ମଧ୍ୟପ୍ରଦେଶରେ ମରୁଡ଼ି ସ୍ଥିତି, ଭଲ ବର୍ଷା ପାଇଁ ମହାକାଳେଶ୍ବର ମନ୍ଦିରରେ ପୂଜାର୍ଚ୍ଚନା କଲେ ଶିବରାଜ ସିଂହ ଚୌହାନ
ଭୋପାଳ: ମଧ୍ୟପ୍ରଦେଶରେ ବର୍ଷା ହେଉନଥିବାରୁ ମରୁଡ଼ି ସ୍ଥିତି ଉପୁଜିଛି। ରାଜ୍ୟରେ ବିଜୁଳି ସଙ୍କଟ ବି ଦେଖାଦେଲାଣି। ତେଣୁ ରାଜ୍ୟରେ ମରୁଡ଼ି ସ୍ଥିତି ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନି ଗତକାଲି ବିଳମ୍ବିତ ରାତିରେ ଏକ ଉଚ୍ଚ ସ୍ତରୀୟ ବୈଠକ କରିଥିଲେ। ଖାଲି ସେତିକି ନୁହେଁ ଚୌହାନ ଭଲ ବର୍ଷା ପାଇଁ ପୂଜାର୍ଚ୍ଚନା କରିଛନ୍ତି। ଚୌହାନ ଆଜି ସକାଳେ ଉଜ୍ଜୟିନୀର ମହାକାଳେଶ୍ବର ମନ୍ଦିର ଯାଇ ପୂଜାର୍ଚ୍ଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ ଭଲ ବର୍ଷା ପାଇଁ ଏବଂ ଲୋକଙ୍କର ମଙ୍ଗଳ […]
ଭୋପାଳ: ମଧ୍ୟପ୍ରଦେଶରେ ବର୍ଷା ହେଉନଥିବାରୁ ମରୁଡ଼ି ସ୍ଥିତି ଉପୁଜିଛି। ରାଜ୍ୟରେ ବିଜୁଳି ସଙ୍କଟ ବି ଦେଖାଦେଲାଣି। ତେଣୁ ରାଜ୍ୟରେ ମରୁଡ଼ି ସ୍ଥିତି ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନି ଗତକାଲି ବିଳମ୍ବିତ ରାତିରେ ଏକ ଉଚ୍ଚ ସ୍ତରୀୟ ବୈଠକ କରିଥିଲେ। ଖାଲି ସେତିକି ନୁହେଁ ଚୌହାନ ଭଲ ବର୍ଷା ପାଇଁ ପୂଜାର୍ଚ୍ଚନା କରିଛନ୍ତି। ଚୌହାନ ଆଜି ସକାଳେ ଉଜ୍ଜୟିନୀର ମହାକାଳେଶ୍ବର ମନ୍ଦିର ଯାଇ ପୂଜାର୍ଚ୍ଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ ଭଲ ବର୍ଷା ପାଇଁ ଏବଂ ଲୋକଙ୍କର ମଙ୍ଗଳ କାମନା କରି ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି ବୋଲି ଅଧିକାରୀମାନେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଅଗଷ୍ଟ ମାସରେ ମଧ୍ୟପ୍ରଦେଶରେ ବର୍ଷା ହୋଇନି। ଫଳରେ ମରୁଡ଼ି ସ୍ଥିତି ଉପୁଜିଛି। ରାଜ୍ୟରେ ଫସଲ ବିପଦରେ। ତେଣୁ ଫସଲକୁ ସୁରକ୍ଷା ଦେବାପାଇଁ ପ୍ରଭୁ ମହାକାଳ ବର୍ଷା କରନ୍ତୁ ବୋଲି ଚୌହାନ ପ୍ରାର୍ଥନା କରିଥିବା କହିଛନ୍ତି। ଲୋକମାନେ ମଧ୍ୟ ଭଲ ବର୍ଷା ପାଇଁ ସେମାନଙ୍କ ଗ୍ରାମରେ ପୂଜାର୍ଚ୍ଚନା କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀ ଚୌହାନ କହିଛନ୍ତି, ଯଦି ଭଲ ଭାବନାରେ ପୂଜା କରାଯାଇଥିବ ତେବେ ଭଗବାନ ଆର୍ଶୀବାଦ ବର୍ଷା କରିବେ। କୃଷକମାନଙ୍କ ଏଭଳି ସ୍ଥିତିରେ ରାଜ୍ୟ ସରକାର ସେମାନଙ୍କ ସହ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସମସ୍ତେ ଭଲ ଅଛନ୍ତି ବୋଲି ସୁନିଶ୍ଚିତ କରିବା ଆମ ସମସ୍ତଙ୍କ ମିଳିତ ଦାୟିତ୍ବ ବୋଲି ଚୌହାନ କହିଛନ୍ତି। ରାଜ୍ୟରେ ବର୍ଷା ହେଉନଥିବାରୁ ବିଜୁଳି ସଙ୍କଟ ଦେଖାଦେଇଛି। ଚଳିତ ଋତୁରେ ୮,୦୦୦-୯,୦୦୦ ଏମ୍ଡବ୍ଲ୍ୟୁ ବିଜୁଳି ଆବଶ୍ୟକ ହୋଇଥାଏ। କିନ୍ତୁ ଏବେ ଦାବି ୧୫,୦୦୦ ଏମଡବ୍ଲ୍ୟୁୃକୁ ବୃଦ୍ଧି ପାଇଛି।




