ମଧ୍ୟପ୍ରଦେଶ, ଛତିଶଗଡ଼ ଓ ତେଲେଙ୍ଗାନା ନିର୍ବାଚନ ପାଇଁ କଂଗ୍ରେସର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା
ଭୋପାଳ: ଆସନ୍ତା ମାସରେ ମଧ୍ୟପ୍ରଦେଶ, ଛତିଶଗଡ଼ ଓ ତେଲେଙ୍ଗାନା ସମେତ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ। ତେବେ ମଧ୍ୟପ୍ରଦେଶ , ଛତିଶଗଡ଼ ଓ ତେଲେଙ୍ଗାନା ପାଇଁ କଂଗ୍ରେସ ରବିବାର ଦିନ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏବଂ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ସମେତ ବିଭିନ୍ନ ବରିଷ୍ଠ ବିଜେପି ନେତାଙ୍କ ବିରୋଧରେ କଂଗ୍ରେସ ପ୍ରମୁଖ ପ୍ରାର୍ଥୀ ଦେଇଛି। ଆସନ୍ତା ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ […]
ଭୋପାଳ: ଆସନ୍ତା ମାସରେ ମଧ୍ୟପ୍ରଦେଶ, ଛତିଶଗଡ଼ ଓ ତେଲେଙ୍ଗାନା ସମେତ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ। ତେବେ ମଧ୍ୟପ୍ରଦେଶ , ଛତିଶଗଡ଼ ଓ ତେଲେଙ୍ଗାନା ପାଇଁ କଂଗ୍ରେସ ରବିବାର ଦିନ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏବଂ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ସମେତ ବିଭିନ୍ନ ବରିଷ୍ଠ ବିଜେପି ନେତାଙ୍କ ବିରୋଧରେ କଂଗ୍ରେସ ପ୍ରମୁଖ ପ୍ରାର୍ଥୀ ଦେଇଛି। ଆସନ୍ତା ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଆଜି ୧୪୪ ଜଣ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। ଦଳ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କୁ ଛିନ୍ଦୱାଡାରୁ, ବିକ୍ରମ ମସ୍ତାଲଙ୍କୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ବିରୋଧରେ ବୁଧାନିରୁ ଏବଂ ଜିତୁ ପାଟୱାରିଙ୍କୁ ରାଉ ଆସନରୁ ପ୍ରାର୍ଥୀ କରିଛି।
ଛତିଶଗଡ଼ ପାଇଁ କଂଗ୍ରେସର ପ୍ରଥମ ତାଲିକାରେ ୩୦ ଜଣ ପ୍ରାର୍ଥୀଙ୍କ ନାମ ଥିବା ବେଳେ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଏଥିରେ ସ୍ଥାନ ପାଇଛନ୍ତି। କଂଗ୍ରେସ ଅମ୍ବିକାପୁର ଆସନରୁ ଉପମୁଖ୍ୟମନ୍ତ୍ରୀ ଟିଏସ୍ ସିଂହଦେଓଙ୍କୁ ପ୍ରାର୍ଥୀ କରିଛି। ରାଜନନ୍ଦଗାଓଁ ଆସନରୁ ଗିରୀଶ ଦେବାଙ୍ଗନ ବିଜେପି ନେତା ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ବିପକ୍ଷରେ ନିର୍ବାଚନ ଲଢ଼ିବେ। ଦୁର୍ଗ (ଗ୍ରାମୀଣ) ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ନେତା ତାରାଧ୍ୱଜ ସାହୁ ପ୍ରାର୍ଥୀ ହୋଇଥିବା ବେଳେ ନୱାଗଡ଼ରୁ ରବୀନ୍ଦ୍ର ଚୌବେ, ଖଇରାଗଡ଼ରୁ ଯଶୋଦା ବର୍ମା, ବିଜାପୁରରୁ ବିକ୍ରମ ମାଣ୍ଡବୀ, ବସ୍ତରରୁ ଲକ୍ଷେଶ୍ୱର ବାଘେଲ, ଚିତ୍ରକୁଟରୁ ଦୀପକ ବାଇଜୀ ଏବଂ ଦନ୍ତେୱାଡାରୁ କେ ଚବୀନ୍ଦ୍ର କର୍ମା ପ୍ରାର୍ଥୀ ହେବେ।
ନଭେମ୍ବର ୩୦ ତାରିଖରେ ହେବାକୁ ଥିବା ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ୫୫ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ରାଜ୍ୟ ସଭାପତି ତଥା ସାଂସଦ ରେବନ୍ତ ରେଡ୍ଡୀ କୋଡଙ୍ଗଲ ବିଧାନସଭା ଆସନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ଆଦମ ସନ୍ତୋଷ କୁମାର ସିକନ୍ଦରାବାଦ ଆସନରୁ ନିର୍ବାଚନ ଲଢ଼ିବେ।




