ମଥୁରା ଜମି ବିବାଦ , ହାଇକୋର୍ଟଙ୍କ ରାୟ ଉପରେ ରହିତାଦେଶ ଲଗାଇବାକୁ ମନା କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ମଥୁରାର କ୍ରୀଷ୍ଣ ଜନ୍ମଭୂମି ଜମି ବିବାଦ ମାମଲାରେ ସୁପ୍ରିମକୋର୍ଟ ଶାହି ଇଦଗାହ ମସଜିଦର ସର୍ବେକ୍ଷଣ ପାଇଁ ମିଳିଥିବା ସ୍ବୀକୃତି ଉପରେ ରୋକ୍ ଲଗାଇବାକୁ ମନା କରିଦେଇଛନ୍ତି। ହିନ୍ଦୁ ପକ୍ଷର ଆବେଦନ ଆଧାରରେ ଆହ୍ଲାବାଦ ହାଇକୋର୍ଟ ଶାହି ଇଦଗାହ ମସଜିଦର ସର୍ବେକ୍ଷଣ ପାଇଁ ଅନୁମତି ଦେଇଥିଲେ। କିନ୍ତୁ ମୁସଲିମ ପକ୍ଷ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଂଜ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିବାବେଳେ ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ରାୟ ଉପରେ ରହିତାଦେଶ ଲଗାଇବାକୁ ମନା କରିଦେଇଛନ୍ତି। ବିଚାରଣ ଉପରେ ରହିତାଦେଶ […]
ନୂଆଦିଲ୍ଲୀ : ମଥୁରାର କ୍ରୀଷ୍ଣ ଜନ୍ମଭୂମି ଜମି ବିବାଦ ମାମଲାରେ ସୁପ୍ରିମକୋର୍ଟ ଶାହି ଇଦଗାହ ମସଜିଦର ସର୍ବେକ୍ଷଣ ପାଇଁ ମିଳିଥିବା ସ୍ବୀକୃତି ଉପରେ ରୋକ୍ ଲଗାଇବାକୁ ମନା କରିଦେଇଛନ୍ତି। ହିନ୍ଦୁ ପକ୍ଷର ଆବେଦନ ଆଧାରରେ ଆହ୍ଲାବାଦ ହାଇକୋର୍ଟ ଶାହି ଇଦଗାହ ମସଜିଦର ସର୍ବେକ୍ଷଣ ପାଇଁ ଅନୁମତି ଦେଇଥିଲେ। କିନ୍ତୁ ମୁସଲିମ ପକ୍ଷ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଂଜ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିବାବେଳେ ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ରାୟ ଉପରେ ରହିତାଦେଶ ଲଗାଇବାକୁ ମନା କରିଦେଇଛନ୍ତି। ବିଚାରଣ ଉପରେ ରହିତାଦେଶ ଲଗାଇବାକୁ କୋର୍ଟ ମନା କରିଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ହାଇକୋର୍ଟଙ୍କ ରାୟ ବଳବତ୍ତର ରହିବ ଏବଂ ଏହି ମାମଲାରେ ହାଇକୋର୍ଟ ହିଁ ଆଗକୁ ବିଚାରଣ ଜାରି ରଖିବେ। ସୁପ୍ରିମକୋର୍ଟ ଉକ୍ତ ମାମଲାରେ କୌଣସି ରହିତାଦେଶ ଲଗାଇ ପାରିବେନି। ଉଲ୍ଲେଖଯୋଗ୍ୟ ଯେ ଗତକାଲି ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଶୁଣାଇ ଆହ୍ଲାବାଦ ହାଇକୋର୍ଟ ଶାହି ଇଦଗାହ ମସଜିଦ ପରିସରର ବୈଜ୍ଞାନିକ ସର୍ବେକ୍ଷଣ ପାଇଁ ସ୍ବୀକୃତି ଦେଇଥିଲେ।




