ମଣିପୁର ହିଂସା ପ୍ରସଙ୍ଗରେ ମୋଦୀଙ୍କୁ ଘେରିଲେ ରାହୁଲ
ନୂଆଦିଲ୍ଲୀ: ସଂସଦ ସଦସ୍ୟତା ଫେରି ପାଇବାର କିଛି ଦିନ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧି ପ୍ରଥମ ଥର ପାଇଁ ତାଙ୍କ ୱାୟନାଡ଼ ନିର୍ବାଚନମଣ୍ଡଳୀ ଗସ୍ତ କରିଛନ୍ତି। ୱାୟନାଡ଼ରେ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ରାହୁଲ ମଣିପୁର ହିଂସା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବର୍ଷିଛନ୍ତି। ରାହୁଲ କହିଛନ୍ତି, ରାଜନୀତିରେ ଦୀର୍ଘ ୧୯ ବର୍ଷ ରହି ମଧ୍ୟ ମଣିପୁରରେ ସେ ଯାହା ଦେଖିଛନ୍ତି ତାହା ପୂର୍ବରୁ କେବେ ଦେଖିନଥିଲେ। ମଣିପୁରରେ ଏବେ ସବୁଠି ରକ୍ତ , […]
ନୂଆଦିଲ୍ଲୀ: ସଂସଦ ସଦସ୍ୟତା ଫେରି ପାଇବାର କିଛି ଦିନ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧି ପ୍ରଥମ ଥର ପାଇଁ ତାଙ୍କ ୱାୟନାଡ଼ ନିର୍ବାଚନମଣ୍ଡଳୀ ଗସ୍ତ କରିଛନ୍ତି। ୱାୟନାଡ଼ରେ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ରାହୁଲ ମଣିପୁର ହିଂସା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବର୍ଷିଛନ୍ତି। ରାହୁଲ କହିଛନ୍ତି, ରାଜନୀତିରେ ଦୀର୍ଘ ୧୯ ବର୍ଷ ରହି ମଧ୍ୟ ମଣିପୁରରେ ସେ ଯାହା ଦେଖିଛନ୍ତି ତାହା ପୂର୍ବରୁ କେବେ ଦେଖିନଥିଲେ। ମଣିପୁରରେ ଏବେ ସବୁଠି ରକ୍ତ , ହତ୍ୟା ଏବଂ ଦୁଷ୍କର୍ମ। ମଣିପୁରରେ ଏବେ ଏଭଳି ସ୍ଥିତି। କିନ୍ତୁ ଆମ ପ୍ରଧାନମନ୍ତ୍ରୀ ସଂସଦରେ ୨ ଘଣ୍ଟା ୧୩ ମିନିଟ୍ କହିଲେ କିନ୍ତୁ ମଣିପୁର ପ୍ରସଙ୍ଗରେ ସେ ମାତ୍ର ୨ ମିନିଟ୍ କହିଲେ। ସେ ଏବଂ ତାଙ୍କ କ୍ୟାବିନେଟ୍ କେବଳ ହସିଲେ ଏବଂ ମଜାକ୍ ଉଡ଼ାଇଲେ। ରାହୁଲ କହିଛନ୍ତି , ମଣିପୁରରେ ହଜାର ହଜାର ଲୋକ କଷ୍ଟରେ ଅଛନ୍ତି। କାହାର ଘର ଜଳିଯାଇଛି ତ କାହାର ଭଉଣୀ ଦୁଷ୍କର୍ମର ଶିକାର ହୋଇଛି, କାହାର ଭାଇ ଏବଂ ବାପା ମା’ଙ୍କୁ ହତ୍ୟା କରାଯାଇଛି। ଏମିତି ଲାଗୁଛି ଯେମିତି ମଣିପୁରରେ କିଏ କିରାସିନି ଢାଳି ନିଆଁ ଲଗାଇ ଦେଇଛି। ମଣିପୁର ପ୍ରସଙ୍ଗରେ ଆଲୋଚନାର ଅଭାବ ପାଇଁ ରାହୁଲ ଗାନ୍ଧି ବିଜେପି ସରକାର ଉପରେ ବର୍ଷିଛନ୍ତି।




