ମଣ୍ଟେନିଗ୍ରୋ ଗୁଳିକାଣ୍ଡରେ ୧୨ ଜଣଙ୍କ ମୃତ୍ୟୁ
ମଣ୍ଟେନିଗ୍ରୋ: ମଣ୍ଟେନିଗ୍ରୋର ଏକ ଛୋଟ ସହର ସେଟିଞ୍ଜେରେ ଗୁଳିକାଣ୍ଡ ହୋଇ ୧୨ ଜଣଙ୍କ ମୃତ୍ୟୁ ହୋଇଛି। ଏକ ରେଷ୍ଟୁରାଣ୍ଟରେ ଲୋକଙ୍କ ଉପରେ ଆଖିବୁଜା ଗୁଳିବର୍ଷା କରିଥିବା ଆକ୍ରମଣକାରୀ ମଧ୍ୟ ନିଜକୁ ନିଜେ ଗୁଳିକରି ଆତ୍ମହତ୍ୟା କରିଛି। ୪୫ ବର୍ଷିୟ ଆଲେକଜାଣ୍ଡର ମାର୍ଟିନୋଭିକ୍ ନାମକ ଏହି ବନ୍ଧୁକଧାରୀ ସେଟିଞ୍ଜେ ସହରରେ ଥିବା ନିଜ ଘର ନିକଟରେ ପୁଲିସ ହାତରେ ଧରାପଡ଼ିବା ପୂର୍ବରୁ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମଣ୍ଟେନିଗ୍ରୋର ରାଜଧାନୀ ପୋଡଗୋରିକାଠାରୁ ୩୮ କିଲୋମିଟର ପଶ୍ଚିମରେ ଅବସ୍ଥିତ ଏକ ଛୋଟ […]
ମଣ୍ଟେନିଗ୍ରୋ: ମଣ୍ଟେନିଗ୍ରୋର ଏକ ଛୋଟ ସହର ସେଟିଞ୍ଜେରେ ଗୁଳିକାଣ୍ଡ ହୋଇ ୧୨ ଜଣଙ୍କ ମୃତ୍ୟୁ ହୋଇଛି। ଏକ ରେଷ୍ଟୁରାଣ୍ଟରେ ଲୋକଙ୍କ ଉପରେ ଆଖିବୁଜା ଗୁଳିବର୍ଷା କରିଥିବା ଆକ୍ରମଣକାରୀ ମଧ୍ୟ ନିଜକୁ ନିଜେ ଗୁଳିକରି ଆତ୍ମହତ୍ୟା କରିଛି। ୪୫ ବର୍ଷିୟ ଆଲେକଜାଣ୍ଡର ମାର୍ଟିନୋଭିକ୍ ନାମକ ଏହି ବନ୍ଧୁକଧାରୀ ସେଟିଞ୍ଜେ ସହରରେ ଥିବା ନିଜ ଘର ନିକଟରେ ପୁଲିସ ହାତରେ ଧରାପଡ଼ିବା ପୂର୍ବରୁ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମଣ୍ଟେନିଗ୍ରୋର ରାଜଧାନୀ ପୋଡଗୋରିକାଠାରୁ ୩୮ କିଲୋମିଟର ପଶ୍ଚିମରେ ଅବସ୍ଥିତ ଏକ ଛୋଟ ସହର ସେଟିଞ୍ଜେ ସ୍ଥିତ ଏକ ରେଷ୍ଟୁରାଣ୍ଟରେ ଲୋକେ ନୂଆବର୍ଷ ଉତ୍ସବ ମନାଉଥିବା ବେଳେ ମାର୍ଟିନୋଭିକ୍ ସ୍ବୟଂଚାଳିତ ବନ୍ଧୁକରୁ ଗୁଳିମାଡ଼ କରିଥିଲା। ୧୨ ମୃତକଙ୍କ ମଧ୍ୟରେ ୬ ଜଣ ଶିଶୁ ଥିବା ଜଣାପଡ଼ଛି। ଏହି ଘଟଣା ୬ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଏହି କ୍ଷୁଦ୍ର ରାଷ୍ଟ୍ରକୁ ସ୍ତବ୍ଧ କରିଦେଇଛି।




