ମଧ୍ୟପ୍ରଦେଶରେ କୂଅକୁ ଭ୍ୟା‌ନ୍‌ ଖସି ୧୦ ମୃତ

ଭୋପାଳ: ମଧ୍ୟପ୍ରଦେଶର ମନ୍ଦସୌର ଜିଲ୍ଲାରେ ରବିବାର ଏକ ଭ୍ୟାନ୍ ଓ ବାଇକ୍‌ ମଧ୍ୟରେ ଧକ୍କା ହେବାପରେ ଭ୍ୟାନ୍‌ଟି ଏକ ଖୋଲା କୂଅକୁ ଖସି ପଡ଼ିବାରୁ ୧୦ ଜଣଙ୍କ ମୃତ୍ୟୁ ଘଟିଛି। କୂଅରୁ ୧୦ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ପୁଲିସ କହିଛି। ଏହି ଘଟଟାରେ ଆଉ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଅପରାହ୍ଣ ପ୍ରାୟ ୧ଟା ୧୫ ମିନିଟ୍ ରେ ବୁଢ଼ା-ତକରାୱତ୍ ଫାଣ୍ଟେଠାରେ ଗୋଟିଏ ପରିବାରର ୧୨ ଜଣ ସଦସ୍ୟ ମନ୍ଦସୌରରେ ଏକ ବିବାହ ଉତ୍ସବରେ […]

ମଧ୍ୟପ୍ରଦେଶରେ କୂଅକୁ ଭ୍ୟା‌ନ୍‌ ଖସି ୧୦ ମୃତ
Samaya Live Picture
Published On

ଭୋପାଳ: ମଧ୍ୟପ୍ରଦେଶର ମନ୍ଦସୌର ଜିଲ୍ଲାରେ ରବିବାର ଏକ ଭ୍ୟାନ୍ ଓ ବାଇକ୍‌ ମଧ୍ୟରେ ଧକ୍କା ହେବାପରେ ଭ୍ୟାନ୍‌ଟି ଏକ ଖୋଲା କୂଅକୁ ଖସି ପଡ଼ିବାରୁ ୧୦ ଜଣଙ୍କ ମୃତ୍ୟୁ ଘଟିଛି। କୂଅରୁ ୧୦ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ପୁଲିସ କହିଛି। ଏହି ଘଟଟାରେ ଆଉ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଅପରାହ୍ଣ ପ୍ରାୟ ୧ଟା ୧୫ ମିନିଟ୍ ରେ ବୁଢ଼ା-ତକରାୱତ୍ ଫାଣ୍ଟେଠାରେ ଗୋଟିଏ ପରିବାରର ୧୨ ଜଣ ସଦସ୍ୟ ମନ୍ଦସୌରରେ ଏକ ବିବାହ ଉତ୍ସବରେ ଯୋଗ ଦେଇ ମନସା ଅଞ୍ଚଳରେ ଥିବା ଅନ୍ତାରୀ ମାତା ମନ୍ଦିରକୁ ଦର୍ଶନ କରିବାକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ମୃତକଙ୍କ ମଧ୍ୟରେ ଭ୍ୟାନ୍‌ରେ ଯାଉଥିବା ଗୋଟିଏ ପରିବାରର ୮ ଜଣ ସଦସ୍ୟ, ବାଇକ୍ ଆରୋହୀ ଆବାଖେଡି ଗ୍ରାମର ଗୋୱର ସିଂହ ଓ କୂଅରୁ ଲୋକଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରୁଥିବା ଜଣେ ଗ୍ରାମବାସୀ ମନୋହର ସିଂହ ଅଛନ୍ତି।

Tags: