ମଧ୍ୟପ୍ରଦେଶରେ ଅଭାବନୀୟ କାଣ୍ଡ, ଦଳିତ ପୁଅକୁ ପିଟିପିଟି ହତ୍ୟା ଓ ମା’କୁ ବିବସ୍ତ୍ର
ଭୋପାଳ: ମଧ୍ୟପ୍ରଦେଶରେ ଦଳିତଙ୍କ ବିରୋଧରେ ଅତ୍ୟାଚାର ଥମୁନାହିଁ। ସାଗର ଜିଲ୍ଲାରେ ଗତ ଗୁରୁବାର କିଛି ଲୋକ ଜଣେ ଦଳିତ ବ୍ୟକ୍ତିକୁ ପିଟିପିଟି ହତ୍ୟା କରିଛନ୍ତି। ପୀଡ଼ିତଙ୍କ ଭଉଣୀ ଦ୍ବାରା ଦାଖଲ ହୋଇଥିବା ଏକ ଯୌନ ନିର୍ଯାତନା ମାମଲା ପ୍ରତ୍ୟାହାର ଦାବିରେ ଦଳିତଙ୍କୁ ପିଟିପିଟି ହତ୍ୟା କରାଯାଇଛି। ହତ୍ୟାର ଶିକାର ହୋଇଥିବା ୧୮ ବର୍ଷୀୟ ଦଳିତ ଯୁବକଙ୍କ ନାମ ନୀତୀନ ଅହରିୱାର। ଅଭିଯୁକ୍ତର ନାମ ବିକ୍ରମ ସିଂହ ଠାକୁର। ପ୍ରଥମେ ଅଭିଯୁକ୍ତ ଜଣକ ଦଳିତ ପରିବାରର ଘର ଉପରେ […]
ଭୋପାଳ: ମଧ୍ୟପ୍ରଦେଶରେ ଦଳିତଙ୍କ ବିରୋଧରେ ଅତ୍ୟାଚାର ଥମୁନାହିଁ। ସାଗର ଜିଲ୍ଲାରେ ଗତ ଗୁରୁବାର କିଛି ଲୋକ ଜଣେ ଦଳିତ ବ୍ୟକ୍ତିକୁ ପିଟିପିଟି ହତ୍ୟା କରିଛନ୍ତି। ପୀଡ଼ିତଙ୍କ ଭଉଣୀ ଦ୍ବାରା ଦାଖଲ ହୋଇଥିବା ଏକ ଯୌନ ନିର୍ଯାତନା ମାମଲା ପ୍ରତ୍ୟାହାର ଦାବିରେ ଦଳିତଙ୍କୁ ପିଟିପିଟି ହତ୍ୟା କରାଯାଇଛି। ହତ୍ୟାର ଶିକାର ହୋଇଥିବା ୧୮ ବର୍ଷୀୟ ଦଳିତ ଯୁବକଙ୍କ ନାମ ନୀତୀନ ଅହରିୱାର। ଅଭିଯୁକ୍ତର ନାମ ବିକ୍ରମ ସିଂହ ଠାକୁର। ପ୍ରଥମେ ଅଭିଯୁକ୍ତ ଜଣକ ଦଳିତ ପରିବାରର ଘର ଉପରେ ଆକ୍ରମଣ କରିଥିଲା। ତାହା ପରେ ହତ୍ୟା କରିଛି। ଏଥିରେ ଦଳିତ ଯୁବକଙ୍କ ମା’ ହସ୍ତକ୍ଷେପ କରିବାକୁ ଆଗେଇ ଆସିବାରୁ ତାଙ୍କୁ ସେଠାରେ ବିବସ୍ତ୍ର କରି ଦିଆଯାଇଥିଲା। ଉକ୍ତ ଘଟଣାରେ ପୁଲିସ ୮ ଜଣଙ୍କୁ ଗିରଫ କରିଛି। ତେବେ ଏବେ ବି କିଛି ଅଭିଯୁକ୍ତ ଫେରାର ଅଛନ୍ତି। ସେମାନଙ୍କୁ ଧରିବା ପାଇଁ ପୁଲିସ ଚଢ଼ଉ ଜାରି ରଖିଛି। ୯ ଜଣଙ୍କ ନାମରେ ହତ୍ୟା ମାମଲା ରୁଜୁ ହୋଇଛି। ଏହି ଘଟଣାକୁ ନେଇ ବିଏସ୍ପି ସୁପ୍ରିମୋ ମାୟାବତୀ ରାଜ୍ୟର ବିଜେପି ସରକାରଙ୍କୁ ଘେରିଛନ୍ତି। ଏହି ଘଟଣା ବିଜେପି ଓ ଏହାର ସରକାରର ଦୋମୁହାଁ ଚରିତ୍ରକୁ ପଦାରେ ପକାଇଛି। ଏଭଳି କାର୍ଯ୍ୟ ପାଇଁ ଯେତେ ନିନ୍ଦା କଲେ ମଧ୍ୟ ତାହା ଯଥେଷ୍ଟ ହେବନାହିଁ ବୋଲି ସେ କହିଛନ୍ତି। ସେହିଭଳି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ମଧ୍ୟ ଏହି ଘଟଣାକୁ ନିନ୍ଦା କରିବା ସହିତ ରାଜ୍ୟର ବିଜେପି ସରକାରକୁ କଡ଼ା ସମାଲୋଚନା କରିଛନ୍ତି। ମଧ୍ୟପ୍ରଦେଶ ଦଳିତ ପାତରଅନ୍ତରର ପ୍ରୟୋଗଶାଳାରେ ପରିଣତ ହୋଇଛି ବୋଲି ସେ କହିଛନ୍ତି।




