ମଣିଶଙ୍କର ଆୟରଙ୍କ ବିବାଦୀୟ ବୟାନ, ପାକିସ୍ତାନକୁ ସମ୍ମାନ ଦିଅ ନଚେତ୍ ଏହା ପରମାଣୁ ବୋମା ପକାଇ ଦେବ

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ମଣିଶଙ୍କର ଆୟର ଆଜି ଏକ ବଡ଼ ଧରଣର ବିବାଦୀୟ ବୟାନ ଦେଇଛନ୍ତି। ପାକିସ୍ତାନ ଏକ ସମ୍ମାନଜନକ ରାଷ୍ଟ୍ର ଏବଂ ଭାରତ ପାକିସ୍ତାନକୁ ଏହାର ସାମରିକ ବଳ ନଦେଖାଇ ପାକିସ୍ତାନ ସହ କଥାବାର୍ତ୍ତା ଆରମ୍ଭ କରୁ ବୋଲି ଆୟର କହିଛନ୍ତି। ଏପ୍ରିଲ୧୫ ତାରିଖରେ ଏକ ସାକ୍ଷାତକାର ଦେଇ ମଣି ଶଙ୍କର ଆୟର କହିଥିଲେ ଯଦି ପାକିସ୍ତାନକୁ ସମ୍ମାନ ଦିଆ ନଯାଏ ତେବେ ଏହା ଭାରତ ବିରୋଧରେ ପରମାଣୁ ବୋମା ବ୍ୟବହାର କରିବ। ପାକିସ୍ତାନ […]

Samaya Live Picture
Published On

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ମଣିଶଙ୍କର ଆୟର ଆଜି ଏକ ବଡ଼ ଧରଣର ବିବାଦୀୟ ବୟାନ ଦେଇଛନ୍ତି। ପାକିସ୍ତାନ ଏକ ସମ୍ମାନଜନକ ରାଷ୍ଟ୍ର ଏବଂ ଭାରତ ପାକିସ୍ତାନକୁ ଏହାର ସାମରିକ ବଳ ନଦେଖାଇ ପାକିସ୍ତାନ ସହ କଥାବାର୍ତ୍ତା ଆରମ୍ଭ କରୁ ବୋଲି ଆୟର କହିଛନ୍ତି। ଏପ୍ରିଲ୧୫ ତାରିଖରେ ଏକ ସାକ୍ଷାତକାର ଦେଇ ମଣି ଶଙ୍କର ଆୟର କହିଥିଲେ ଯଦି ପାକିସ୍ତାନକୁ ସମ୍ମାନ ଦିଆ ନଯାଏ ତେବେ ଏହା ଭାରତ ବିରୋଧରେ ପରମାଣୁ ବୋମା ବ୍ୟବହାର କରିବ। ପାକିସ୍ତାନ ମଧ୍ୟ ଏକ ସାର୍ବଭୌମ ରାଷ୍ଟ୍ର। ଏହାର ସମ୍ମାନ ଅଛି। ତୁମେ ସେମାନଙ୍କ ସହ କଡ଼ା କଥା ହୋଇପାର। କିନ୍ତୁ କଥାବାର୍ତ୍ତା ଆରମ୍ଭ କର। ତୁମେ ବନ୍ଧୁକ ଧରି ବୁଲୁଛ କିନ୍ତୁ ଏହାଦ୍ବାରା ତୁମକୁ କିଛି ଲାଭ ମିଳିନାହିଁ। ଉତ୍ତେଜନା ବଢ଼ିବାରେ ଲାଗିଛି ଏବଂ ଯଦି ଜଣେ ପାଗଳ ବ୍ୟକ୍ତି ସେଠାକୁ ଯାଏ ତେବେ ଦେଶର କ’ଣ ହେବ । ସେମାନଙ୍କ ନିକଟରେ ପରମାଣୁ ବୋମା ଅଛି ଏବଂ ଆମ ନିକଟରେ ବି ପରମାଣୁ ବୋମା ଅଛି। କିନ୍ତୁ ଯଦି ଜଣେ ପାଗଳ ବ୍ୟକ୍ତି ଆମ ବୋମାକୁ ଲାହୋର ଷ୍ଟେସନରେ ପକାଇ ଦିଅନ୍ତି ତେବେ ଏହା ମାତ୍ର ୮ ସେକେଣ୍ଡରେ ଅମୃତସରରେ ଆସି ପହଞ୍ଚିଯିବ। ଅମୃତସରଙ୍କ ଏଭଳି କହୁଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଆୟର ପୁଣିଥରେ ଜଣେ ପାଗତ ବ୍ୟକ୍ତିଙ୍କ ଦ୍ବାରା ପରମାଣୁ ବୋମା ଖଞ୍ଜିବାର ଭୟାବହତା ନେଇ ସତର୍କ କରିଛନ୍ତି। ଉଭୟ ଭାରତ ଏବଂ ପାକିସ୍ତାନ ନିକଟରେ ପରମାଣୁ ବୋମା ରହିଛି ବୋଲି ସେ କହିଛନ୍ତି। କିନ୍ତୁ ଭାରତ ଯଦି ପାକିସ୍ତାନ ସହ କଥାବାର୍ତ୍ତା ଆରମ୍ଭ କରିବ ଏବଂ ସେମାନଙ୍କୁ ଏଥିପାଇଁ ଉତ୍ସାହିତ କରିବ ତେବେ ସେମାନେ ସେମାନଙ୍କ ପରମାଣୁ ବୋମା ସଂକ୍ରାନ୍ତରେ ଚିନ୍ତା କରିବେମ। କିନ୍ତୁ ଯଦି ସେମାନଙ୍କୁ ଅପମାନ ଦିଆଯାଏ ତେବେ ଜଣେ ପାଗଳ ବ୍ୟକ୍ତି ଆସି ବୋମା ଖଞ୍ଜିଦେଇ ଚାଲିଯିବ। ଏହାପରେ କ’ଣ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି। ଆୟର ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧିନ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରି ଦାବି କରିଛନ୍ତି ଯେ ଗତ ଦଶନ୍ଧି ମଧ୍ୟରେ ପାକିସ୍ତାନ ନିକଟରେ ପହଞ୍ଚିବାପାଇଁ ତଥା ପାକିସ୍ତାନ ସହ କଥାବାର୍ତ୍ତା ପାଇଁ କୌଣସି ଉଦ୍ୟମ ହୋଇନାହିଁ। ଭାରତ ବିଶ୍ବସ୍ତରୀୟ ନେତା ହେବାପାଇଁ ସେ ପାକିସ୍ତାନ ସହ ଦ୍ବିପାକ୍ଷିକ କଥାବାର୍ତ୍ତା ଦ୍ବାରା ବିବାଦର ସମାଧାନ ଉପରେ ଗୁରୁତ୍ବାରୋପ କରିଛନ୍ତି।

Tags: