ମତେ ଏତେ ହାଲୁକାରେ ନିଅନା : ଏକନାଥ ସିନ୍ଦେ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଏବେ ମହାୟୁତି ଶାସକ ମେଣ୍ଟରେ ସବୁକିଛି ଠିକ୍‌ ନାହିଁ ବୋଲି ଚର୍ଚ୍ଚା ହେଉଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ ଏବଂ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିବା ଅନୁମାନ କରାଯାଉଛି। ନିକଟରେ ମୁଖ୍ୟମନ୍ତ୍ରୀ ଫଡ଼ନାବିସଙ୍କ ଦ୍ବାରା ଡକାଯାଇଥିବା ବୈଠକକୁ ସିନ୍ଦେ ଯାଇନଥିବାବେଳେ କହିଛନ୍ତି ଯେ ୨୦୨୨ରେ ତାଙ୍କୁ ହାଲୁକା ଭାବେ ନେଇଥିବା ସରକାରକୁ ସେ ପଲଟାଇ ଦେଇଥିଲେ। ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ବାଧୀନ ସରକାର ଭାଙ୍ଗିଯିବାକୁ ଇଙ୍ଗିତ କରି ସେ ଏହା କହିଛନ୍ତି। […]

ମତେ ଏତେ ହାଲୁକାରେ ନିଅନା : ଏକନାଥ ସିନ୍ଦେ
Samaya Live Picture
Published On

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଏବେ ମହାୟୁତି ଶାସକ ମେଣ୍ଟରେ ସବୁକିଛି ଠିକ୍‌ ନାହିଁ ବୋଲି ଚର୍ଚ୍ଚା ହେଉଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ ଏବଂ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିବା ଅନୁମାନ କରାଯାଉଛି। ନିକଟରେ ମୁଖ୍ୟମନ୍ତ୍ରୀ ଫଡ଼ନାବିସଙ୍କ ଦ୍ବାରା ଡକାଯାଇଥିବା ବୈଠକକୁ ସିନ୍ଦେ ଯାଇନଥିବାବେଳେ କହିଛନ୍ତି ଯେ ୨୦୨୨ରେ ତାଙ୍କୁ ହାଲୁକା ଭାବେ ନେଇଥିବା ସରକାରକୁ ସେ ପଲଟାଇ ଦେଇଥିଲେ। ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ବାଧୀନ ସରକାର ଭାଙ୍ଗିଯିବାକୁ ଇଙ୍ଗିତ କରି ସେ ଏହା କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ସିନ୍ଦେ ମୁଖ୍ୟମନ୍ତ୍ରୀ ଥିବା ସମୟ‌ରେ ଜଲ୍‌ନାରେ ଏକ ୯୦୦ କୋଟି ଟଙ୍କାର ପ୍ରକଳ୍ପକୁ ସ୍ବୀକୃତି ଦେଇଥିଲେ। କିନ୍ତୁ ଫଡ଼ନାବିସ ଏହି ପ୍ରକଳ୍ପ ଉପରେ ରୋକ୍‌ ଲଗାଇବା ପରେ ସିନ୍ଦେ ଆଜି ଏହି ଟିପ୍ପଣୀ ଦେଇଛନ୍ତି। ପ୍ରକଳ୍ପକୁ ସ୍ବୀକୃତି ଦେବାରେ ସିନ୍ଦେଙ୍କ ଉଦ୍ଦେଶ୍ୟ କ’ଣ ରହିଛି ସେନେଇ ପ୍ରଶ୍ନ ଉଠିଥିବାବେଳେ ଉକ୍ତ ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ତେବେ ସାମ୍ବାଦିକମାନଙ୍କୁ ଟିପ୍ପଣୀ ଦେଇ ସିନ୍ଦେ କହିଛନ୍ତି, ‘ ମୁଁ ଜଣେ ସାଧାରଣ ଦଳୀୟ କର୍ମୀ। କିନ୍ତୁ ମୁଁ ବାଲା ସାହେବଙ୍କର ଜଣେ କର୍ମୀ ଏବଂ ସମସ୍ତେ ଏହା ବୁଝିବା ଉଚିତ। ୨୦୨୨ରେ ମୋତେ ଯେବେ ହାଲୁକା ଭାବେ ନିଆଯାଇଥିଲା ସେ ସମୟରେ ମୁଁ କ୍ଷମତାରେ ଥିବା ସରକାରକୁ ପଲଟାଇ ଦେଇଥିଲି। ଉଲ୍ଲେଖଯୋଗ୍ୟ ଯେ ୨୦୨୨ରେ ସିନ୍ଦେ ୪୦ ବିଧାୟକଙ୍କ ସହ ବିଦ୍ରୋହ କରି ଶିବସେନାରେ ଫାଟ ସୃଷ୍ଟି କରିଥିଲେ ଏବଂ ମହା ବିକାଶ ଅଘାଡ଼ି ସରକାରର ପତନ ହୋଇଥିଲା।

Tags: