ମଣିପୁର ହିଂସା ପ୍ରସଙ୍ଗରେ କେନ୍ଦ୍ର ସରକାର ଉପରେ ବର୍ଷିଲା କଂଗ୍ରେସ

ଇମ୍ଫାଲ: କେନ୍ଦ୍ର ସରକାର ମଣିପୁର ହିଂସା ସ୍ଥିତିକୁ ଯେଉଁଭଳି ମୁକାବିଲା କରୁଛନ୍ତି ସେଥିପାଇଁ କଂଗ୍ରେସ ଆଜି ସରକାରଙ୍କ ଉପରେ ତୀବ୍ର ବର୍ଷିଛି। କଂଗ୍ରେସ କହିଛି ମଣିପୁରରେ ହିଂସାକୁ ୪ ମାସ ପୁରି ଯାଇଛି କିନ୍ତୁ ରାଜ୍ୟକୁ ମୋଦୀ ସରକାର ଭୁଲି ଯାଇଛନ୍ତି। କଂଗ୍ରେସ ସାଧାରଣ ସଚିବ ଜୟରାମ ରମେଶ କହିଛନ୍ତି, ଗତ ୪ ମାସ ମଧ୍ୟରେ ମଣିପୁର ଭଳି ଅତି ଜଟିଳ ସଙ୍କଟକୁ ସମାଧାନ କରିବାପାଇଁ ମୋଦୀ କିଭଳି ବିଫଳ ହୋଇଛନ୍ତି ତାହା ସାରା ବିଶ୍ବ ଦେଖୁଛି। […]

Samaya Live Picture
Published On

ଇମ୍ଫାଲ: କେନ୍ଦ୍ର ସରକାର ମଣିପୁର ହିଂସା ସ୍ଥିତିକୁ ଯେଉଁଭଳି ମୁକାବିଲା କରୁଛନ୍ତି ସେଥିପାଇଁ କଂଗ୍ରେସ ଆଜି ସରକାରଙ୍କ ଉପରେ ତୀବ୍ର ବର୍ଷିଛି। କଂଗ୍ରେସ କହିଛି ମଣିପୁରରେ ହିଂସାକୁ ୪ ମାସ ପୁରି ଯାଇଛି କିନ୍ତୁ ରାଜ୍ୟକୁ ମୋଦୀ ସରକାର ଭୁଲି ଯାଇଛନ୍ତି। କଂଗ୍ରେସ ସାଧାରଣ ସଚିବ ଜୟରାମ ରମେଶ କହିଛନ୍ତି, ଗତ ୪ ମାସ ମଧ୍ୟରେ ମଣିପୁର ଭଳି ଅତି ଜଟିଳ ସଙ୍କଟକୁ ସମାଧାନ କରିବାପାଇଁ ମୋଦୀ କିଭଳି ବିଫଳ ହୋଇଛନ୍ତି ତାହା ସାରା ବିଶ୍ବ ଦେଖୁଛି। ଏକ୍ସରେ ଏକ ପୋଷ୍ଟ୍‌ କରି ଜୟରାମ ରମେଶ କହିଛନ୍ତି, ପ୍ରଧାନମନ୍ତ୍ରୀ ଏବଂ ଅନ୍ୟ ନେତାମାନେ ଜି-୨୦ ବୈଠକ ପାଇଁ ବ୍ୟସ୍ତ ଅଛନ୍ତି। କିନ୍ତୁ ୪ ମାସ ଧରି ମଣିପୁରରେ ହିଂସା ଲାଗି ରହିଥିଲେ ବି ଏହାକୁ ଭୁଲି ଯାଇଛନ୍ତି। ମୁଖ୍ୟମନ୍ତ୍ରୀ ଏନ୍‌ ବୀରେନ ସିଂହ ମଧ୍ୟ ନିଶ୍ଚିତ କରାଇଛନ୍ତି ଯେ ମଣିପୁର ପୂର୍ବାପେକ୍ଷା ଅଧିକ ବିଭାଜିତ ‌ହୋଇଛି। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ହିଂସା ଶେଷ କରିବାରେ ବିଫଳ ହୋଇଛନ୍ତି ବୋଲି ରମେଶ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ମଣିପୁର ସରକାର ଇମ୍ଫାଲର ନ୍ୟୁ ଲମ୍ବୁଲେନ୍‌ ଅଞ୍ଚଳରୁ ଶେଷ ୧୦ କୁକି ପରିବାରକୁ ଅନ୍ୟତ୍ର ସ୍ଥାନାନ୍ତର କରିବାପରେ କଂଗ୍ରେସ ସରକାରଙ୍କ ଉପରେ ତୀବ୍ର ଆକ୍ରମଣ କରିଛି। ଏହି କୁକି ପରିବାର ଲଗାତାର ଟାର୍ଗେଟ୍‌ର ଶିକାର ହେଉଥିବାରୁ ସେମାନଙ୍କୁ ଖାଲି କରାଯାଇଛି। ଅନ୍ୟପକ୍ଷେ ସ୍ଥାନାନ୍ତରିତ ହୋଇଥିବା କୁକି ପରିବାର ଦାବି କରିଛନ୍ତି ଯେ ସେମାନଙ୍କୁ ବଳପୂର୍ବକ ହଟାଯାଇଛି।

Tags: