ମଧ୍ୟପ୍ରଦେଶ ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ , ୧୧ ମୃତ

ନୂଆଦିଲ୍ଲୀ : ମଧ୍ୟପ୍ରଦେଶର ହରଦା ଜିଲ୍ଲା ଅଧୀନସ୍ଥ ବୈରାଗଡ଼ ଗ୍ରାମରେ ଆଜି ଏକ ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ହୋଇ ୧୧ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ବିସ୍ଫୋରଣର ପ୍ରଭାବ ଏତେ ଅଧିକ ଥିଲା ଯେ ଏଥିଯୋଗୁଁ ଫ୍ୟାକ୍ଟ୍ରି ନିକଟରେ ପ୍ରାୟ ୫୦ରୁ ଅଧିକ ଘର ଜଳିଯାଇଛି। ମିଳିଥିବା ସୂଚନାନୁଯାୟୀ ଫ୍ୟାକ୍ଟ୍ରିରେ ପ୍ରଚୁର ପରିମାଣରେ ଗନ୍ ପାଉଡର ଥିଲା। ଏଥିଯୋଗୁଁ ବିସ୍ଫୋରଣ ହୋଇଛି। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଉକ୍ତ ଘଟଣାରେ […]

Samaya Live Picture
Published On

ନୂଆଦିଲ୍ଲୀ : ମଧ୍ୟପ୍ରଦେଶର ହରଦା ଜିଲ୍ଲା ଅଧୀନସ୍ଥ ବୈରାଗଡ଼ ଗ୍ରାମରେ ଆଜି ଏକ ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ହୋଇ ୧୧ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ବିସ୍ଫୋରଣର ପ୍ରଭାବ ଏତେ ଅଧିକ ଥିଲା ଯେ ଏଥିଯୋଗୁଁ ଫ୍ୟାକ୍ଟ୍ରି ନିକଟରେ ପ୍ରାୟ ୫୦ରୁ ଅଧିକ ଘର ଜଳିଯାଇଛି। ମିଳିଥିବା ସୂଚନାନୁଯାୟୀ ଫ୍ୟାକ୍ଟ୍ରିରେ ପ୍ରଚୁର ପରିମାଣରେ ଗନ୍ ପାଉଡର ଥିଲା। ଏଥିଯୋଗୁଁ ବିସ୍ଫୋରଣ ହୋଇଛି। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଉକ୍ତ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ କହିଛନ୍ତି ବିସ୍ଫୋରଣ ପାଇଁ ଯେଉଁମାନେ ଦାୟୀ ସେମାନଙ୍କୁ ଆଦୌ ଛଡ଼ାଯିବନି। ଦୋଷୀ ବିରୋଧରେ ରାଜ୍ୟ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତମାନଙ୍କୁ ହସ୍ପିଟାଲ ନେବାପାଇଁ ଗ୍ରିନ୍ କରିଡର ପ୍ରସ୍ତୁତ କରାଯାଇଛି ବୋଲି ମୋହନ ଯାଦବ କହିଛନ୍ତି। ବିସ୍ଫୋରଣ ସ୍ଥଳରେ କୌଣସି ପ୍ରକାର ଜରୁରୀ ସ୍ଥିତିକୁ ମୁକାବିଲା କରିବାପାଇଁ ବିଭିନ୍ନ ଜିଲ୍ଲାରୁ ୩୫ରୁ ଅଧିକ ଆମ୍ବୁଲାନ୍ସ ହରଦା ଜିଲ୍ଲାକୁ ପଠାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୃତକଙ୍କ ପରିବାର ସଦସ୍ୟଙ୍କୁ ୨ ଲକ୍ଷ କ୍ଷତିପୂରଣ ଘୋଷଣା କରିଛନ୍ତି ଏବଂ ଆହତଙ୍କ ପରିବାର ସଦସ୍ୟଙ୍କୁ ୫୦ ହଜାର କ୍ଷତିପୂରଣ ଘୋଷଣା କରିଛନ୍ତି। ସେ ମଧ୍ୟ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କୁ ସମବେଦନା ଜ୍ଞାପନ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଉକ୍ତ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି।

Tags: