ମଧ୍ୟପ୍ରଦେଶ, ଛତିଶଗଡ଼ରେ ମତଦାନ ଜାରି
ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ରେ ଆଜି ଭୋଟ୍ ଗ୍ରହଣ ପ୍ରକ୍ରିୟା ଜାରି ରହିଛି। ମଧ୍ୟପ୍ରଦେଶରେ ସମସ୍ତ ୨୩୦ ଆସନରେ ଆଜି ଗୋଟିଏ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେଉଥିବାବେଳେ ଛତିଶଗଡ଼ରେ ଆଜି ଦ୍ବିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଅଛି। ଦ୍ବିତୀୟ ପର୍ଯ୍ୟାୟରେ ଛତିଶଗଡ଼ରେ ୭୦ ଆସନରେ ଭୋଟ୍ ଗ୍ରହଣ ହେଉଛି। ଛତିଶଗଡ଼ରେ ଆଜି ସକାଳ ୭ଟାରୁ ଭୋଟିଂ ପ୍ରକ୍ରିୟା ଆରମ୍ଭ ହୋଇଛି । ୧୮ ହଜାରରୁ ଅଧିକ ଭୋଟିଂ ବୁଥ୍ ବ୍ୟବସ୍ଥା କରାଯାଇଛି। ଛତିଶଗଡ଼ରେ ବିଜେପି ଏବଂ କଂଗ୍ରେସ […]
ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ରେ ଆଜି ଭୋଟ୍ ଗ୍ରହଣ ପ୍ରକ୍ରିୟା ଜାରି ରହିଛି। ମଧ୍ୟପ୍ରଦେଶରେ ସମସ୍ତ ୨୩୦ ଆସନରେ ଆଜି ଗୋଟିଏ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେଉଥିବାବେଳେ ଛତିଶଗଡ଼ରେ ଆଜି ଦ୍ବିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଅଛି। ଦ୍ବିତୀୟ ପର୍ଯ୍ୟାୟରେ ଛତିଶଗଡ଼ରେ ୭୦ ଆସନରେ ଭୋଟ୍ ଗ୍ରହଣ ହେଉଛି। ଛତିଶଗଡ଼ରେ ଆଜି ସକାଳ ୭ଟାରୁ ଭୋଟିଂ ପ୍ରକ୍ରିୟା ଆରମ୍ଭ ହୋଇଛି । ୧୮ ହଜାରରୁ ଅଧିକ ଭୋଟିଂ ବୁଥ୍ ବ୍ୟବସ୍ଥା କରାଯାଇଛି। ଛତିଶଗଡ଼ରେ ବିଜେପି ଏବଂ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି। ପୂର୍ବାହ୍ନ ୧୧ଟା ସୁଦ୍ଧା ଛତିଶଗଡ଼ରେ ୨୦ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି। ଅନ୍ୟପକ୍ଷେ ମଧ୍ୟପ୍ରଦେଶରେ ମଧ୍ୟ ବିଜେପି ଏବଂ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି। କେବଳ ୨୦୧୮ରେ ୨ ବର୍ଷକୁ ଛାଡ଼ିଦେଲେ ମଧ୍ୟପ୍ରଦେଶରେ ବିଜେପି ଦୀର୍ଘ ୨୦ ବର୍ଷ କ୍ଷମତାରେ ରହିଛି। ବିଜେପି ମଧ୍ୟପ୍ରଦେଶରେ ପୁଣିଥରେ କ୍ଷମତାକୁ ଫେରିବାର ସମସ୍ତ ଉଦ୍ୟମ ଜାରି ରଖିଥିବାବେଳେ କଂଗ୍ରେସ ବିଜେପିଠାରୁ କ୍ଷମତା ଛଡ଼ାଇ ଆଣିବାପାଇଁ ପ୍ରୟାସ ଜାରି ରଖିଛି। ରାଜ୍ୟରେ ମୋଟ୍ ୫.୯ କୋଟିରୁ ଅଧିକ ଭୋଟର ୨,୫୩୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଆଜି ସକାଳ ୭ଟାରେ ରାଜ୍ୟରେ ୬୪ ହଜାରରୁ ଅଧି୍କ ଭୋଟ୍ ଗ୍ରହଣ କେନ୍ଦ୍ରରେ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି। ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଭୋଟିଂ ପ୍ରକ୍ରିୟା ଜାରି ରହିବ।




