ମଧ୍ୟପ୍ରଦେଶରେ ମଧ୍ୟରାତ୍ରିରେ ବିସ୍ଫୋରଣ; ୩ ଘର ଭୁଶୁଡ଼ିଲା, ୪ ମୃତ
ଭୋପାଳ: ମଧ୍ୟପ୍ରଦେଶର ମୋରେନା ସହରରେ ବିସ୍ଫୋରଣ ହୋଇ ୩ଟି ଘର ଭୁଶୁଡ଼ି ପଡ଼ିଛି ଏବଂ ୪ ମହିଳାଙ୍କର ମୃତ୍ୟୁ ହୋଇଯାଇଛି। ମୃତକମାନେ ହେଉଛନ୍ତି ବିଦ୍ୟା ରାଥୋର (୫୮), ପୂଜା ରାଥୋର (୨୯), ବୈଜନ୍ତୀ କୁଶୱାହା (୬୧) ଏବଂ ବିମଳା କୁଶୱାହା (୩୮)। ପ୍ରାଥମିକ ତଦନ୍ତରୁ ଜଣାପଡ଼ୁଛି ଯେ ବେଆଇନ ବାଣ ଯୋଗୁଁ ବିସ୍ଫୋରଣ ହୋଇଛି। ଟାଞ୍ଚ ରୋଡ୍ର ରାଥୋର କଲୋନିରେ ଆଜି ଏହି ଘଟଣା ଘଟିଛି। ତେବେ ମାସକରୁ ଊର୍ଦ୍ଧ୍ବ ସମୟ ମଧ୍ୟରେ ଏହା ମୋରେନା ସହରରେ […]
ଭୋପାଳ: ମଧ୍ୟପ୍ରଦେଶର ମୋରେନା ସହରରେ ବିସ୍ଫୋରଣ ହୋଇ ୩ଟି ଘର ଭୁଶୁଡ଼ି ପଡ଼ିଛି ଏବଂ ୪ ମହିଳାଙ୍କର ମୃତ୍ୟୁ ହୋଇଯାଇଛି। ମୃତକମାନେ ହେଉଛନ୍ତି ବିଦ୍ୟା ରାଥୋର (୫୮), ପୂଜା ରାଥୋର (୨୯), ବୈଜନ୍ତୀ କୁଶୱାହା (୬୧) ଏବଂ ବିମଳା କୁଶୱାହା (୩୮)। ପ୍ରାଥମିକ ତଦନ୍ତରୁ ଜଣାପଡ଼ୁଛି ଯେ ବେଆଇନ ବାଣ ଯୋଗୁଁ ବିସ୍ଫୋରଣ ହୋଇଛି। ଟାଞ୍ଚ ରୋଡ୍ର ରାଥୋର କଲୋନିରେ ଆଜି ଏହି ଘଟଣା ଘଟିଛି। ତେବେ ମାସକରୁ ଊର୍ଦ୍ଧ୍ବ ସମୟ ମଧ୍ୟରେ ଏହା ମୋରେନା ସହରରେ ଦ୍ବିତୀୟ ଘଟଣା। ୨ ମୃତକଙ୍କ ମର ଶରୀରକୁ ଗତକାଲି ରାତିରେ ଉଦ୍ଧାର କରାଯାଇଥିବାବେଳେ ଅନ୍ୟ ୨ ଜଣଙ୍କ ମର ଶରୀରକୁ ଆଜି ସକାଳେ ଉଦ୍ଧାର କରାଯାଇଥିଲା। ବିସ୍ଫୋରଣରେ ୨ଟି ଘର ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିବାବେଳେ ଅନ୍ୟ ଏକ ଘର ଭାଙ୍ଗି ଯାଇଛି। ବିସ୍ଫୋରଣ କିଭଳି ହେଲା ସେନେଇ ପୁଲିସ ତଦନ୍ତ ଆରମ୍ଭ କରିଛି। ମିଳିଥିବା ସୂଚନାନୁଯାୟୀ ଘର ମାଲିକ ମୁନ୍ସି ରାଥୋରଙ୍କ ପୁ୍ଅ ଚଳିତ ବର୍ଷ ଦୀପାବଳିରେ ଏକ ବେଆଇନ ବାଣ ଦୋକାନ ଦେଇଥିଲେ ଏବଂ ସେ ବୋଧହୁଏ ଘରେ ବାଣ ଗଚ୍ଛିତ ରଖିଥିଲେ। ଲୋକମାନେ ଶୋଇଥିବା ବେଳେ ପ୍ରଚଣ୍ଡ ଶବ୍ଦ ହୋଇଥିଲା। ଏହାପରେ ସ୍ଥାନୀୟ ଲୋକ ସେମାନଙ୍କ ଘର ବାହାରକୁ ଚାଲି ଯାଇଥିଲେ। ରାଥୋରଙ୍କ ଘର ବିସ୍ଫୋରଣରେ ଭୁଶୁଡ଼ି ପଡ଼ିଥିବା ସେମାନେ ଦେଖିଥିଲେ।




