ମଥୁରା ରୋଡ୍ ଦିଲ୍ଲୀ ପବ୍ଲିକ ସ୍କୁଲରେ ପୁଣି ବୋମା ଆତଙ୍କ

ନୂଆଦିଲ୍ଲୀ : ମଥୁରା ରୋଡ୍ ଦିଲ୍ଲୀ ପବ୍ଲିକ ସ୍କୁଲରେ ଗୁରୁବାର ସନ୍ଧ୍ୟାରେ ପୁଣି ବୋମା ଥିବା ନେଇ ଧମକ ମିଳିଛି। ମାସରେ ଦ୍ବିତୀୟ ଥର ପାଇଁ ମଥୁରା ରୋଡ୍ ଦିଲ୍ଲୀ ପବ୍ଲିକ ସ୍କୁଲରେ ବୋମା ଆତଙ୍କ ଖେଳାଇ ଦେଇଛି। ମେଲ୍ ଯୋଗେ ଏହି ଧମକ ମିଳିବାପରେ ସ୍କୁଲ୍ ଅଧିକାରୀମାନେ ପୁଲିସରେ ଖବର ଦେଇଥିଲେ। ତୁରନ୍ତ ପୁଲିସ ଏବଂ ବୋମା ନିଷ୍ଟ୍ରିୟକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। କିନ୍ତୁ ଏହା ଏକ ମିଛ ଧମକ ଥିଲା। ଜଣେ ଛାତ୍ର ହିଁ […]

Samaya Live Picture
Published On

ନୂଆଦିଲ୍ଲୀ : ମଥୁରା ରୋଡ୍ ଦିଲ୍ଲୀ ପବ୍ଲିକ ସ୍କୁଲରେ ଗୁରୁବାର ସନ୍ଧ୍ୟାରେ ପୁଣି ବୋମା ଥିବା ନେଇ ଧମକ ମିଳିଛି। ମାସରେ ଦ୍ବିତୀୟ ଥର ପାଇଁ ମଥୁରା ରୋଡ୍ ଦିଲ୍ଲୀ ପବ୍ଲିକ ସ୍କୁଲରେ ବୋମା ଆତଙ୍କ ଖେଳାଇ ଦେଇଛି। ମେଲ୍ ଯୋଗେ ଏହି ଧମକ ମିଳିବାପରେ ସ୍କୁଲ୍ ଅଧିକାରୀମାନେ ପୁଲିସରେ ଖବର ଦେଇଥିଲେ। ତୁରନ୍ତ ପୁଲିସ ଏବଂ ବୋମା ନିଷ୍ଟ୍ରିୟକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। କିନ୍ତୁ ଏହା ଏକ ମିଛ ଧମକ ଥିଲା। ଜଣେ ଛାତ୍ର ହିଁ ଇମେଲ୍ କରିଥିବା ପୁଲିସ ତଦନ୍ତରୁ ଜଣାପଡ଼ିଛି। ଗୁରୁବାର ସନ୍ଧ୍ୟା ୬.୧୭ରେ ସ୍କୁଲରେ ବୋମା ଥିବା ନେଇ ଧମକ ମିଳିଥିଲା ବୋଲି ଡିସିପି ରାଜେଶ ଦେଓ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଗତ ଏପ୍ରିଲରେ ମଥୁରା ରୋଡ୍ ଦିଲ୍ଲୀ ପବ୍ଲିକ ସ୍କୁଲ୍ରେ ବୋମା ଥିବା ନେଇ ଧମକ ମିଳିଥିଲା।

Tags: