ମଧ୍ୟପ୍ରଦେଶ ପାଇଁ ବିଜେପିର ନିର୍ବାଚନ ଇସ୍ତାହାର, ଝିଅଙ୍କ ପାଇଁ ମାଗଣା ଶିକ୍ଷା , କୁକିଂ ଗ୍ୟାସ୍ ସବସିଡି

ଭୋପାଳ: ଆଗାମୀ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବିଜେପି ଆଜି ଏହାର ନିର୍ବାଚନ ଇସ୍ତାହାର ଜାରି କରିଛି। ରାଜ୍ୟର ଶାସକ ଦଳ ପିଏମ୍ ଉଜ୍ଜ୍ବଳା ଯୋଜନା ଅଧୀନରେ ୪୫୦ ଟଙ୍କାରେ କୁକିଂ ଗ୍ୟାସ୍ ସିଲିଣ୍ଡର ଦେବ ବୋଲି ପ୍ରତିଶ୍ରୁତି ଦେଇଛି। ପିଜି ପର୍ଯ୍ୟନ୍ତ ଗରିବ ପରିବାରର ଝିଅଙ୍କୁ ଦଳ ମାଗଣାରେ ଶିକ୍ଷା ଦେବ ବୋଲି ପ୍ରତିଶ୍ରୁତି ଦେଇଛି। ଦଳ ମଧ୍ୟ ଏହା କହିଛି ଯେ କ୍ବିଣ୍ଟାଲ୍ ପିଛା ୨୭୦୦ ଟଙ୍କାରେ ଗହମ ଏବଂ କ୍ବିଣ୍ଟାଲ୍ ପିଛା ୩୧୦୦ […]

Samaya Live Picture
Published On

ଭୋପାଳ: ଆଗାମୀ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବିଜେପି ଆଜି ଏହାର ନିର୍ବାଚନ ଇସ୍ତାହାର ଜାରି କରିଛି। ରାଜ୍ୟର ଶାସକ ଦଳ ପିଏମ୍ ଉଜ୍ଜ୍ବଳା ଯୋଜନା ଅଧୀନରେ ୪୫୦ ଟଙ୍କାରେ କୁକିଂ ଗ୍ୟାସ୍ ସିଲିଣ୍ଡର ଦେବ ବୋଲି ପ୍ରତିଶ୍ରୁତି ଦେଇଛି। ପିଜି ପର୍ଯ୍ୟନ୍ତ ଗରିବ ପରିବାରର ଝିଅଙ୍କୁ ଦଳ ମାଗଣାରେ ଶିକ୍ଷା ଦେବ ବୋଲି ପ୍ରତିଶ୍ରୁତି ଦେଇଛି। ଦଳ ମଧ୍ୟ ଏହା କହିଛି ଯେ କ୍ବିଣ୍ଟାଲ୍ ପିଛା ୨୭୦୦ ଟଙ୍କାରେ ଗହମ ଏବଂ କ୍ବିଣ୍ଟାଲ୍ ପିଛା ୩୧୦୦ ଟଙ୍କାରେ ଧାନ କିଣିବ। ପ୍ରତି ଏସ୍ଟି ବ୍ଲକରେ ଏହା ଏକଲବ୍ୟ ବିଦ୍ୟାଳୟ ନିର୍ମାଣ କରିବ ବୋଲି ଯୋଜନା କରିଛି। ସେହିପରି ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଗରିବ ପରିବାରର ପିଲାମାନଙ୍କୁ ମାଗଣା ଶିକ୍ଷା ଦେବ। ସରକାରୀ ସ୍କୁଲ୍ରେ ମଧ୍ୟାହ୍ନ ଭୋଜନ ସହ ପୁଷ୍ଟିକର ସକାଳ ଜଳଖିଆ ଦିଆଯିବ ବୋଲି ବିଜେପି ପ୍ରତିଶ୍ରୁତି ଦେଇଛି। ବିଜେପି ମଧ୍ୟ ୬ଟି ନୂଆ ଏକ୍ସପ୍ରେସ୍ୱେ ପାଇଁ ପ୍ରତିଶ୍ରୁତି ଦେଇଛି। ଉଲ୍ଲେଖଯୋଗ୍ୟ ଯେ ଆସନ୍ତା ନଭେମ୍ବର ୧୭ ତାରିଖରେ ମଧ୍ୟପ୍ରଦେଶରେ ୨୩୦ ଆସନରେ ଭୋଟ୍ ଗ୍ରହଣ ହେବ ଏବଂ ଡିସେମ୍ବର ୩ ତାରିଖରେ ଫଳାଫଳ ଆସିବ। ମଧ୍ୟପ୍ରଦେଶରେ ଆଗାମୀ ବିଧାନସଭା ନିର୍ବାଚନ ଉଭୟ ବିଜେପି ଏବଂ କଂଗ୍ରେସ ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ। ବିଜେପି ରାଜ୍ୟରେ କ୍ଷମତା ବଜାୟ ରଖିବାର ଲକ୍ଷ୍ୟ ରଖିଥିବାବେଳେ କଂଗ୍ରେସ ପୁଣିଥରେ କ୍ଷମତାକୁ ଫେରିବାର ଲକ୍ଷ୍ୟ ରଖିଛି।

Tags: