ମଦୁରାଇ ‌ଷ୍ଟେସନ୍‌ରେ ଟ୍ରେନରେ ନିଆଁ ଲାଗି ୯ ଜଣଙ୍କ ମୃତ୍ୟୁ

ମଦୁରାଇ: ତାମିଲନାଡୁ ମଦୁରାଇ ରେଳ ଷ୍ଟେସନରେ ଶନିବାର ଏକ ଟ୍ରେନରେ ଭୟାବହ ଅଗ୍ନିକାଣ୍ଡ ହୋଇ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି। ମଦୁରାଇ ୟାର୍ଡରେ ଟ୍ରେନ୍ ପାର୍କିଂ ହୋଇଥିବା ବେଳେ ଭୋର ପ୍ରାୟ ୫ଟା ୧୫ମିନିଟ୍‌ରେ ଏକ ଘରୋଇ ପାର୍ଟି କୋଚ୍ ଭିତରେ ଅଗ୍ନିକାଣ୍ଡ ଘଟିଥିଲା। ତୁରନ୍ତ ଅଗ୍ନି ନିର୍ବାପକ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ସକାଳ ପ୍ରାୟ ୭ଟା ସୁଦ୍ଧା ନିଆଁକୁ ଆୟତ୍ତ କରାଯାଇଥିବାରୁ ଟ୍ରେନ୍‌ର ଆଖପାଖ ବଗିଗୁଡ଼ିକରେ କୌଣସି କ୍ଷୟକ୍ଷତି […]

Samaya Live Picture
Published On

ମଦୁରାଇ: ତାମିଲନାଡୁ ମଦୁରାଇ ରେଳ ଷ୍ଟେସନରେ ଶନିବାର ଏକ ଟ୍ରେନରେ ଭୟାବହ ଅଗ୍ନିକାଣ୍ଡ ହୋଇ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି। ମଦୁରାଇ ୟାର୍ଡରେ ଟ୍ରେନ୍ ପାର୍କିଂ ହୋଇଥିବା ବେଳେ ଭୋର ପ୍ରାୟ ୫ଟା ୧୫ମିନିଟ୍‌ରେ ଏକ ଘରୋଇ ପାର୍ଟି କୋଚ୍ ଭିତରେ ଅଗ୍ନିକାଣ୍ଡ ଘଟିଥିଲା। ତୁରନ୍ତ ଅଗ୍ନି ନିର୍ବାପକ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ସକାଳ ପ୍ରାୟ ୭ଟା ସୁଦ୍ଧା ନିଆଁକୁ ଆୟତ୍ତ କରାଯାଇଥିବାରୁ ଟ୍ରେନ୍‌ର ଆଖପାଖ ବଗିଗୁଡ଼ିକରେ କୌଣସି କ୍ଷୟକ୍ଷତି ହୋଇନଥିଲା। ନିଆଁ ଲାଗିଥିବା ଏହି ବଗିରେ ଲକ୍ଷ୍ନୌରୁ ପ୍ରାୟ ୬୫ ଜଣ ଯାତ୍ରୀ ଥିଲେ। ବଗିଟି ୟାର୍ଡରେ ପାର୍କିଂ ହୋଇଥିବା ବେଳେ କିଛି ଯାତ୍ରୀ ବେଆଇନ ଭାବେ ଚୋରା ରନ୍ଧନ ଗ୍ୟାସ ସିଲିଣ୍ଡର ବ୍ୟବହାର କରି ଚା’ ଓ ଜଳଖିଆ ପ୍ରସ୍ତୁତ କରୁଥିଲେ। ଏଥିପାଇଁ ନିଆଁ ଲାଗିଛି ବୋଲି ଅଭିଯୋଗ ହୋଇଛି।
ମଦୁରାଇ ଜିଲ୍ଲାପାଳ ଏମ୍‌ଏସ୍‌ ସଙ୍ଗୀତା କହିଛନ୍ତି, ଆଜି ଭୋର ପ୍ରାୟ ସାଢ଼େ ୫ଟା ବେଳେ ମଦୁରାଇ ରେଳ ଷ୍ଟେସନରେ ଅଟକି ଥିବା ଏକ ବଗିରେ ନିଆଁ ଲାଗିଯାଇଥିଲା। ଏଥିରେ ଉତ୍ତରପ୍ରଦେଶରୁ ତୀର୍ଥଯାତ୍ରୀମାନେ ଯାତ୍ରା କରୁଥିଲେ। କଫି ତିଆରି କରିବା ପାଇଁ ଗ୍ୟାସ ଚୁଲା ଜଳାଉଥିବା ବେଳେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ଆମେ ୯ଟି ମୃତଦେହ ଉଦ୍ଧାର କରିଛୁ। ମୃତକଙ୍କ ପରିବାରକୁ ରେଳବାଇ ୧୦ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛି।

Tags: