ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ, ୩୪୦ କୋଟିର ଗହଣା, ନିଶାଦ୍ରବ୍ୟ ଏବଂ ନଗଦ ଟଙ୍କା ଜବତ

ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ, ୩୪୦ କୋଟି ଟଙ୍କାର ଗହଣା, ନିଶାଦ୍ରବ୍ୟ ଏବଂ ନଗଦ ଟଙ୍କା ଜବତ ନୂଆଦିଲ୍ଲୀ : ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଶେଷ ହୋଇଛି। ତେବେ ମଧ୍ୟପ୍ରଦେଶରେ ଗତ ଅକ୍ଟୋବର ୯ ତାରିଖରେ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପରଠାରୁ ନଗଦ ୪୦.୧୮ କୋଟି ଟଙ୍କା, ୧୭କୋଟିରୁ ଅଧିକ ଟଙ୍କାର ନାର୍କୋଟିକ ଡ୍ରଗ୍ସ ଏବଂ ୨୮୦ କୋଟି ଟଙ୍କାର ମଦ, ଗହଣା ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି। ରାଜ୍ୟ ମୁଖ୍ୟ ନିର୍ବା୍ଚନ ଅଫିସର […]

Samaya Live Picture
Published On

ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ, ୩୪୦ କୋଟି ଟଙ୍କାର ଗହଣା, ନିଶାଦ୍ରବ୍ୟ ଏବଂ ନଗଦ ଟଙ୍କା ଜବତ
ନୂଆଦିଲ୍ଲୀ : ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଶେଷ ହୋଇଛି। ତେବେ ମଧ୍ୟପ୍ରଦେଶରେ ଗତ ଅକ୍ଟୋବର ୯ ତାରିଖରେ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପରଠାରୁ ନଗଦ ୪୦.୧୮ କୋଟି ଟଙ୍କା, ୧୭କୋଟିରୁ ଅଧିକ ଟଙ୍କାର ନାର୍କୋଟିକ ଡ୍ରଗ୍ସ ଏବଂ ୨୮୦ କୋଟି ଟଙ୍କାର ମଦ, ଗହଣା ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି। ରାଜ୍ୟ ମୁଖ୍ୟ ନିର୍ବା୍ଚନ ଅଫିସର ଅନୁବମ ରାଜନ କହିଛନ୍ତି, ରାଜ୍ୟରେ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପରଠାରୁ ଲଗାତାର ସର୍ଚ୍ଚ ଅପରେସନ୍ ଜାରି ରହିଛି। ଏଫ୍ଏସଟି (ଫ୍ଲାଇଂ ସର୍ଭେଲାନ୍ସ ଟିମ୍),ଏସଏସଟି (ଷ୍ଟାଟିକ ସର୍ଭେଲାନ୍ସ ଟିମ୍) ଏବଂ ପୁଲିସର ଏକ ମିଳିତ ଟିମ୍ ଦ୍ବାରା ଚଢ଼ଉ କରି ୩୩୯.୯୫ କୋଟି ଟଙ୍କାର ଗହଣା, ନିଶାଦ୍ରବ୍ୟ, ବିଷାକ୍ତ ମଦ, ନଗଦ ଟଙ୍କା ସାଙ୍ଗକୁ ଅନ୍ୟାନ୍ୟ ସାମଗ୍ରୀ ସବୁ ଜବତ ହୋଇଛି ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ମଧ୍ୟପ୍ରଦେଶରେ ଗତ ଶୁକ୍ରବାର ଦିନ ଗୋଟିଏ ପର୍ଯ୍ୟାୟରେ ସମସ୍ତ ୨୩୦ ଆସନରେ ଭୋଟ୍ ଗ୍ରହଣ ହୋଇଛି। ଆସନ୍ତା ଡିସେମ୍ବର ୩ ତାରିଖରେ ଫଳାଫଳ ଆସିବ।

Tags: