ମଧ୍ୟପ୍ରଦେଶ ଆଦିବାସୀ ଯୁବକଙ୍କ ପାଦ ଧୋଇଦେଲେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ
ଭୋପାଳ : ମଧ୍ୟପ୍ରଦେଶର ଆଦିବାସୀ ଶ୍ରମିକ ଦଶମତ ରାୱତଙ୍କର ଆଜି ପାଦ ଧୋଇ ଦେଇଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ। ରାୱତଙ୍କ ଉପରେ ଜଣେ ବ୍ୟକ୍ତି ନିକଟରେ ପରିସ୍ରା କରୁଥିବାର ଭିଡିଓ ଭାଇରାଲ୍ ହେବାପରେ ବିବାଦ ହୋଇଛି। ଯେଉଁ ବ୍ୟକ୍ତି ଆଦିବାସୀ ଯୁବକଙ୍କ ଉପରେ ପରିସ୍ରା କରିଛନ୍ତି ତାଙ୍କ ସହ ବିଜେପିର ସମ୍ପୃକ୍ତି ରହିଛି ବୋଲି କଂଗ୍ରେସ ଦାବି କରିଛି। ତେବେ ଏହି ବିବାଦ ସମୟରେ ଆଜି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଉକ୍ତ ଘଟଣା ପାଇଁ ଉକ୍ତ […]
ଭୋପାଳ : ମଧ୍ୟପ୍ରଦେଶର ଆଦିବାସୀ ଶ୍ରମିକ ଦଶମତ ରାୱତଙ୍କର ଆଜି ପାଦ ଧୋଇ ଦେଇଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ। ରାୱତଙ୍କ ଉପରେ ଜଣେ ବ୍ୟକ୍ତି ନିକଟରେ ପରିସ୍ରା କରୁଥିବାର ଭିଡିଓ ଭାଇରାଲ୍ ହେବାପରେ ବିବାଦ ହୋଇଛି। ଯେଉଁ ବ୍ୟକ୍ତି ଆଦିବାସୀ ଯୁବକଙ୍କ ଉପରେ ପରିସ୍ରା କରିଛନ୍ତି ତାଙ୍କ ସହ ବିଜେପିର ସମ୍ପୃକ୍ତି ରହିଛି ବୋଲି କଂଗ୍ରେସ ଦାବି କରିଛି। ତେବେ ଏହି ବିବାଦ ସମୟରେ ଆଜି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଉକ୍ତ ଘଟଣା ପାଇଁ ଉକ୍ତ ଶ୍ରମିକଙ୍କୁ କ୍ଷମା ମାଗିଛନ୍ତି। ଶିବରାଜ ଆଜି ରାୱତଙ୍କର ପାଦ ଧୋଇ ଦେଇଛନ୍ତି। ଏହାର ଏକ ଫଟୋ ଶିବରାଜଙ୍କର ଟ୍ବିଟର ଆକାଉଣ୍ଟ୍ରେ ସେୟାର କରାଯାଇଛି।ଶିବରାଜ କହିଛନ୍ତି, ଗରିବ ହେଉଛନ୍ତି ଭଗବାନ ଏବଂ ଲୋକମାନେ ବି ଭଗବାନ ସଦୃଶ। ମାନବ ସେବା ହେଉଛି ମାଧବ ସେବା। ଆମେ ବିଶ୍ବାସ କରୁ ଯେ ପ୍ରତି ମଣିଷଙ୍କ ଭିତରେ ଭଗବାନ ଅଛନ୍ତି। ଶିବରାଜ କହିଛନ୍ତି ରାୱତଙ୍କ ସହ ଯାହା ଘଟିଛି ତାହା ଅତି ଅମାନବୀୟ ଏବଂ ଏହି ଘଟଣା ତାଙ୍କୁ ଖୁବ୍ ଯନ୍ତ୍ରଣା ଦେଇଛି। ଶିବରାଜ ରାୱତଙ୍କ ବେକରେ ଫୁଲମାଳ ପକାଇବା ସହ ତାଙ୍କ ଦେହରେ ଧଳା ସାଲ୍ ପକାଇ ତାଙ୍କ ସହ କଥା ହୋଇଛନ୍ତି।




