାରିଛି। ଯଦି ବିଦେଶରେ କୌଣସି ପ୍ରବାସୀ ଭାରତୀୟଙ୍କୁ ମୃତ୍ୟୁଦଣ୍ଡ ଦିଆଯିବ, ତା’ହେଲେ ଏହାର ଯଥେଷ୍ଟ ପୂର୍ବରୁ ଭାରତୀୟ ଦୂତାବାସକୁ ଜଣାଇବା ଆବଶ୍ୟକ। କିନ୍ତୁ ଅନେକ କ୍ଷେତ୍ରରେ ଏହା କାର୍ଯ୍ୟକାରୀ କରାଯାଉନାହିଁ। ନିକଟରେ ୟୁଏଇରେ ତିନି ଭାରତୀୟଙ୍କ ମୃତ୍ୟୁଦଣ୍ଡରେ ଏହି ନିୟମ ପାଳନ କରାଯାଇନଥିଲା ବୋଲି ଅଭିଯୋଗ ହୋଇଛି।

Tags: