ମଧ୍ୟପ୍ରଦେଶ ସଡ଼କ ଦୁର୍ଘଟଣାରେ ୩ ପୁଲିସ ମୃତ, ୨ ଆହତ
ଭୋପାଳ : ମଧ୍ୟପ୍ରଦେଶର ଖାରଗୋନ ଜିଲ୍ଲାରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ପୁଲିସଙ୍କର ମୃତ୍ୟୁ ହୋଇଛି ଏବଂ ୨ ପୁଲିସ ଆହତ ହୋଇଛନ୍ତି। ୫ ଜଣ ପୁଲିସଙ୍କୁ ଧରି ଯାଉଥିବା ଏକ କାର୍ ରାସ୍ତା ଉପରେ ଠିଆ ହୋଇଥିବା ଏକ ଟ୍ରକ୍ ସହ ଧକ୍କା ହେବା ଫଳରେ ୩ ପୁଲିସଙ୍କର ମୃତ୍ୟୁ ହୋଇଯାଇଛି। ଆଜି ଭୋର ୫ଟାରେ ସନାୱାଦ ଥାନା ଅଧୀନସ୍ଥ ବଦୁଦ ଗ୍ରାମରେ ଏହି ଘଟଣା ଘଟିଛି। ଏସ୍ପି ଧର୍ମବୀର ସିଂହ କହିଛନ୍ତି, […]
ଭୋପାଳ : ମଧ୍ୟପ୍ରଦେଶର ଖାରଗୋନ ଜିଲ୍ଲାରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ପୁଲିସଙ୍କର ମୃତ୍ୟୁ ହୋଇଛି ଏବଂ ୨ ପୁଲିସ ଆହତ ହୋଇଛନ୍ତି। ୫ ଜଣ ପୁଲିସଙ୍କୁ ଧରି ଯାଉଥିବା ଏକ କାର୍ ରାସ୍ତା ଉପରେ ଠିଆ ହୋଇଥିବା ଏକ ଟ୍ରକ୍ ସହ ଧକ୍କା ହେବା ଫଳରେ ୩ ପୁଲିସଙ୍କର ମୃତ୍ୟୁ ହୋଇଯାଇଛି। ଆଜି ଭୋର ୫ଟାରେ ସନାୱାଦ ଥାନା ଅଧୀନସ୍ଥ ବଦୁଦ ଗ୍ରାମରେ ଏହି ଘଟଣା ଘଟିଛି। ଏସ୍ପି ଧର୍ମବୀର ସିଂହ କହିଛନ୍ତି, ୨ ଜଣ ଏସ୍ଆଇ ଏବଂ ଜଣେ କନେଷ୍ଟବଳଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଛି। ସେମାନେ ସନାୱାଦ ଥାନାରେ କାର୍ଯ୍ୟରତ ଥିଲେ। ଆହତ ହୋଇଥିବା ଅନ୍ୟ ୨ ପୁଲିସ ଏବେ ଚିକିତ୍ସାଧୀନ ଅଛନ୍ତି। ସେମାନେ ଏକ ଧାର୍ମିକ ଶୋଭାଯାତ୍ରାରୁ ସେମାନଙ୍କ ଡ୍ୟୁଟି ସାରି ଫେରୁଥିବା ବେଳେ ଦୁର୍ଘଟଣା ହୋଇଛି।




