ମଧ୍ୟପ୍ରଦେଶ ପାଇଁ ବିଜେପିର ଚତୁର୍ଥ ପର୍ଯ୍ୟାୟ ତାଲିକାରେ ଶିବରାଜ ସିଂହ ଚୌହାନ
ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବିଜେପି ଆଜି ଏହାର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି। ବିଜେପିର ଚତୁର୍ଥ ପର୍ଯ୍ୟାୟ ତାଲିକାରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ନାଁ ଅଛି। ଚୌହାନ ବୁଧନୀରୁ ବିଧାନସଭା ନିର୍ବାଚନ ଲଢ଼ିବେ। ବୁଧନୀ ହେଉଛି ଚୌହାନଙ୍କ ଗଡ଼। ବିଜେପି ଚତୁର୍ଥ ପର୍ଯ୍ୟାୟରେ ୫୭ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଉଲ୍ଲେଖଯୋଗ୍ୟ ଯେ ବିଜେପିର ପୂର୍ବ ୩ଟି ତାଲିକାରେ ଚୌହାନଙ୍କ ନାଁ ନଥିବାରୁ ଚୌହାୁନଙ୍କୁ ଚଳିତ ନିର୍ବାଚନରେ ଟିକେଟ୍ ନମିଳିପାରେ […]
ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବିଜେପି ଆଜି ଏହାର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି। ବିଜେପିର ଚତୁର୍ଥ ପର୍ଯ୍ୟାୟ ତାଲିକାରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ନାଁ ଅଛି। ଚୌହାନ ବୁଧନୀରୁ ବିଧାନସଭା ନିର୍ବାଚନ ଲଢ଼ିବେ। ବୁଧନୀ ହେଉଛି ଚୌହାନଙ୍କ ଗଡ଼। ବିଜେପି ଚତୁର୍ଥ ପର୍ଯ୍ୟାୟରେ ୫୭ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଉଲ୍ଲେଖଯୋଗ୍ୟ ଯେ ବିଜେପିର ପୂର୍ବ ୩ଟି ତାଲିକାରେ ଚୌହାନଙ୍କ ନାଁ ନଥିବାରୁ ଚୌହାୁନଙ୍କୁ ଚଳିତ ନିର୍ବାଚନରେ ଟିକେଟ୍ ନମିଳିପାରେ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ଆଜି ଚୌହାନଙ୍କ ନାଁ ଘୋଷଣା ହେବା ସହ ଏହି ଚର୍ଚ୍ଚା ହଟିଯାଇଛି। ନଭେମ୍ବର ୧୭ରେ ମଧ୍ୟପ୍ରଦେଶରେ ଗୋଟିଏ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ ଏବଂ ଡିସେମ୍ବର ୩ ତାରିଖରେ ଫଳ ଆସିବ। ଚଳିତ ନିର୍ବାଚନରେ ଚୌହାନ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନହୋଇପାରନ୍ତି।




