ମଧ୍ୟପ୍ରଦେଶରେ ଆଦିବାସୀ ଯୁବକଙ୍କ ଉପରେ ପରିସ୍ରା କରିଥିବା ଲୋକ ଗିରଫ, ଏନ୍‌ଏସଏ ଲାଗୁ

ଭୋପାଳ : ମଧ୍ୟପ୍ରଦେଶର ସିଧି ଜିଲ୍ଲାରେ ଜଣେ ଆଦିବାସୀ ଯୁବକ ଉପରେ ଜଣେ ଲୋକ ପରିସ୍ରା କରିବାର ଭିଡ଼ିଓ ଭାଇରାଲ ହେବା ପରେ ପୁଲିସ ମଙ୍ଗଳବାର ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରିଛି। ଘଟଣାଟି ୫ ଦିନ ହେବ ଘଟିଛି। କିନ୍ତୁ ଭିଡିଓ ଭାଇରାଲ୍‌ ହେବାପରେ ଉକ୍ତ ଘଟଣାରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଜୋର ଧରିଲା। ଗତାକଲି ରାତିରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତର ନାଁ ପ୍ରବେଶ ଶୁକ୍ଳା। ପୁଲିସ ତାକୁ ଥାନାକୁ ନେଇ ଜେରା […]

Samaya Live Picture
Published On

ଭୋପାଳ : ମଧ୍ୟପ୍ରଦେଶର ସିଧି ଜିଲ୍ଲାରେ ଜଣେ ଆଦିବାସୀ ଯୁବକ ଉପରେ ଜଣେ ଲୋକ ପରିସ୍ରା କରିବାର ଭିଡ଼ିଓ ଭାଇରାଲ ହେବା ପରେ ପୁଲିସ ମଙ୍ଗଳବାର ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରିଛି। ଘଟଣାଟି ୫ ଦିନ ହେବ ଘଟିଛି। କିନ୍ତୁ ଭିଡିଓ ଭାଇରାଲ୍‌ ହେବାପରେ ଉକ୍ତ ଘଟଣାରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଜୋର ଧରିଲା। ଗତାକଲି ରାତିରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତର ନାଁ ପ୍ରବେଶ ଶୁକ୍ଳା। ପୁଲିସ ତାକୁ ଥାନାକୁ ନେଇ ଜେରା କରୁଛି। ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଉକ୍ତ ଘଟଣାକୁ କଡ଼ା ନିନ୍ଦା କରିଛନ୍ତି। ଅପରାଧୀ ବିରୋଧରେ ଏନ୍‌ଏସ୍‌ଏ (ଜାତୀୟ ସୁରକ୍ଷା ଆଇନ) ଲାଗୁ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜଣେ କର୍ମଚାରୀ କହିଛନ୍ତି ଯେ, ଅଭିଯୁକ୍ତ ପ୍ରବେଶ ଶୁକ୍ଳା ବିରୋଧରେ ବାହାରୀ ଥାନାରେ ଭାରତୀୟ ପିଙ୍ଗଳ କୋଡ୍‌ର ଧାରା ୨୯୪ (ଅଶ୍ଳୀଳ କାର୍ଯ୍ୟ), ୫୦୪ (ଶାନ୍ତିଭଙ୍ଗ ପାଇଁ ଜାଣିଶୁଣି ଅପମାନିତ କରିବା) ଏବଂ ଅନୁସୂଚିତ ଜାତି ଓ ଉପଜାତି ନିର୍ଯାତନା ନିରୋଧୀ ଆଇନ ଅନୁସାରେ ମାମଲା ରୁଜୁ କରାଯାଇଛି। ଅତି କଠୋର ଆଇନ ଏନ୍‌ଏସ୍‌ଏ ଅନୁସାରେ କାର୍ଯ୍ୟାନୁଷ୍ଠାନ ବି ଆରମ୍ଭ ହୋଇଛି। ଅନ୍ୟପକ୍ଷେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ କଂଗ୍ରେସ ମୁଖ୍ୟ କମଳନାଥ ଆଦିବାସୀ ଯୁବକଙ୍କ ପ୍ରତି ଏପରି କାର୍ଯ୍ୟର ନିନ୍ଦା କରିବା ସହ ଅଭିଯୁକ୍ତ ବିଜେପି ସହ ଜଡ଼ିତ ବୋଲି ଅଭିଯୋଗ କରିଛନ୍ତି।

Tags: