ମଣିପୁର ହିଂସା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ନିରବତାକୁ ନେଇ ପ୍ରଶ୍ନ ଉଠାଇଲେ ଖଡ଼ଗେ

ନୂଆଦିଲ୍ଲୀ: ମଣିପୁର ହିଂସା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିରବତା ନେଇ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେ ପ୍ରଶ୍ନ ଉଠାଇଛନ୍ତି। ଖଡ଼ଗେ କହିଛନ୍ତି, ପ୍ରଧାନମନ୍ତ୍ରୀ ଯଦି ମଣିପୁର ହିଂସା ପ୍ରସଙ୍ଗରେ ଚିନ୍ତିତ ତେବେ ସେ ପ୍ରଥମେ ମୁଖ୍ୟମନ୍ତ୍ରୀ ଏନ୍‌ ବୀରେନ ସିଂହଙ୍କୁ ହଟାନ୍ତୁ। ଗତ ୫୫ ଦିନ ଧରି ମୋଦୀଜୀ ମଣିପୁର ହିଂସା ପ୍ରସଙ୍ଗରେ ଗୋଟିଏ ଶବ୍ଦ ବି କହିନାହାନ୍ତି। ପ୍ରଧାନମନ୍ତ୍ରୀ ହିଂସା ପ୍ରସଙ୍ଗରେ କ’ଣ କହିବେ ସେଥିପାଇଁ ପ୍ରତି ଭାରତୀୟ ଅପେକ୍ଷା କରି ରହିଛନ୍ତି। କିନ୍ତୁ […]

Samaya Live Picture
Published On

ନୂଆଦିଲ୍ଲୀ: ମଣିପୁର ହିଂସା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିରବତା ନେଇ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେ ପ୍ରଶ୍ନ ଉଠାଇଛନ୍ତି। ଖଡ଼ଗେ କହିଛନ୍ତି, ପ୍ରଧାନମନ୍ତ୍ରୀ ଯଦି ମଣିପୁର ହିଂସା ପ୍ରସଙ୍ଗରେ ଚିନ୍ତିତ ତେବେ ସେ ପ୍ରଥମେ ମୁଖ୍ୟମନ୍ତ୍ରୀ ଏନ୍‌ ବୀରେନ ସିଂହଙ୍କୁ ହଟାନ୍ତୁ। ଗତ ୫୫ ଦିନ ଧରି ମୋଦୀଜୀ ମଣିପୁର ହିଂସା ପ୍ରସଙ୍ଗରେ ଗୋଟିଏ ଶବ୍ଦ ବି କହିନାହାନ୍ତି। ପ୍ରଧାନମନ୍ତ୍ରୀ ହିଂସା ପ୍ରସଙ୍ଗରେ କ’ଣ କହିବେ ସେଥିପାଇଁ ପ୍ରତି ଭାରତୀୟ ଅପେକ୍ଷା କରି ରହିଛନ୍ତି। କିନ୍ତୁ ମୋଦୀ ପାଟି ଫିଟୋଉନାହାନ୍ତି। ଖଡ଼ଗେ କହିଛନ୍ତି, ସରକାର ସମସ୍ତ ରାଜନୈତିକ ଦଳ ସହ କଥାବାର୍ତ୍ତା ଆରମ୍ଭ କରି ମଣିପୁର ହିଂସା ପ୍ରସଙ୍ଗରେ ଏକ ସିଦ୍ଧାନ୍ତ‌ରେ ପହଞ୍ଚିବା ଉଚିତ। ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌ ବୀରେନ ସିଂହ ଗତକାଲି ମଣିପୁର ହିଂସା ପ୍ରସଙ୍ଗରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ସହ କଥା ‌‌ହୋଇଥିଲେ। ରାଜ୍ୟରେ ଶାନ୍ତି ଫେରାଇ ଆଣିବାପାଇଁ କେନ୍ଦ୍ର ସରକାର ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରିବେ ବୋଲି ଶାହ ପ୍ରତିଶୃତି ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଗତ ମେ’ ୩ ତାରିଖରେ ମଣିପୁରରେ ହିଂସା ହେବା ପରଠାରୁ ରାଜ୍ୟରେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ଏବଂ ପାଖାପାଖି ୫୦ ହଜାର ଲୋକ ବିସ୍ଥାପିତ ହୋଇଛନ୍ତି।

Tags: