ମଧ୍ୟପ୍ରଦେଶ କଂଗ୍ରେସ ମୁଖ୍ୟ ହେଲେ ଜିତୁ ପଟୱାରି
ନୂଆଦିଲ୍ଲୀ : ଜିତୁ ପଟୱାରି ମଧ୍ୟପ୍ରଦେଶ କଂଗ୍ରେସ ସଭାପତି ନିଯୁକ୍ତ ହୋଇଛନ୍ତି। କଂଗ୍ରେସ ଜାତୀୟ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଜିତୁ ପଟୱାରିଙ୍କୁ କଂଗ୍ରେସ ସଭାପତି ଭାବେ ନିଯୁକ୍ତି ଦେଇଛନ୍ତି। ମଧ୍ୟପ୍ରଦେଶ ପିସିସି ସଭାପତି କମଳ ନାଥଙ୍କ ସ୍ଥାନରେ ପଟୱାରି ନିଯୁକ୍ତି ପାଇଛନ୍ତି। ଏକ ପ୍ରେସ୍ ବିବୃତି ଜାରି କରି କଂଗ୍ରେସ ଦଳ ପକ୍ଷରୁ ଏହା ଜଣାଯାଇଛି। ବିଦାୟୀ କଂଗ୍ରେସ ସଭାପତି କମଳନାଥଙ୍କ କାର୍ଯ୍ୟକୁ ମଧ୍ୟ ଦଳ ଭୂୟଶୀ ପ୍ରଶଂସା କରିଛି। ରାଉ ଆସନ ବିଧାୟକ ପଟୱାରି ମଧ୍ୟପ୍ରଦେଶ […]
ନୂଆଦିଲ୍ଲୀ : ଜିତୁ ପଟୱାରି ମଧ୍ୟପ୍ରଦେଶ କଂଗ୍ରେସ ସଭାପତି ନିଯୁକ୍ତ ହୋଇଛନ୍ତି। କଂଗ୍ରେସ ଜାତୀୟ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଜିତୁ ପଟୱାରିଙ୍କୁ କଂଗ୍ରେସ ସଭାପତି ଭାବେ ନିଯୁକ୍ତି ଦେଇଛନ୍ତି। ମଧ୍ୟପ୍ରଦେଶ ପିସିସି ସଭାପତି କମଳ ନାଥଙ୍କ ସ୍ଥାନରେ ପଟୱାରି ନିଯୁକ୍ତି ପାଇଛନ୍ତି। ଏକ ପ୍ରେସ୍ ବିବୃତି ଜାରି କରି କଂଗ୍ରେସ ଦଳ ପକ୍ଷରୁ ଏହା ଜଣାଯାଇଛି। ବିଦାୟୀ କଂଗ୍ରେସ ସଭାପତି କମଳନାଥଙ୍କ କାର୍ଯ୍ୟକୁ ମଧ୍ୟ ଦଳ ଭୂୟଶୀ ପ୍ରଶଂସା କରିଛି। ରାଉ ଆସନ ବିଧାୟକ ପଟୱାରି ମଧ୍ୟପ୍ରଦେଶ କଂଗ୍ରେସ ପ୍ରଚାର କମିଟିର ସହ ଅଧ୍ୟକ୍ଷ ଥିଲେ। ୨୦୧୮ରେ ସେ ଦ୍ବିତୀୟ ଥର ପାଇଁ ରାଉ ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଜିତିଥିଲେ। କିନ୍ତୁ ୨୦୨୩ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ସେ ବିଜେପିର ମଧୁ ବର୍ମାଙ୍କ ଠାରୁ ନିର୍ବାଚନ ହାରିଗଲେ। ୨୦୨୩ ନିର୍ବାଚନରେ ରାଉ ଆସନରେ ମଧୁ ବର୍ମା ଜିତିଲେ। ଉଲ୍ଲେଖଯୋଗ୍ୟ ଯେ କମଳନାଥ ନିକଟରେ ଏକ କାର୍ଯ୍ୟକ୍ରମରେ କହିଥିଲେ ଯେ ମୁଁ ଅବସର ନେବାକୁ ଯାଉନି। ମୁଁ ଶେଷ ନିଶ୍ବାସ ଥିବା ପର୍ଯ୍ୟନ୍ତ ତୁମମାନଙ୍କ ସହ ରହିବି। ଏହାର ମାତ୍ର କିଛି ଦିନ ପରେ କମଳନାଥଙ୍କ ସ୍ଥାନରେ ଅନ୍ୟ ଜଣେ ନିଯୁକ୍ତ ହୋଇଛନ୍ତି।




