ମଣିପୁର ହିଂସା ପ୍ରସଙ୍ଗରେ ନିରବତା ଭାଙ୍ଗିଲେ ଶାହ

ନୂଆଦିଲ୍ଲୀ : କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଆଜି ମଣିପୁର ହିଂସା ପ୍ରସଙ୍ଗରେ ତାଙ୍କ ନିରବତା ଭାଙ୍ଗିଛନ୍ତି। ଶାହ କହିଛନ୍ତି ମଣିପୁରରେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ସେ ମଧ୍ୟ ଶାନ୍ତି ରକ୍ଷା କରିବାପାଇଁ ଲୋକମାନଙ୍କୁ ଅନୁରୋଧ କରିଛନ୍ତି।ଏକ ସାକ୍ଷାତକାର ଦେଇ ଶାହ ଆଜି ନିଶ୍ଚିତ କରାଇଛନ୍ତି ଯେ ମୈତେଇ ସମ୍ପ୍ରଦାୟକୁ ଅନୁସୂଚିତ ଜାତି ବର୍ଗରେ ସାମିଲ କରିବା ସଂକ୍ରାନ୍ତ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ମଣିପୁର ସରକାର ସମସ୍ତ ପକ୍ଷଙ୍କ ସହ ଯୋଗାଯୋଗ କରିବେ। ଶାହ […]

Samaya Live Picture
Published On

ନୂଆଦିଲ୍ଲୀ : କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଆଜି ମଣିପୁର ହିଂସା ପ୍ରସଙ୍ଗରେ ତାଙ୍କ ନିରବତା ଭାଙ୍ଗିଛନ୍ତି। ଶାହ କହିଛନ୍ତି ମଣିପୁରରେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ସେ ମଧ୍ୟ ଶାନ୍ତି ରକ୍ଷା କରିବାପାଇଁ ଲୋକମାନଙ୍କୁ ଅନୁରୋଧ କରିଛନ୍ତି।ଏକ ସାକ୍ଷାତକାର ଦେଇ ଶାହ ଆଜି ନିଶ୍ଚିତ କରାଇଛନ୍ତି ଯେ ମୈତେଇ ସମ୍ପ୍ରଦାୟକୁ ଅନୁସୂଚିତ ଜାତି ବର୍ଗରେ ସାମିଲ କରିବା ସଂକ୍ରାନ୍ତ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ମଣିପୁର ସରକାର ସମସ୍ତ ପକ୍ଷଙ୍କ ସହ ଯୋଗାଯୋଗ କରିବେ। ଶାହ କହିଛନ୍ତି ସରକାର ସଠିକ୍ ନିଷ୍ପତ୍ତି ନେବେ। କୌଣସି ବ୍ୟକ୍ତି କିମ୍ବା ସମ୍ପ୍ରଦାୟ ଏଥିରେ କିଛି ଭୟ କରିବାର ଆବଶ୍ୟକତା ନାହିଁ। ଉଲ୍ଲେଖଯୋଗ୍ୟ ଯେ ମଣିପୁରରେ ଗତ ବୁଧବାର ଠାରୁ ଆରମ୍ଭ ହୋଇଥିବା ହିଂସା ଏବେ ନିୟନ୍ତ୍ରଣାଧୀନ ହୋଇଥିବାବେଳେ ଶାହ ଆଜି ଏହି ଟିପ୍ପଣୀ ରଖିଛନ୍ତି। ମଣିପୁରରୁ ମୋଟ୍ ୨୩ ହଜାର ଲୋକଙ୍କୁ ଉଦ୍ଧାର କରାଗଲାଣି। ଏବେ ବି ହିଂସା ପ୍ରବଣ ଅଞ୍ଚଳ ଗୁଡ଼ିକ ସେନା ନିୟନ୍ତ୍ରଣରେ ରହିଛି।

Tags: