ମଧ୍ୟପ୍ରଦେଶ କ୍ୟାବିନେଟ୍ ସମ୍ପ୍ରସାରଣ, ଶପଥ ନେଲେ କୈଳାଶ ବିଜୟବର୍ଗିୟ ଅନ୍ୟ ୨୭ ଜଣ

ଭୋପାଳ : ଆଜି ମଧ୍ୟପ୍ରଦେଶ କ୍ୟାବିନେଟ ସମ୍ପ୍ରସାରଣ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ନୂଆ କ୍ୟାବିନେଟରେ ୨୮ ନୂଆ ମନ୍ତ୍ରୀ ସାମିଲ ହୋଇଛନ୍ତି। ଆଜି ଅପରାହ୍ନ ୩.୩୦ ସମୟରେ ରାଜଭବନରେ ଶପଥ ଗ୍ରହଣ ଉତ୍ସବ ଆୟୋଜନ ହୋଇଥିଲା। ବିଜେପିର ୨୮ ଜଣ ନେତା ଆଜି ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ପ୍ରଧୁମାନ ସିଂହ ତୋମର, ପ୍ରହ୍ଲାଦ ସିଂହ ପଟେଲ, କୈଳାଶ ବିଜୟବର୍ଗିୟ ଏବଂ ବିଶ୍ବାସ ସରାଙ୍ଗଙ୍କ ସମେତ ୧୮ ଜଣ ନେତା କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ […]

Samaya Live Picture
Published On

ଭୋପାଳ : ଆଜି ମଧ୍ୟପ୍ରଦେଶ କ୍ୟାବିନେଟ ସମ୍ପ୍ରସାରଣ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ନୂଆ କ୍ୟାବିନେଟରେ ୨୮ ନୂଆ ମନ୍ତ୍ରୀ ସାମିଲ ହୋଇଛନ୍ତି। ଆଜି ଅପରାହ୍ନ ୩.୩୦ ସମୟରେ ରାଜଭବନରେ ଶପଥ ଗ୍ରହଣ ଉତ୍ସବ ଆୟୋଜନ ହୋଇଥିଲା। ବିଜେପିର ୨୮ ଜଣ ନେତା ଆଜି ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ପ୍ରଧୁମାନ ସିଂହ ତୋମର, ପ୍ରହ୍ଲାଦ ସିଂହ ପଟେଲ, କୈଳାଶ ବିଜୟବର୍ଗିୟ ଏବଂ ବିଶ୍ବାସ ସରାଙ୍ଗଙ୍କ ସମେତ ୧୮ ଜଣ ନେତା କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ୬ ନେତା ରାଜ୍ୟ ମନ୍ତ୍ରୀ (ସ୍ବାଧୀନ ଦାୟିତ୍ବ) ଭାଶବେ ସାମିଲ ହୋଇଥିବାବେଳେ ୪ ଜଣ ନେତା ରାଜ୍ୟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଗତ ଡିସେମ୍ବର ୧୩ ତାରିଖରେ ମୋହନ ଯାଦବ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ରାଜେନ୍ଦ୍ର ଶୁକ୍ଳା ଏବଂ ଜଗଦୀଶ ଦେବଦା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

Tags: