ମଣିପୁର ହିଂସା, ଶାହଙ୍କୁ ଭେଟିଲେ ଏନ୍‌ ବୀରେନ ସିଂହ

ନୂଆଦିଲ୍ଲୀ : ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌ ବୀରେନ ସିଂହ ଆଜି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି। ଗତକାଲି ସର୍ବଦଳୀୟ ବୈଠକରେ ମଣିପୁର ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି ଜୋର ଧରିବାପ‌ରେ ଏନ୍‌ ବୀରେନ ସିଂହ ଆଜି ଶାହଙ୍କୁ ଭେଟିଛନ୍ତି। ଶାହ ଏବଂ ସିଂହଙ୍କ ମଧ୍ୟରେ ପ୍ରାୟ ୪୫ ମିନିଟ୍‌ର କଥାବାର୍ତ୍ତା ହୋଇଛି। ଏନ୍‌ ବୀରେନ ସିଂହ ଶାହଙ୍କୁ ମଣିପୁର ସ୍ଥିତି ସଂକ୍ରାନ୍ତରେ ଅବଗତ କରିଛନ୍ତି। ପରେ ପୁଣିଥରେ ସେ ମଣିପୁର ଫେରି ଯାଇଛନ୍ତି। ମଣିପୁରରେ ଶାନ୍ତି […]

Samaya Live Picture
Published On

ନୂଆଦିଲ୍ଲୀ : ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌ ବୀରେନ ସିଂହ ଆଜି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି। ଗତକାଲି ସର୍ବଦଳୀୟ ବୈଠକରେ ମଣିପୁର ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି ଜୋର ଧରିବାପ‌ରେ ଏନ୍‌ ବୀରେନ ସିଂହ ଆଜି ଶାହଙ୍କୁ ଭେଟିଛନ୍ତି। ଶାହ ଏବଂ ସିଂହଙ୍କ ମଧ୍ୟରେ ପ୍ରାୟ ୪୫ ମିନିଟ୍‌ର କଥାବାର୍ତ୍ତା ହୋଇଛି। ଏନ୍‌ ବୀରେନ ସିଂହ ଶାହଙ୍କୁ ମଣିପୁର ସ୍ଥିତି ସଂକ୍ରାନ୍ତରେ ଅବଗତ କରିଛନ୍ତି। ପରେ ପୁଣିଥରେ ସେ ମଣିପୁର ଫେରି ଯାଇଛନ୍ତି। ମଣିପୁରରେ ଶାନ୍ତି ଫେରାଇ ଆଣିବାପାଇଁ କେନ୍ଦ୍ର ସରକାର ସମସ୍ତ ସହାୟତା ପ୍ରଦାନ କରିବାପାଇଁ ଶାହ ପ୍ରତିଶୃତି ଦେଇଛନ୍ତି ବୋଲି ଏନ୍‌ ବୀରେନ ସିଂହ ଶାହଙ୍କ ସହ ବୈଠକ ପରେ ଏକ ଟ୍ବିଟ୍‌ କରି କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ମଣିପୁରରେ ହିଂସା ଜାରି ରହିଛି। ଗତ ମେ’ ୩ ତାରିଖରୁ ଆରମ୍ଭ ହୋଇଥିବା ହିଂସା ପାଇଁ ମଣିପୁରରେ ଶତାଧିକ ଲୋକଙ୍କ ମୃତ୍ୟୁୃ ‌ହୋଇଛି ଏବଂ ପ୍ରାୟ ୫୦ ହଜାର ଲୋକ ବିସ୍ଥାପିତ ହୋଇଛନ୍ତି।

Tags: