ମଧ୍ୟପ୍ରଦେଶରେ କାନ୍ଥ ଭୁଶୁଡ଼ି ୯ ଶିଶୁଙ୍କ ମୃତ୍ୟୁ
ଭୋପାଳ: ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ କାନ୍ଥ ଭୁଶୁଡ଼ି ୯ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଶାହାପୁରର ହରଦୌଲ ବାବା ମନ୍ଦିର ନିକଟରେ ଏହି ଦୁଃଖଦ ଘଟଣା ଘଟିଛି। ଆହତ ଶିଶୁମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ପିଲାମାନେ ମନ୍ଦିରରେ ଏକ ଧାର୍ମିକ ସମାରୋହରେ ଶିବଲିଙ୍ଗ ତିଆରି କରୁଥିବା ବେଳେ ମନ୍ଦିର ପାଖରେ ଥିବା ଏକ ଘରର କାନ୍ଥ ଭୁଶୁଡ଼ି ପଡ଼ିଥିଲା। ପ୍ରଶାସନ କହିଛି […]
ଭୋପାଳ: ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ କାନ୍ଥ ଭୁଶୁଡ଼ି ୯ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଶାହାପୁରର ହରଦୌଲ ବାବା ମନ୍ଦିର ନିକଟରେ ଏହି ଦୁଃଖଦ ଘଟଣା ଘଟିଛି। ଆହତ ଶିଶୁମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ପିଲାମାନେ ମନ୍ଦିରରେ ଏକ ଧାର୍ମିକ ସମାରୋହରେ ଶିବଲିଙ୍ଗ ତିଆରି କରୁଥିବା ବେଳେ ମନ୍ଦିର ପାଖରେ ଥିବା ଏକ ଘରର କାନ୍ଥ ଭୁଶୁଡ଼ି ପଡ଼ିଥିଲା। ପ୍ରଶାସନ କହିଛି ଯେ ଏହି ଘରଟି ପ୍ରାୟ ୫୦ ବର୍ଷ ପୁରୁଣା ଏବଂ ଗତ ୩ ଦିନ ଧରି ଲଗାଣ ବର୍ଷା ଯୋଗୁଁ ଜଳମଗ୍ନ ହୋଇଯାଇଥିଲା। ଏହି ଘଟଣା ପରେ ପୁଲିସ ସ୍ଥାନୀୟ ବାସିନ୍ଦାଙ୍କ ସହାୟତାରେ ଯୁଦ୍ଧସ୍ତରରେ ଉଦ୍ଧାର କାର୍ଯ୍ୟ କରିଥିଲା। ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତଦାରଖ କରିଥିଲେ। । ପ୍ରାଣ ହରାଇଥିବା ପିଲାମାନେ ୧୦ରୁ ୧୫ ବର୍ଷ ବୟସର ବୋଲି ଜଣାପଡ଼ିଛି। ମୃତକଙ୍କ ପରିବାରକୁ ସରକାର ୪ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିବେ ବୋଲି ଘୋଷଣା କରାଯାଇଛି।




